ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଓଡ଼ିଆ ଭାଷା ବିକାଶମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ କାର୍ଯ୍ୟକ୍ରମ

ଓଡ଼ିଆ ଭାଷା ବିକାଶମଞ୍ଚର ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ କାର୍ଯ୍ୟକ୍ରମ

ଓଡ଼ିଆ ଭାଷା ବିକାଶମଞ୍ଚ ଆନୁକୂଲ୍ୟରେ କଲଚରାଲ୍ ଏକାଡେମୀ ସଭାକକ୍ଷରେ ସାଧାରଣ ସମ୍ପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ବରେ ଓ ସଭାପତି ପ୍ରଶାନ୍ତ କୁମାର ପତିଙ୍କ ଅଧ୍ୟକ୍ଷତାରେ ରାଉରକେଲାର ବୁଦ୍ଧିଜୀବୀ, ସାରସ୍ଵତ ସାଧକ ମାନଙ୍କ ସଂପୃକ୍ତି ଓ ସହଯୋଗୀତାରେ “ସାମ୍ପ୍ରତିକ ସାହିତ୍ୟର ସ୍ବର “ ଶୀର୍ଷକ ଆଲୋଚନାତ୍ମକ ସଂପାନ ଓ କାବ୍ୟ ସନ୍ଧ୍ୟା ଅନୁଷ୍ଠିତ ହୋଇଯାଇଛି।

ଅତିଥି ମାନେ ସର୍ବପ୍ରଥମେ ଗାନ୍ଧୀ ଚେତନାର ମୂର୍ତ୍ତିମନ୍ତ କର୍ମଯୋଗୀ ନବକୃଷ୍ଣ ଚୌଧୁରୀଙ୍କ ଜୟନ୍ତୀ ପରିପ୍ରେକ୍ଷୀରେ ତାଙ୍କର ଫଟୋଚିତ୍ରରେ ମାଲ୍ୟାର୍ପଣ କରି ଶ୍ରଦ୍ଧାଞ୍ଜଳି ଅର୍ପଣ କରିଥିଲେ । ନାଟ୍ୟକାର ପ୍ରଫୁଲ୍ଲ ସାମଲ ନବକୃଷ୍ଣଙ୍କର ତ୍ୟାଗପୂତ ସାଧନାର ଜୀବନଧାରା ସମ୍ପର୍କରେ ଆଲୋଚନା ରଖିଥିଲେ।

