ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ସାରସପଡ଼ା ରେ ୮ତମ ମାଁ ବିନ୍ଧ୍ୟ ବାସିନୀ ଙ୍କ ବାର୍ଷିକ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ 

ସାରସପଡ଼ା ରେ ୮ତମ ମାଁ ବିନ୍ଧ୍ୟ ବାସିନୀ ଙ୍କ ବାର୍ଷିକ ପୂଜାନୋତ୍ସବ ମହାସମାରୋହରେ ଅନୁଷ୍ଠିତ 

ସମାଜ କୁ ଏକ ସୂତ୍ରରେ ବାନ୍ଧି ରଖେ ମାଁ ଙ୍କ ବାର୍ଷିକ ପୂଜାନୋତ୍ସବ

   ପାଟଣାଗଡ ବଲାଙ୍ଗୀର ଜିଲ୍ଲା ମୁରିବାହଲ ବ୍ଳକ ଡଙ୍ଗରପଡା ପଞ୍ଚାୟତ ସାରସପଡା ଠାରେ ସର୍ବ ଭାରତୀୟ ସ୍ବାଲାଖ ବିନ୍ଧ୍ୟଗିରୀବାସୀ ବିଞ୍ଝାଲ ସମାଜ ପକ୍ଷରୁ ଇଷ୍ଟଦେବୀ ମାଁ ବିନ୍ଧ୍ୟ ବାସିନୀ ଦୈବୀ ଙ୍କ ୮ ତମ ପୌଷମାସ ଶୁକ୍ଳ ପକ୍ଷ ଅଷ୍ଟମୀ ତିଥିରେ ବାର୍ଷିକ ପୂଜାନୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ପ୍ରାରମ୍ଭରେ ମାଁ ବିନ୍ଧ୍ୟ ବାସିନୀ ଦୈବୀ ଙ୍କ ଶକ୍ତିପୀଠ ରେ ପୂଜାର୍ଚ୍ଚନା ପରେ ମାଁ ଙ୍କୁ ଆବାହନ କରାଯାଇ ସାମୁହିକ ପ୍ରାର୍ଥନା କରାଯାଇଥିଲା। ମୁରିବାହାଲ ସଭାପତି ବନମାଳୀ ବରିହା ଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ବଲାଙ୍ଗୀର ଜିଲ୍ଲା ସଭାପତି ତଥା ଉପଲାଟ ସଭାପତି ଚନ୍ଦ୍ରଶେଖର ବାଗ ମୂଖ୍ୟ ଅତିଥି, ଜିଲ୍ଲା ସଂପାଦକ ଗନ୍ଧର୍ବ ବରିହା, ବଲାଙ୍ଗୀର ବ୍ଳକ ସଭାପତି କୁଶ ବରିହା, ପାଟଣାଗଡ଼ ବ୍ଳକ ସଭାପତି କିଶୋର ଚନ୍ଦ୍ର ବରିହା, ଲୋଇସିଂହା ସଂପାଦକ ଭକ୍ତ ବରିହା,ଜିଲ୍ଲା ମିଡ଼ିଆ ସେଲ୍ ସଂଯୋଜକ ଗୋରେଖନାଥ ବରିହା,ଖପ୍ରାଖୋଲ ବ୍ଳକ କୋଷାଧ୍ୟକ୍ଷ ବିପିନ ବରିହା, ବଙ୍ଗୋମୁଣ୍ଡା ବ୍ଳକ ସଭାପତି ଶାନ୍ତନୁ ବରିହା, ଟିକେଚନ ବରିହା, ମୁରିବାହାଲ ବ୍ଳକ ସଭାପତି ବନମାଳୀ ବରିହା, ଜମ୍ବେ ବରିହା,ମାୟାଧର ବରିହା,ସାଧବ ବରିହା, ବିରେନ୍ଦ୍ର ବରିହା,ପ୍ରମୁଖ ସମ୍ମାନିତ ଅତିଥି ଭାବେ ଯୋଗଦେଇଥିଲେ। ପୂର୍ବ ପ୍ରଚଳିତ ପରମ୍ପରା ରେ ଅନୁଯାୟୀ ପୌଷମାସ ଶୁକ୍ଳ ଅଷ୍ଟମୀ ଦିନ ମାଁ ଙ୍କ ଠାରେ ପୂଜାର୍ଚ୍ଚନା କଲେ ବର୍ଷସାରା ସମସ୍ତ ପ୍ରକାରର ରିଷ୍ଟ ଖଣ୍ଡନ ସହ ଗାଈଗୋରୁ ସୁସ୍ଥ ସବଳ ମଧ୍ୟ ମାଁ ଆର୍ଶିବାଦ ରୁ ଭଲ ଫସଲ ହୋଇଥାଏ ବୋଲି ବିଶ୍ୱାସ ରଖୁଥିବା ବେଳେ ସମାଜ ରେ ସ୍ବାସ୍ଥ୍ୟ ଶିକ୍ଷା ନିଶା, ବିଂଝାଲ ସମାଜ ର ସାମାଜିକ ଅର୍ଥନୈତିକ ବିକାଶ ଶୃଙ୍ଖଳିତ ସମାଜ ଗଠନ ନାରୀ ଶିକ୍ଷା ଅଗ୍ରଗତି , ସଂସ୍କୃତି , ସମାଜ ସମ୍ବିଧାନ, ନିତି ନିୟମ, ଏକତା ଅଖଣ୍ଡତାସଂପର୍କରେ ଅତିଥି ମାନେ ମତବ୍ୟକ୍ତ କରିଥିଲେ। ପାଟଣାଗଡ ବ୍ଳକ ଲରମ୍ଭା ଠାରେ ଫେବୃୟାରୀ ୮/୯ ତାରିଖ ରେ ହେବାକୁ ଥିବା ଜିଲ୍ଲା ସ୍ତରୀୟ ବାର୍ଷିକ ସଭାରେ ସମସ୍ତଙ୍କୁ ଉପସ୍ଥିତ ରହିବାକୁ ମୂଖ୍ୟ ଅତିଥି ଶ୍ରୀ ବାଗ ସୂଚନା ଦେଇଥିଲେ। ଏଥିରେ ମୁରଲି ବରିହା, ଡାକ୍ତର ବରିହା,କ୍ଷିର ବରିହା,କପିଲ ବରିହା,ନର ବରିହା,ବିଦୁର ସିଂ ବରିହା, ବୃନ୍ଦାବନ ବରିହା ସହଯୋଗ କରିଥିବା ବେଳେ ସମାଜ ଶତାଧିକ ମହିଳା ପୁରୁଷ ଯୋଗଦେଇଥିଲେ। ମୁରିବାହାଲ ସଂପାଦକ କାର୍ତ୍ତିକ ବରିହା ସ୍ବାଗତ ଭାଷଣ ଓ ସଭା ପରିଚାଳନା କରିଥିବା ବେଳେ ବନମାଳୀ ବରିହା ଧନ୍ୟବାଦ ଅର୍ପଣ କରିଥିଲେ। 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ଡାବୁଗାଁ ରେ ବିଶ୍ଵକର୍ମା ଙ୍କ ପୂଜା ପାଳିତ

Sunil Chandra Nayak

ଡାବୁଗାଁ ରେ ମାଘ ମଣ୍ଡେଇ ପାଳିତ

Sunil Chandra Nayak

ବିଶ୍ଵଗୁରୁ ବାୟାବାବାଙ୍କ ଅଲୌକିକ ମହିମା, ଭକ୍ତଙ୍କ ବିଶ୍ୱାସ ଭାଙ୍ଗେନା ଜମା 

Sunil Chandra Nayak

Leave a Comment

error: Content is protected !!