ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ପତ୍ରାପଡ଼ାଠାରେ ମାଁ ଠାକୁରାଣୀ ଘଣ୍ଟପର୍ବ ଉଦଘାଟିତ

ଲାଞ୍ଜିଗଡ଼,୨୬/୦୪(ମନିସ)-ଲାଞ୍ଜିଗଡ଼ ବ୍ଲକ ଛତ୍ରପୁର ପଞ୍ଚାୟତ ପତ୍ରାପଡ଼ାଠାରେ ପ୍ରତ୍ୟକ୍ଷ ଦେବୀ ମାଁ ଠାକୁରାଣୀଙ୍କ ଘଣ୍ଟ ପର୍ବ ମହାସମାରୋହରେ ଉଦଘାଟିତ ହୋଇଯାଇଛି ! ଦୀର୍ଘ ସାତବର୍ଷର ବ୍ୟବଧାନ ପରେ ହେଉଥିବା ଏଇ ପର୍ବକୁ ନେଇ ଗ୍ରାମବାସୀଙ୍କ ମଧ୍ୟରେ ବେଶ୍ ଉତ୍ସାହ ଉଦ୍ଦୀପନା ଦେଖିବାକୁ ମିଳିଛି ! ଆଜି ସକାଳୁ ଗ୍ରାମବାସୀ ବାଜାଗୋଜା ସହିତ ପୂଜକ ବରଣ କରିବା ପରେପରେ ଘଣ୍ଟପର୍ବର ଶୁଭାରମ୍ଭ ହୋଇଯାଇଛି ! ବୁଢ଼ାରାଜା ଗ୍ରାମ୍ୟ କମିଟି, ବାବାସାହେବ ୟୁଥ୍ କ୍ଲବ ଓ ପତ୍ରାପଡ଼ା ଗ୍ରାମବାସୀଙ୍କ ମିଳିତ ଆନୁକୂଲ୍ୟରେ ହେଉଥିବା ଏଇ ପର୍ବର ଉଦଘାଟନୀ ଉତ୍ସବରେ ଛତ୍ରପୁର ସରପଞ୍ଚ ସୁଷମା ମାଝୀ, ସମିତିସଭ୍ୟ ସନ୍ୟାସୀ ମାଝୀ, ପୂର୍ବତନ ସରପଞ୍ଚ ରାଜୀବ ମାଝୀ ପ୍ରମୁଖ ଅତିଥି ଭାବେ ଯୋଗ ଦେଇଥିଲେ ! ବୁଢ଼ାରାଜା ଗ୍ରାମ୍ୟ କମିଟିର ସଭାପତି ଶରତ ନାଏକ, ଘଣ୍ଟପର୍ବ ଆୟୋଜକ କମିଟିର ମୁଖ୍ୟ ମହେନ୍ଦ୍ର କରୁଆଁ, କମିଟି ସଦସ୍ୟ ସୁବାସ ହିଆଁଲ, ମହାନ୍ତି କରୁଆଁ, ନୀଳକଣ୍ଠ ସୁନା, ପ୍ରଭାକର ନିଆଲ, ଶିବରାମ ହରପାଲଙ୍କ ସମେତ ଗ୍ରାମ୍ୟ କମିଟି, ବାବାସାହେବ ୟୁଥ କ୍ଲବ୍ ର ସମସ୍ତ ସଦସ୍ୟ ଏବଂ ଗ୍ରାମବାସୀ ଆୟୋଜନରେ ପ୍ରମୁଖ ଭୂମିକା ଗ୍ରହଣ କରୁଛନ୍ତି ! ସୂଚନାଯୋଗ୍ୟ, ସାତବର୍ଷ ପରେ ଆୟୋଜିତ ହେଉଥିବା ମାଁ ଠାକୁରାଣୀଙ୍କ ଘଣ୍ଟପର୍ବକୁ ସରସ ସୁନ୍ଦର କରିବାକୁ କମିଟି ତରଫରୁ ନିଷ୍ପତ୍ତି ନିଆଯାଇଛି ! ଏହା ସାତଦିନ ଧରି ପାଳିତ ହେବ ଏବଂ ପୂଜାପାଠ ଭଳି ଆଧ୍ୟାତ୍ମିକ ବାତାବରଣ ସ୍ରୁଷ୍ଟି ସହିତ ପ୍ରତିଦିନ ସନ୍ଧ୍ୟାରେ ରଙ୍ଗାରଙ୍ଗ ସାଂସ୍କ୍ରୁତିକ କାର୍ଯ୍ୟକ୍ରମ ଓ ମୀନାବଜାର ଏହାର ମୁଖ୍ୟ ଆକର୍ଷଣ ବୋଲି ଆୟୋଜକ କମିଟି ସୂତ୍ରରୁ ସୂଚନା ମିଳିଛି ! 

ଲାଞ୍ଜିଗଡ଼ ବ୍ଲକରୁ ସୁଶୀଲ କୁମାର ବାଗଙ୍କ ରିପୋର୍ଟ

Related posts

ପାଞ୍ଚ ହଜାର ରୁ ଉର୍ଦ୍ଧ୍ବ କାଉଡ଼ିଆ ବୁଦ୍ଧେଶ୍ଵରଙ୍କୁ ଜଳ ଲାଗି କଲେ  

Sunil Chandra Nayak

ମନ ମୋହୁଛି ବିଶ୍ୱନାଥପୁର ଗଣେଶ ପୂଜା 

masiha

ସତସଙ୍ଗ କମିଟି ତରଫରୁ ଗୀତା ଯଜ୍ଞ 

Sunil Chandra Nayak

Leave a Comment

error: Content is protected !!