ରାଉରକେଲାର ବିଶିଷ୍ଟ ଶିକ୍ଷାବିତ, ନାଟ୍ୟକାର ନୟନେନ୍ଦୁ ମିଶ୍ରଙ୍କ ବିୟୋଗରେ ଶୋକ ପ୍ରକାଶ ପୂର୍ବକ ନୀରବ ପ୍ରାର୍ଥନା କରି ସାରସ୍ଵତ ସ୍ମୃତି ତର୍ପଣ କରାଯାଇଥିଲା। ସାଧାରଣ ସମ୍ପାଦକ ଶ୍ରୀ ମହାପାତ୍ର ତାଙ୍କ ପ୍ରାରମ୍ଭିକ ବକ୍ତବ୍ୟରେ ଅତିଥିମାନଙ୍କ ପରିଚୟ ପ୍ରଦାନ କରି ଉତ୍ତର ଅଶୀ ସାହିତ୍ୟର ଗତି ଓ ପ୍ରକୃତି ସମ୍ପର୍କରେ ସୂଚନା ପ୍ରଦାନ କରିଥିଲେ। ମୁଖ୍ୟବକ୍ତା ଡଃ ନଗେନ ଦାସ ସାମ୍ପ୍ରତିକ ସାହିତ୍ୟର ସ୍ବର ଶୀର୍ଷକ ଆଲୋଚନାରେ ପ୍ରାନ୍ତୀୟ ସାହିତ୍ୟରୁ ଆନ୍ତର୍ଜାତିକ ସାହିତ୍ୟ ଧାରା ସମ୍ପର୍କରେ ବିସ୍ତୃତ ଆଲୋଚନା କରି ଆଧୁନିକ ଓ ଉତ୍ତର ଆଧୁନିକ ସାହିତ୍ୟର ଧାରାରେ ଭାବବାଦୀ ଓ ବସ୍ତୁବାଦୀ ଚେତନାକୁ ଆଧାର କରି ଗଢ଼ିଉଠିଥିବା ସାହିତ୍ୟର ତୁଳନାତ୍ମକ ଚିତ୍ର ପ୍ରଦାନ କରି ସାହିତ୍ୟର ସ୍ବର ବିଭିନ୍ନ ପର୍ଯ୍ୟାୟରେ କିପରି ବଦଳି ବଦଳି ଚାଲିଛି, ତତ୍ ସମ୍ପର୍କରେ ବିସ୍ତୃତ ଆଲୋଚନା ରଖିଥିଲେ। ଦ୍ବିତୀୟ ପର୍ଯ୍ୟାୟରେ ଗୀତାରାଣୀ ବେହେରା ଏବଂ ସୁଶାନ୍ତ କୁମାର ନାୟକଙ୍କ ସଂଯୋଜନାରେ ସର୍ବଶ୍ରୀ ଭୂପେନ ମହାପାତ୍ର, ଡଃ କୃପାସିନ୍ଧୁ ନାୟକ, ଅଙ୍ଗୁରବାଳା ପରିଡ଼ା, ପ୍ରଣତି ବେହେରା, ଗୀତାରାଣୀ ବେହେରା,ବବି ମହାଳିକ , ସସ୍ମିତା ପ୍ରଧାନ, ସବିତା ବସ୍ତିଆ , ସୁଶାନ୍ତ କୁମାର ନାୟକ, ସାଗର ମହାନ୍ତି, ପ୍ରତାପ କୁମାର ପଣ୍ଡା, ବଳରାମ ରାଉଳ, ସୁନିଲ କୁମାର ମହାନ୍ତି, ବିଜୟ ସାହୁ, ବ୍ରହ୍ମାନନ୍ଦ ପାଢ଼ୀ, ଗୌତମ ଦାସ, ପ୍ରଶାନ୍ତ କୁମାର ପତି ,ଧୋବେଇ ବେହେରା ପ୍ରମୁଖ କବିତା ପାଠ କରିଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ସର୍ବଶ୍ରୀ ଅକ୍ଷୟ ସାମଲ, କାଶୀନାଥ ପାତ୍ର,ବିଭୁ ନାୟକ, ଗଗନ ବିହାରୀ ନାୟକ, ନଳିନୀକାନ୍ତ ଧର, ଭଗବାନ ପରିଡ଼ା ପ୍ରମୁଖଙ୍କ ଉପସ୍ଥିତି ଓ ସହଯୋଗୀତା ସାରସ୍ଵତ ସାହିତ୍ୟ ସନ୍ଧ୍ୟା ଓ ସ୍ମୃତି ତର୍ପଣ ସଭାକୁ ସାଫଲ୍ୟ ମଣ୍ଡିତ କରିଥିଲା । ସଭାପତି ଶ୍ରୀ ପତି ତାଙ୍କର ସଭାପତିତ୍ବ ଅଭିଭାଷଣ ସହିତ ବରେଣ୍ୟ ସଭାସଦ୍ ଙ୍କୁ ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ଆଜି ବି ଉଜ୍ଜୀବିତ ରହିଛି ବହୁ ପୁରାତନ କାଳର ତାଳପତ୍ର ପୋଥି

ନର୍ଲା ବିଧାୟକ ଶ୍ରୀ ଭୂପିନ୍ଦର ସିଂ ଙ୍କ ନର୍ଲା ବିଧାନସଭା ମଣ୍ଡଳୀର ସର୍ବାଙ୍ଗୀନ ଉନ୍ନତି ପାଇଁ ପ୍ରଶାସନିକ ସମୀକ୍ଷା ବୈଠକ

Sunil Chandra Nayak

ତହସିଲଦାର ଙ୍କୁ ଦାବି ଜଣାଇଲେ ଇନ୍ଦ୍ରାବତୀ ବୁଡି ଅଞ୍ଚଳିୟ ଗଣ ପରିଷଦ 

Leave a Comment

error: Content is protected !!