ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ: ପୁରପଲ୍ଲୀ ଉତ୍ସବ ମୁଖର

ବିଭିନ୍ନ ସ୍ଥାନରେ ଶ୍ରୀରାମ ନବମୀ: ପୁରପଲ୍ଲୀ ଉତ୍ସବ ମୁଖର

କର୍ଲାମୁଣ୍ଡା: କର୍ଲାମୁଣ୍ଡା ବ୍ଲକର ବିଭିନ୍ନ ଗ୍ରାମରେ ଶ୍ରୀରାମ ନବମୀ ଉତ୍ସବ ଆନନ୍ଦ ଉଲ୍ଲାସର ସହିତ ପାଳିତ ହେଉଛି l ଯୋରାଡବରା ପଞ୍ଚାୟତ କୁଶୁର୍ଲା ହଜାରିପଡା ଗ୍ରାମରେ ଶ୍ରୀରାମ ନବମୀ ଉତ୍ସବ ପାଳିତ ହୋଇଯାଇଛି l ଏହି ପବିତ୍ର ଶ୍ରୀରାମ ନବମୀ ଉତ୍ସବ ୧୯୭୫ ମସିହା ଠାରୁ ଚାଲିଥିବା ବେଳେ ପ୍ରତେକ ବର୍ଷ ଶ୍ରୀରାମ ନବମୀ ଦିନରେ ହଜାରୀପଡା ଶ୍ରୀରାମ ମନ୍ଦିର ଠାରୁ ଶ୍ରୀ ଶ୍ରୀ ନୀଳକଣ୍ଠେଶ୍ଵର ମହାପ୍ରଭୁ ଙ୍କୁ ବରଣ କରି ଗ୍ରାମର ସମସ୍ତ ଇଷ୍ଟ ଦେବା ଦେଵୀ ଙ୍କୁ ପୂଜାର୍ଚ୍ଚନା କରି ନିଜ ସ୍ଥାନକୁ ଫେରିବା ବେଳେ ଗାଁ ର ପ୍ରବେଶ ଦ୍ୱାର ରେ ବରଣ କରି ଆଣିଥିବା ଶ୍ରୀରାମ ମହାପ୍ରଭୁଙ୍କ ରାଜ ଅଭିଷେକ ପ୍ରତିଛବି ଉପରେ ଗ୍ରାମର ସମସ୍ତ ମହିଳା ମାନେ ପୂଜାର୍ଚ୍ଚନା କରି ବନ୍ଧାପନା କରିଥାନ୍ତି l ଶ୍ରୀରାମ ନବମୀ ଉତ୍ସବ ଦୀର୍ଘ ଚଉଦ ଦିନ ବ୍ୟାପି ଚାଲିଥିବା ବେଳେ ପ୍ରତ୍ୟେକ ଦିନ ଶ୍ରୀରାମଲୀଳା ନାଟକ ପରିବେଷଣ କରାଯାଉଛି l ଉକ୍ତ ପୂଜାର ପୂଜକ ଭାବେ ଶ୍ରୀ ବୁଲୁ ଦାଶ ଥିବାବେଳେ କର୍ତ୍ତା ଭାବରେ ଶ୍ରୀ କୈଳାଶ ସାହୁ ଏବଂ ତାଙ୍କ ଧର୍ମପତ୍ନୀ କୁମୁଦିନୀ ସାହୁ ଥିବାବେଳେ ରାମନବମୀ କମିଟି ର ସଭାପତି ଶ୍ରୀଯୁକ୍ତ ସୋମନାଥ ସାହୁ, ଉପସଭାପତି ଶ୍ରୀ ସୁଶାନ୍ତ ସାହୁ, ସମ୍ପାଦକ ଶ୍ରୀ ତ୍ରିଲୋଚନ ସାହୁ, ସହ ସମ୍ପାଦକ ଶ୍ରୀ ଜଗନ୍ନାଥ ସାହୁ, କୋଷାଧକ୍ଷ ଶ୍ରୀ ଡମ୍ବରୁଧର ସାହୁ ସମେତ ହଜାରୀପଡ଼ ଗ୍ରାମର ସମସ୍ତ ଗ୍ରାମବାସୀ ବୃନ୍ଦ ସହଯୋଗ କରିଥିଲେ l ସେହିପରି ବ୍ଲକର ତେରେସିଂହା, ରିଷିଡ଼ା, ପୌରକେଲା, ବଡଡୁଙ୍ଗୁରିଗୁଡା, ସୁରୁଜୁଲି, ବିନ୍ଧାଣୀ, ଅବୁଜବାହାଲ, ଝାରମୁଣ୍ଡା, ଓଡ଼ିଆମୁଣ୍ଡା ଗ୍ରାମରେ ଶ୍ରୀରାମଲୀଳା ନାଟକ ପରିବେଷଣ ହେଉଥିବା ଦେଖିବାକୁ ମିଳୁଛି l

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ଧର୍ମଗଡ ଏନ୍ଏସି ରେ ମଳ ଉପଚାର କେନ୍ଦ୍ର ବିଧାୟକ ଙ୍କ ଦ୍ବାରା ଉଦଘାଟିତ

masiha

ପଞ୍ଚାୟତ ର ବିଭିନ୍ନ ସ୍ଥାନରେ ନଳକୂପ ଖନନ ନେଇ  ବିଧାୟକ ଓ ସାଂସଦ ଙ୍କୁ ଧନ୍ୟବାଦ ସହ କୃତଜ୍ଞତା ଜଣାଇଲେ ଗ୍ରାମବାସୀ 

ଶୁଭାରମ୍ଭ ହେଲା ଡିଫାଇନ୍ କଳାହାଣ୍ଡିର ସଦସ୍ୟତା ଅଭିଯାନ

masiha

Leave a Comment

error: Content is protected !!