ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ, ଅଭିଯୁକ୍ତ ଗିରଫ 

ନାବାଳିକାକୁ ବିବାହର ପ୍ରଲୋଭନ ଦେଖାଇ ଧର୍ଷଣ, ଅଭିଯୁକ୍ତ ଗିରଫ 

ଡାବୁଗାଁ, ୭/୪(ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ଥାନା ଅଞ୍ଚଳରେ ଜଣେ ନାବାଳିକାଙ୍କୁ ବିବାହର ପ୍ରଲୋଭ ଦେଖାଇ ଧର୍ଷଣ ହୋଇଥିବା ନେଇ ରବିବାର ରାତିରେ ଡାବୁଗାଁ ଥାନାରେ ଅଭିଯୋଗ ହୋଇଥିଲା | ସୂଚନାଯୋଗ୍ୟ:- ଡାବୁଗାଁ ଥାନା ଅଞ୍ଚଳର ଏକ ଗ୍ରାମର ୧୭ ବର୍ଷୀୟ ଜଣେ ନାବାଳିକାର ୨୩ ବର୍ଷୀୟ ନିଜର ମାମୁଁ ପୁଅ ଭାଇ ସହ ପ୍ରାୟ ୨ ବର୍ଷ ହେବ ପ୍ରେମ ସମ୍ପର୍କ ଗଢି ଉଠିଥିଲା | ଧୀରେ ଧୀରେ ପ୍ରେମ ସମ୍ପର୍କ ପ୍ରାୟ ଏକ ବର୍ଷ ତଳେ ଶାରେରିକ ସମ୍ପର୍କ ଗଢି ଉଠିଥିଲା | ଏପରି ବାରମ୍ବାର ଶାରେରିକ ସମ୍ପର୍କ ଦ୍ଵାରା ନାବାଳିକା ଗର୍ଭବତୀ ହୋଇଥିଲା | ଗର୍ଭବତୀ ହେବାପରେ ଝିଅ ଟି ଯୁବକ ଙ୍କୁ କହିବା ପରେ ଯୁବକ ବିବାହ କରିବାକୁ କହିଥିଲେ | ଏପରି ଭାବେ ଯୁବକ ଜଣଙ୍କ ବିବାହ କରିବ ବୋଲି କହି ପ୍ରାୟ କିଛି ମାସ ଗଡାଇ ଦେଇଥିଲା | ନାବାଳିକାର ପେଟ ବଢୁଥିବା ଦେଖି ନାବାଳିକାର ପରିବାର ଘଟଣା ବିଷୟରେ ପଚାରିଥିଲେ | ପରେ ନାବାଳିକା ପରିବାର ଆଗରେ ସବୁ ଘଟଣା କହିଥିଲା | ପରେ ଯୁବକର ପରିବାର ଝିଅ କୁ ଗ୍ରହଣ କରିବାକୁ ମନା କରିଥିଲେ | ଶେଷରେ ପୀଡ଼ିତା ନାବାଳିକା ରବିବାର ରାତିରେ ଡାବୁଗାଁ ଥାନାରେ ଏତଲା ଦେଇଥିଲେ | ଉକ୍ତ ଏତଲା କୁ ଭିତ୍ତି କରି ଥାନା କେସ ନଂ ୬୬/୨୫ ରେ ଏକ ମାମଲା ରୁଜୁ କରାଯାଇ ତଦନ୍ତ ଆରମ୍ଭ କରାଯାଇଛି | ସୋମବାର ସକାଳୁ ଯୁବକ ଙ୍କୁ ତାର ଘରୁ ପୋଲିସ ଉଠାଇ ଆଣି ପଚରାଉଚରା କରିବାରୁ ଯୁବକ ଜଣଙ୍କ ଘଟଣା ଘଟାଇଥିବା ମାନିଥିଲା | ଯୁବକ ଜଣଙ୍କୁ ଡାକ୍ତରୀ ମାଇନା କରାଯାଇ ସୋମବାର ଅପରାହ୍ନରେ କୋର୍ଟ ଚାଲାଣ କରାଯାଇଛି | ବର୍ତ୍ତମାନ ନାବାଳିକା ଜଣଙ୍କ ୮ ମାସର ଗର୍ଭବତୀ ରହିଛନ୍ତି | ନବରଙ୍ଗପୁର ପୋଲିସ ମୁଖ୍ୟାଳୟ ଏଚଆରପିସି ଇନିସ୍ପେକ୍ଟର ସୁଶାନ୍ତା ସେବାୟିନୀ ହୋରୋ ଘଟଣା ର ତଦନ୍ତ କରୁଛନ୍ତି ବୋଲି ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ସୂଚନା ଦେଇଛନ୍ତି |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ନିଖୋଜ ଯୁବକର ମୃତ ଦେହ ଠାବ- ହତ୍ୟା ସନ୍ଦେହ ,  ଶବ ଆଣିବାକୁ ଉପ ଜିଲ୍ଲାପାଳ ଙ୍କ ଦ୍ବାରସ୍ଥ ହେଲେ ପରିବାର

Sunil Chandra Nayak

ଚୋରୀ ଅଭିଯୋଗରେ ଜଣେ ଯୁବକ ଗିରଫ 

Sunil Chandra Nayak

ବିବାହର ପ୍ରଲୋଭନ ଦେଖାଇ ନାବାଳିକାକୁ ଅପହରଣ ଅଭିଯୋଗ ରେ ଯୁବକ ଗିରଫ 

Sunil Chandra Nayak

Leave a Comment

error: Content is protected !!