ଲାଞ୍ଜିଗଡ଼,୨୬/୦୪(ମନିସ)-ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ପତ୍ରାପଡ଼ାଠାରେ ପ୍ରତ୍ୟକ୍ଷ ଦେବୀ ମାଁ ଠାକୁରାଣୀଙ୍କ ଘଣ୍ଟ ପର୍ବ ମହାସମାରୋହରେ ଉଦଘାଟିତ ହୋଇଯାଇଛି ! ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ହେଉଥିବା ଏଇ ପର୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି ! ଆଜି ସକାଳୁ ଗ୍ରାମବାସୀ ବାଜାଗୋଜା ସହିତ ପୂଜକ ବରଣ କରିବା ପରେପରେ ଘଣ୍ଟପର୍ବର ଶୁଭାରମ୍ଭ ହୋଇଯାଇଛି ! ବୁଢ଼ାରାଜା ଗ୍ରାମ୍ୟ କମିଟି, ବାବାସାହେବ ୟୁଥ୍ କ୍ଲବ ଓ ପତ୍ରାପଡ଼ା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ହେଉଥିବା ଏଇ ପର୍ବର ଉଦଘାଟନୀ ଉତ୍ସବରେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ସମିତିସଭ୍ୟ ସନ୍ୟାସୀ ମାଝୀ, ପୂର୍ବତନ ସରପଞ୍ଚ ରାଜୀବ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ବୁଢ଼ାରାଜା ଗ୍ରାମ୍ୟ କମିଟିର ସଭାପତି ଶରତ ନାଏକ, ଘଣ୍ଟପର୍ବ ଆୟୋଜକ କମିଟିର ମୁଖ୍ୟ ମହେନ୍ଦ୍ର କରୁଆଁ, କମିଟି ସଦସ୍ୟ ସୁବାସ ହିଆଁଲ, ମହାନ୍ତି କରୁଆଁ, ନୀଳକଣ୍ଠ ସୁନା, ପ୍ରଭାକର ନିଆଲ, ଶିବରାମ ହରପାଲଙ୍କ ସମେତ ଗ୍ରାମ୍ୟ କମିଟି, ବାବାସାହେବ ୟୁଥ କ୍ଲବ୍ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ! ସୂଚନାଯୋଗ୍ୟ, ସାତବର୍ଷ ପରେ ଆୟୋଜିତ ହେଉଥିବା ମାଁ ଠାକୁରାଣୀଙ୍କ ଘଣ୍ଟପର୍ବକୁ ସରସ ସୁନ୍ଦର କରିବାକୁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି ! ଏହା ସାତଦିନ ଧରି ପାଳିତ ହେବ ଏବଂ ପୂଜାପାଠ ଭଳି ଆଧ୍ୟାତ୍ମିକ ବାତାବରଣ ସ୍ରୁଷ୍ଟି ସହିତ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଓ ମୀନାବଜାର ଏହାର ମୁଖ୍ୟ ଆକର୍ଷଣ ବୋଲି ଆୟୋଜକ କମିଟି ସୂତ୍ରରୁ ସୂଚନା ମିଳିଛି !
ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