ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଧର୍ମୀୟ ସଂସ୍କୃତି

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

ମା ଠାକୁରାଣୀ ଙ୍କ କଳସୀ ଯାତ୍ରା ଶୁଭାରମ୍ଭ 

ଡାବୁଗାଁ, ୭/୪ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ସଦର ମହକୁମା ଠାରେ ୯ ଦିନ ବ୍ୟାପୀ ମାଁ‘ ଠାକୁରାଣୀ ଙ୍କ କଳସୀ ଯାତ୍ରା ସୋମବାର ସନ୍ଧ୍ୟାରେ ଶୁଭାରମ୍ଭ ହୋଇଯାଇଛି | ସନ୍ଧ୍ୟାରେ ମା ଠାକୁରାଣୀ ଙ୍କ କଳସୀ ମଣ୍ଡପ ଠାରୁ ବାହାରି ମାଁ ଠାକୁରାଣୀ ମନ୍ଦିରର ପୋଖରୀରୁ ପୂଜାର୍ଚ୍ଚନା କରି ପ୍ରାୟ ୫୦ ରୁ ଉର୍ଦ୍ଧ ବାଳିକା ଝିଅ ମାନେ ମୁଣ୍ଡରେ କଳସ ବୋହି ବହୁ ଆଡମ୍ବରରେ ଶୋଭାଯାତ୍ରା ବାହାରି ବାଜା ବଜାଇ ବାଣ ଫୁଟାଇ ଗ୍ରାମ ମଧ୍ୟରେ ଥିବା ମାଁ ଙ୍କ କଳସୀ ମଣ୍ଡପ ଠାରେ ରାତ୍ର ପ୍ରାୟ ୧୦ ଘ. ସମୟରେ ପହଞ୍ଚି ମାଁ ଙ୍କୁ ସ୍ଥାପନା କରାଯାଇଛି | ଏହି ଯାତ୍ରା ଆଜିଠାରୁ ୯ ଦିନ ଧରି ଚାଲିବ | ଚଳିତ ବର୍ଷ କଳସ ଯାତ୍ରା ବହୁ ଆଡମ୍ବରରେ ଯାତ୍ରା କମିଟି ଙ୍କ ପ୍ରଚେଷ୍ଟାରେ ଆଦିବାସୀ ନୃତ୍ୟ, ବ୍ୟାଣ୍ଡ ବାଜାରେ ଓ ଭକ୍ତ ମାନଙ୍କ ନୃତ୍ୟରେ କମ୍ପି ଉଠିଥିଲା ଡାବୁଗାଁ ସହର | ୯ ଦିନ ବ୍ୟାପୀ ହେବାକୁ ଥିବା କଳସୀ ଯାତ୍ରା ପାଇଁ କଳସୀ ମଣ୍ଡପ କୁ ବିଭିନ୍ନ ଆଧୁନିକ ଆଲୋକମାଳାରେ ସାଜସଜା କରାଯାଇଥିଲା ବେଳେ ବିଭିନ୍ନ ପ୍ରକାରର ତୋରଣ ଗୁଡିକ ତିଆରି କରାଯାଇଛି | ଡାବୁଗାଁ କଳସୀ ମଣ୍ଡପ ଆଲୋକ ମାଳାରେ ଝଲସି ଉଠିଛି | ଏହି କଳସ ଶୋଭାଯାତ୍ରାରେ ପ୍ରାୟ ୨ ହଜାର ରୁ ଉର୍ଦ୍ଧ ଭକ୍ତ ଉପସ୍ଥିତ ଥିଲେ | ଏଥିରେ କମିଟି ସଭାପତି ଭାବେ ସତ୍ୟ ରଞ୍ଜନ ପାତ୍ର, ଉପସଭାପତି ବିନୋଦ ସୌରା, ସମ୍ପାଦକ ରାମକୁମାର ଗଣ୍ଡ, କୋଷାଧ୍ୟକ୍ଷ ଭାବେ ସୁରେନ୍ଦ୍ର ରେଲି, ଜିତୁ ରେଲି, ପାପନ୍ନା ରେଲି, ଶାନ୍ତି ସୁନା ମକର ସୌରା, ଟୁନା ଭାଟ ଙ୍କ ସମେତ ବହୁ ଭଦ୍ର ବ୍ୟକ୍ତି ମାନେ ଯୋଗ ଦେଇଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ମା’ ତାରିଣୀଙ୍କର ୧୯ତମ ଜନ୍ମ ବାର୍ଷିକୋତ୍ସ ପାଳିତ 

Sunil Chandra Nayak

ବାଣପୁର ଝିଅ ଜାଇ: ଚିଲିକା ମଝିରେ ଏବେ ସେ ମା, କାଳୀଜାଈ !!!

Sunil Chandra Nayak

ଅସୁରଗଡ଼ରେ ବୈଦିକ ମହାଯଜ୍ଞ

masiha

Leave a Comment

error: Content is protected !!