କାଶୀପୁର:- ରାୟଗଡା ଜିଲ୍ଲା କାଶୀପୁର ବ୍ଲକ ଅନ୍ତର୍ଗତ ଦରାଗୁଡା ଥାନା ଅଞ୍ଚଳ ର ଏକାଧିକ ସ୍ଥାନରେ ଆଜି ପ୍ରାତଃ ସମୟ ଠାରୁ ଜିଲ୍ଲା ଅବକାରୀ ବିଭାଗ ପକ୍ଷରୁ ପେଟ୍ରୋଲିଙ୍ଗ ଆରମ୍ଭ ହୋଇଥିଲା । ଏଥିରେ ଏକ ବାଇକ ରେ ଚରା ମଦ ଚାଲାଣ ଏସଂକ୍ରାନ୍ତ ରେ ଜଣଙ୍କୁ ବିଭାଗ ପକ୍ଷରୁ ଗିରଫ କରାଯାଇ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି ।
ସୂଚନା ପ୍ରକାରେ ରାୟଗଡା ଜିଲ୍ଲାପାଳ ସ୍ୱାଧ୍ୟାଦେବୀ ସିଂ ଙ୍କର ନିର୍ଦ୍ଧେଶ ପ୍ରକାରେ ସବ-ଇନ୍ସପେକ୍ଟର ଆଶୀର୍ବାଦ ବେହେରା ଙ୍କର ନେତୃତ୍ୱରେ ଏକ ଟିମ ଆଜି କାଶୀପୁର ବ୍ଳକ ଅନ୍ତର୍ଗତ ଦରଗୁଡା ଅଞ୍ଚଳରେ ଦେଶୀ ମଦ ଚରା ଚାଲାଣ ଖବର ପାଇ ବ୍ୟାପକ ଭାବେ ଏକାଧିକ ସ୍ଥାନ ରେ ପେଟ୍ରୋଲିଙ୍ଗ ଆରମ୍ଭ କରିଥିଲେ । ଉକ୍ତ ସମୟ ରେ କରଳ ଗ୍ରାମ ଦେଇ ଜଣେ ଏକ ବାଇକ ଯୋଗେ ଦେଶୀ ମଦ ଚାଲାଣ କରୁଥିବା ସନ୍ଦେହ ରେ ଅଟକାଇ ଯାଞ୍ଚ ବେଳେ ତା ଠାରୁ ୨୫ ଲିଟର ଦେଶୀ ମଦ ପାଇଥିଲେ । ଗିରଫ ବ୍ୟକ୍ତି ଜଣକ ହେଲେ କମ୍ପର ଗ୍ରାମର ପ୍ରଫୁଲ ସାହୁ ବୋଲି ଜଣାପଡିଛି । ଆଜି ଉକ୍ତ ଚରା ଚାଲାଣ ରେ ବ୍ୟବହୃତ ଜବତ ବାଇକ ଓ ଅଭିଯୁକ୍ତ ଙ୍କୁ କୋର୍ଟ ଚାଲାଣ କରିଥିବା ସବ ଇନ୍ସପେକ୍ଟର ଆଶୀର୍ବାଦ ବେହେରା ପ୍ରକାଶ କରିଛନ୍ତି । ପେଟ୍ରୋଲିଙ୍ଗ ସମୟରେ ବିଭାଗ ପକ୍ଷରୁ ଅନ୍ୟ ମାନଙ୍କ ମଧ୍ୟରେ ସବ ଇନ୍ସପେକ୍ଟର ଉମେଶ କୁମାର ଦୋରା, କନଷ୍ଟେବଳ ଭାଳେଶ୍ୱର ଅମାନତ୍ୟା , ଅର୍ଜୁନ ମୁଣ୍ଡା ଗଡ଼ିଆ ,ପ୍ରମୁଖ ସାମିଲ ଥିଲେ ।