ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡାବୁଗାଁରେ କଳ୍ପତରୁ ଉତ୍ସବ ପାଳିତ

ଡାବୁଗାଁ,୧/୧/୨୦୨୩ (ମ॰ନି॰ସ॰)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ନିକଟସ୍ଥ ଗରୁଡଗୁଡା ଗ୍ରାମ ରାମକୃଷ୍ଣ ମିଶନ ଠାରେ ଡାବୁଗାଁ ରାମକୃଷ୍ଣ ସାରଦା ସେବାସଙ୍ଘର କଳ୍ପତରୁ ଉତ୍ସବ ରବିବାର ପାଳିତ ହୋଇଯାଇଛି | ଏଥିରେ ପୂର୍ବତନ ସାସଂଦ ଭଗବାନ ମାଝୀ ସଭାପତିତ୍ଵ କରିଥିଲେ | ରାମକୃଷ୍ଣ ଶାରଦା ସେବା ସଂଘର ସଭାପତି ସୁରେଶ କୁମାର ସାମଲ ସ୍ଵାଗତ ଭାଷଣ ଦେବା ସହ କଳ୍ପତରୁର ତାତ୍ପର୍ଯ୍ୟ ବିଷୟରେ ବୁଝାଇଥିଲେ | ମୁଖ୍ୟ ବକ୍ତା ଡଃ ବିଜୟ କୁମାର ମିଶ୍ର ଠାକୁର ଶ୍ରୀ ରାମକୃଷ୍ଣ ଙ୍କର କଳ୍ପତରୁ ବିଷୟରେ ଠାକୁରଙ୍କ ମହତ ବାଣୀ ଶୁଣାଇ ଥିଲେ | ଏଥିରେ ଡଃ ରାଧାନାଥ ବେହେରା ଠାକୁରଙ୍କର ଚୈତନ୍ୟ ଲାଭ ବିଷୟରେ କହିଥିଲେ | ଏହି ଉତ୍ସବରେ ମହେନ୍ଦ୍ର କୁମାର କାମେଲା, ସାସଂଦ ପ୍ରତିନିଧି ଏମ୍॰ଆପ୍ପା ରାଓ, ଜି॰ ସାଇ ରାଜୁ, ପୂର୍ଣ୍ଣଚନ୍ଦ୍ର ସେନଗୁପ୍ତା, ପାପଡାହାଣ୍ଡି ଜିଲପରିଷଦ ସଭ୍ୟା ଲିପିକା ମାଝି, ନିତ୍ୟାନ୍ଦନ ମହାନ୍ତି, ପ୍ରକାଶ ଚନ୍ଦ୍ର ପଣ୍ଡା ଯୋଗଦେଇଥିଲେ | ଏଥିରେ ଡାବୁଗାଁ ସଂଘର ବାବି ଜେନା, ଗଙ୍ଗାଧର ମହାଙ୍କୁଡ, ନିଳାଞ୍ଚଳ ପଣ୍ଡା, ରଞ୍ଜିତ ବିଶୋଇ, ରଘୁନାଥ ବିଶୋଇ, ଚୈତନ୍ୟ ବିଶୋଇ, ସପନ ଦେ, ଶଙ୍କର ବିଶୋଇ, ଶଶିଭୂଷଣ ଜେନା, ଲିଲି ରାୟ, ଅଞ୍ଜୁ ବିଶୋଇ, ତିଳୋତ୍ତମା ବାରିକ ପ୍ରମୁଖ ଏହି କାର୍ଯ୍ୟକ୍ରମରେ ସହଯୋଗ କରିଥିଲେ | ଏହି ଉତ୍ସବରେ ପ୍ରାୟ ୫୦୦ ରୁ ଉର୍ଦ୍ଧ ଭକ୍ତଙ୍କ ସମାଗମ ହୋଇଥିଲା | ସଂଘ ସମ୍ପାଦକ ଦିବାକର ବାରିକ ଧନ୍ୟବାଦ ଅର୍ପଣ କରିଥିଲେ | ଶେଷରେ ଗଦାଧର ତ୍ରିପାଠୀ ଓ ସିମାଞ୍ଚଳ ଜେନା ଭଜନ ପରିବେଷଣ କରିଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନବ ନିର୍ବାଚିତ ମନ୍ତ୍ରୀ,ସାଂସଦ,ବିଧାୟକଙ୍କୁ ବ୍ରହ୍ମା କୁମାରୀ ପକ୍ଷରୁ ସମ୍ବର୍ଦ୍ଧନା 

masiha

ସୁନ୍ଦରଗଡ଼ ଜିଲ୍ଲା ପତଂଜଳି ଯୋଗ ପରିବାର ଆନୁକୁଲ୍ୟରେ ପବିତ୍ର ରାମନବମୀ ଓ ସ୍ବାମୀଜୀଙ୍କ ସନ୍ନ୍ୟାସ ଦୀକ୍ଷା ଦିବସ ପାଳନ 

masiha

ବରିଷ୍ଠ ନାଗରିକଙ୍କ ଦ୍ବାରା ଉତ୍କଳ ଦିବସ ପାଳିତ

masiha

Leave a Comment

error: Content is protected !!