ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରେଞ୍ଜର ଙ୍କ ନିର୍ଦେଶ କ୍ରମେ ପୁଣି ଏକ ଜନ୍ତୁ ଶିକାରୀକୁ କୁଟୁରା ମାଂସ ଶହ ରଞ୍ଜା ଗଡ଼ ସଂରକ୍ଷଣ ଜଙ୍ଗଲ ମଧ୍ୟରୁ ଗିରଫ     

ରେଞ୍ଜର ଙ୍କ ନିର୍ଦେଶ କ୍ରମେ ପୁଣି ଏକ ଜନ୍ତୁ ଶିକାରୀକୁ କୁଟୁରା ମାଂସ ଶହ ରଞ୍ଜା ଗଡ଼ ସଂରକ୍ଷଣ ଜଙ୍ଗଲ ମଧ୍ୟରୁ ଗିରଫ     

     ଢେଙ୍କାନାଳ ଜିଲ୍ଲା କାମାକ୍ଷା ନଗର ପୂର୍ବାଞ୍ଚଳ ରେଞ୍ଜ ଅନ୍ତର୍ଗତ କଙ୍କଡ଼ାହାଡ଼ ସେକ୍ସନ ଦଣ୍ଡା ଧର ଅଞ୍ଚଳରେ ଦୀର୍ଘ ଦିନଧରି ଜଙ୍ଗଲ ଜନ୍ତୁ ଶିକାର ବୃଦ୍ଧି ପାଇଥିଲା ତାହାକୁ ରୋକିବା ପାଇଁ ରେଞ୍ଜର -ଶ୍ରୀଯୁକ୍ତ ସୁଶାନ୍ତ ପାତ୍ର ଙ୍କ ନିର୍ଦେଶ କ୍ରମେ କଙ୍କଡ଼ାହାଡ଼ ଓ ଦଣ୍ଡାଧାର ଫରେଷ୍ଟ ଟିମ ମିଳିତ ଭାବେ ଶିକାର କରିବାକୁ ଯାଉଥିବା ରଞ୍ଜା ଗଡ଼ ସରକ୍ଷିତ ଜଙ୍ଗଲ ମଧ୍ୟରୁ ଦୁଇ ଜଣ ଜନ୍ତୁ ଶିକାରୀକୁ ଧରିବାକୁ ସକ୍ଷମ ହୋଇଥିଲା। କିଛି ଦିନ ନପୂରୁଣୁ ଆଜି ପୁଣି ସକାଳ ୭. ୩୫ସମୟରେ ୧୨କିଲୋ ୫୦୦ଗ୍ରାମର କୁଟୁରା ମାଂସ ଶହ ଏକ ଯୁବକ କୁ ବନ ବିଭାଗ ଗିରଫ କରିଛି। ରେଞ୍ଜର ଶ୍ରୀଯୁକ୍ତ ଶାନ୍ତନୁ କୁମାର ପାତ୍ର ବିଶେଷ ସୂତ୍ର ରୁ ଖବର ପାଇ କଙ୍କଡ଼ାହାଡ଼ ସେକ୍ସନ ୨ ର ବନ କର୍ମଚାରି ମାନଙ୍କୁ ଅବଗତ କରାଇ ଥିଲେ। ବନ କର୍ମଚାରୀ କାହ୍ନୁ ଚରଣ ବେହେରା, ମହେଶ୍ୱର ପାତ୍ର ଓ ଅନ୍ୟ ବନ କର୍ମଚାରୀ ଙ୍କ ମିଳିତ ପ୍ରୟାସ ରେ ଏହି ଜନ୍ତୁ ଶିକାରୀ କୁ ଧରିବାକୁ ସକ୍ଷମ ହୋଇଛି। ଆସାମୀ ଜଣକ ହେଲେ କଙ୍କଡ଼ାହାଡ଼ ଥାନା ଅତର୍ଗତ ବୁଢ଼ୀବିଲି ଗ୍ରାମର ନରସିଙ୍ଗ ହାଁସଦା ବୟସ ୪୫ ସେ ଦଣ୍ଡାଧର ଆଡୁ ଏକ ବଜାଜ ପ୍ଲାଣ୍ଟିନା ପୁରୁଣା ବାଇକରେ ଦୁଇଟି ବସ୍ତା ରେ ୧୨.୫୦୦ ଗ୍ରାମ ର କୁଟୁରା ମାଂସ ପ୍ୟାକିଙ୍ଗ କରି ଧରି ଆସୁଥିବା ବେଳେ ରଞ୍ଜାଗଡ଼ ଜଙ୍ଗଲ ମଧ୍ୟରୁ ଗିରଫ କରି କୋଟ ଚାଲାଣ କରିଥିଲେ।

ପ୍ରହ୍ଲାଦ ମୁଦୁଲି ଙ୍କ ରିପୋର୍ଟ୍ 

Related posts

ନକଲି ବିଦେଶୀ ମଦ ଜବତ, ଜଣେ ଗିରଫ 

masiha

ସୋସିଆଲ ମିଡ଼ିଆରେ ସାମ୍ବାଦିକଙ୍କୁ ଆକ୍ଷେପ ଥାନାରେ ଏତଲା 

masiha

ପୋଖରୀକୁ ଖୋଳି ଲକ୍ଷ ଲକ୍ଷ ଟଙ୍କାର ମାଟି ବୋହି ନେଲେ ମାଫିଆ: ପ୍ରଶାସନ ନିଦାବିଷ୍ଣୁ 

Sunil Chandra Nayak

Leave a Comment

error: Content is protected !!