ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରୁପ୍ରା କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ଠାରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ 

ରୁପ୍ରା, ୧୨/୬ (ମନିସ ) : ପିତାମାତା ହେଉଛନ୍ତି ଶିଶୁର ପ୍ରଥମ ଗୁରୁ। ସେମାନଙ୍କ ଭାଗିଦାରୀ ପିଲାର ପଢ଼ାରେ ସହାୟକ ହେବା ସହ ମୌଳିକ ସାକ୍ଷରତା ଓ ସଂଖ୍ୟାଜ୍ଞାନ (ଏଫ୍ଏଲ୍ଏନ୍) ହାସଲ କରିବାରେ ସହାୟକ ହେବ। ତେଣୁ ସେମାନଙ୍କୁ ପିଲାର ଶିକ୍ଷଣ ପ୍ରକ୍ରିୟାରେ ସାମିଲ କରିବାକୁ ଆରମ୍ଭ ହୋଇଛି ଜନ ଭାଗିଦାରୀ କାର୍ଯ୍ୟକ୍ରମ। ଆସନ୍ତା ୧୯ ରୁ ୨୨ ତାରିଖ ଯାଏଁ ପୁନେ ଠାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ଏଜୁକେସନ୍ ୱାର୍କିଙ୍ଗ ଗ୍ରୁପ୍ ଶିଖର ସମ୍ମିଳନୀର ଅବ୍ୟବହିତ ପୂର୍ବରୁ ନର୍ଲାବ୍ଲକ୍ ଅଧିନ ବିଭିନ୍ନ ପ୍ରାଥମିକ ବିଦ୍ୟାଳୟରେ ଆୟୋଜିତ ହେଉଛି ଏହି ସଚେତନତା ମୂଳକ କାର୍ଯ୍ୟକ୍ରମ। ଏହି କ୍ରମରେ ନର୍ଲା ବ୍ଲକ୍ ଅନ୍ତର୍ଗତ ରୁପ୍ରା କ୍ଲଷ୍ଟର୍ ପକ୍ଷରୁ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟ ରୁପ୍ରା ଠାରେ ପ୍ରଥମ ଶ୍ରେଣୀରୁ ତୃତୀୟ ଶ୍ରେଣୀର ସମସ୍ତ ଛାତ୍ରଛାତ୍ରୀ ଓ ଅଭିଭାବକ ତଥା ପରିଚାଳନା କମିଟି ସଦସ୍ୟଙ୍କ ଉପସ୍ଥିତିରେ ଜନ ଭାଗିଦାରୀ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି। ସିଆରସିସି ଡମ୍ବରୁଧର ସାହୁଙ୍କ ଅଧ୍ୟକ୍ଷତାରେ ଆୟୋଜିତ କାର୍ଯ୍ୟକ୍ରମରେ ଅତିଥି ଭାବେ କେନ୍ଦ୍ର ପ୍ରାଥମିକ ବିଦ୍ୟାଳୟର ପ୍ରଧାନଶିକ୍ଷକ ରୁପାଧର ମାଝୀ, ଶିକ୍ଷକ ବିଜୟ ବିଶ୍ୱାଲ, ଗୋପାଳ ଚନ୍ଦ୍ର ବାଗ, ଯୁଗଳ କିଶୋର ବିଶ୍ୱାଳ, କ୍ଷମାଶୀଳ ସାହୁ ଓ ଶିକ୍ଷୟିତ୍ରୀ ମନ୍ଦାକିନୀ ବିଶ୍ୱାଲ ପ୍ରମୁଖ ଯୋଗଦାନ କରିଥିଲେ। ଏହି ଅବସରରେ ପିଲାମାନେ ଖରାଛୁଟିରେ ନିଜ ଅନୁଭୂତି ବଖାଣିଥିଲେ। ଆୟୋଜିତ କର୍ମଶାଳାରେ ଅତିଥିମାନେ ଏଫ୍ଏଲ୍ଏନର ଗୁରୁତ୍ୱ ଓ ଉଦ୍ଦେଶ୍ଯ ସମ୍ପର୍କରେ ଆଲୋକପାତ କରିଥିଲେ। ଘର ପରିବେଶରେ ଅଭିଭାବକମାନେ ପିଲାଙ୍କ ସାକ୍ଷରତା ଓ ସଂଖ୍ୟାଜ୍ଞାନ କୌଶଳ ବିକାଶ ତଥା ପଠନ ଅଭ୍ୟାସ ବୃଦ୍ଧିରେ କିପରି ସହାୟକ ହୋଇପାରିବେ ସେ ସମ୍ପର୍କରେ ଆଲୋଚନା ହୋଇଥିଲା। ସେହିପରି ସଚେତନତା ସୃଷ୍ଟି ପାଇଁ ଏଫ୍ଏଲ୍ଏନ୍ ପ୍ଲାକାର୍ଡ ଓ ସ୍ଲୋଗାନ୍ ପ୍ରଦର୍ଶିତ ହୋଇଥିଲା ଏବଂ ଅଭିଭାବକମାନଙ୍କୁ ଏଫ୍ଏଲ୍ଏନ୍ ସମ୍ପର୍କିତ ଲିଫଲେଟ୍ ବଣ୍ଟନ କରାଯାଇଥିଲା। ଅଭିଭାବକ ଓ ଶିକ୍ଷକମାନେ ଏଫ୍ଏଲ୍ଏନ୍ ଶପଥ ପାଠ କରିଥିଲେ। କାର୍ଯ୍ୟକ୍ରମରେ ପିଲାଙ୍କୁ ଶିକ୍ଷଣରେ ସହାୟତା କରିବାକୁ ଅଭିଭାବକଙ୍କ ମଧ୍ୟରେ ବେଶ୍ ଉତ୍ସାହ ଦେଖିବାକୁ ମିଳିଥିଲା।

ରୁପ୍ରା ରୁ ପ୍ରଦୀପ ସେନାପତି ଙ୍କ ରିପୋର୍ଟ 

Related posts

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

ଅକ୍ଷମ ହୋଇ ମଧ୍ୟ ସକ୍ଷମ ଅଟନ୍ତି ଦୁଇ ଭାଇ ଓ ମା ଭିନ୍ନକ୍ଷମ,ଜମି ବନ୍ଧାକରି ଦୋକାନ କରି ପରିବାର ପ୍ରତିପୋଷଣ କରିଛନ୍ତି

Sunil Chandra Nayak

ଗୋବର୍ଦ୍ଧନପୁର ୟୁପି ସ୍କୁଲଠାରେ  ଲାଞ୍ଜିଗଡ଼ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଅବସର ପୂର୍ବ ସମ୍ବର୍ଦ୍ଧନା 

Sunil Chandra Nayak

Leave a Comment

error: Content is protected !!