ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୧- ଗୋଟିଏ ଦିନ ପରେ ଅବତରଣ କରିବେ ସ୍ଥାଇରୁ ଅସ୍ଥାଇ ମନ୍ଦିର କୁ ପୂଜା ପାଇବେ ନଅ ଦିନ , ୨- ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି 

ଗୋଟିଏ ଦିନ ପରେ ଅବତରଣ କରିବେ ସ୍ଥାଇରୁ ଅସ୍ଥାଇ ମନ୍ଦିର କୁ ପୂଜା ପାଇବେ ନଅ ଦିନ 

ବନ୍ଧୁଗାଁ ତା, ୬/୬/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ସୋଦରରେ ଆଉ ଗୋଟିଏ ଦିନପରେ ମା ଇଦାଲାମା ଗାଁ ଠାକୁରାଣୀ ଅସ୍ଥାଇ ମନ୍ଦିରରୁ ସ୍ଥାଇ ମନ୍ଦିରକୁ ଆସିବେ ଓ ସେଠାରେ ନଅ ଦିନ ଧରି ଗ୍ରାମ ବାସିଙ୍କ ଠାରୁ ପୂଜା ପାଇବେ I ଆସନ୍ତା ସମବାର ତଥା, ୮. ୬. ୨୬ ରୁ ଆରମ୍ଭ ହୋଇ ୧୭. ୬. ୨୬ ରିଖ ପର୍ଯ୍ୟନ୍ତ ଚାଲି ରହିବ I ମାଙ୍କ ନବଦିନ ଘଟ ଯାତ୍ରା ଚାଲିବାକୁ ଥିବା ଏହି ଯାତରା ବନ୍ଧୁଗାଁ ବ୍ଲକର ସବୁଠୁ ପଛରେ ହୋଇଥିବା ଯୋଗୁଁ ଏହି ଯାତରାରେ ପ୍ରବଳ ଭିଡ଼ ପରିଲକ୍ଷିତ ହୁଏ I ଭଳିକି ଭଲି ଦୋକାନ ବଜାର ଖୁଲା ହୁଏ I ଥାନା ପ୍ରସାଶନ ଙ୍କ ଅବଗତିରେ ଓ ବ୍ଲକ ପ୍ରସାସନ ଯାତରା ପାଇଁ କୌଣସି ବାଧା ଉପୁଜିବ ନାହିଁ I ବନ୍ଧୁଗାଁ ଗ୍ରାମର ପୂଜା କମିଟି ସମେତ ବାହାର ରୁ ଆସିଥିବା ବ୍ୟବସାଇ ମାନଙ୍କୁ କୌଣସି ଅସୁବିଧା ନ ହବାକୁ ଯେମିତି ନ ପଡେ I ଯାତରା ଚାଲୁ ରହିଥିବା ସମୟରେ ଅଳ୍ପ ମାତ୍ରାରେ ଦିନେ ଦିନେ ବର୍ଷା ହବାର ସମ୍ଭାବନା କୁ ନେଇ ମଧ୍ୟ ଯାତରା ୯ ଦିନ ଧରି ସୁରୁଖୁରରେ ଚାଲିବା ପାଇଁ ପୂଜା କମିଟିଙ୍କ ଦ୍ୱାରା ଏକ ଚିନ୍ତା ଜନକ ହୋଇପାରେ ବଲି ଆନୁମାଣିକ ଆକଳନ କରା ଯାଇ ପାରୁଛି I ପ୍ରତ୍ୟକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ଗ୍ରାମର ଛଅ ଗୋଟି ଦେବି ହେଲେ ଦୁଭାରୁପଠାନା, ଇଦାଲାମା, ପାରଦେଶଆମା, ବାପାନାଆମା, ବାଙ୍ଗାରାମା ଓ ଅଗ୍ନିଗଙ୍ଗାମା ଏହି ୬ ଜନ ଦେବୀଙ୍କୁ ନେଇ ଧୁମଧାମ ସହ ପୂଜା କୋରାଯିବା ପାଇଁ ପୂଜା କମିଟି ଙ୍କ ଦ୍ୱାରା ଆଲୋଚନା ପାତ ହୋଇଥାଏ I ଚଳିତ ବର୍ଷ ର ପୂଜାର କାର୍ଯ୍ୟସୁଚି ହେଲା -୮ ତାରିଖ ରାତ୍ରି ୮ ଘଟିକା ସମୟରେ ମାଁଙ୍କ ଆହ୍ୱାନ ୯.ତାରିଖରେ ମାଁଙ୍କ ବିଶ୍ରାମ,୧୦ ତାରିଖ ରେ ମାଁଙ୍କ ଗ୍ରାମ ପରିକ୍ରମା ଏବଂ ଗୃହ ପୂଜା, ୧୨ ତାରିଖ ରେ ମାଙ୍କ ପ୍ରଥମ ପାଦ ଅଗ୍ନିସ୍ପର୍ଶ, ୧୪ ତାରିଖ ରବିବାର ଦିନ ମାଙ୍କ ଦୋଳିଖେଳ ଏବଂ ଅଗ୍ନିଯୁକ୍ତ ଶାବଳ ସ୍ପର୍ଶ,ଓ ମାଁଙ୍କ ଭାଇ ଭଗ୍ନୀ ଡାକରା, ଓ ଆନ୍ୟାନ୍ୟ ତାରଖ ଦିନରେ ଲୋକଙ୍କ ମନ ରୋଞ୍ଜନ ପାଇଁ ଦେଶିଆ ନାଟକର ଆୟୋଜନ ର ସମ୍ଭାବନା ହୋଇପାରେ I ଓ ଏଥିସହ ୧୭ ତାରିଖ ଦିନ ମାଙ୍କ ସ୍ଥାଇ ଆସ୍ତାନକୁ ପ୍ରତ୍ୟାବର୍ତ୍ତନ ଓ ଯାତ୍ରାଶେଷ ସମ୍ଫନ ହୁଏ I ଏହି ଇଦଲାମା ଗାଁ ଠାକୁରାଣୀ ଘଟ ଯାତରା ପାଇଁ ଗ୍ରାମର ଛୋଟ ବଡ଼ ଓ ଯୁବକ ସଙ୍ଘ ଓ ପୂଜା କମିଟିର ସଭାପତି, ସମ୍ଫାଦକ, ଓ ଅନ୍ୟାନ୍ୟ ପଦବିରେ ରହିଥିବା ପଦାଦି ଧାରୀଙ୍କ ଏକତ୍ରିତ ଓ ସହମତ ରେ ହୋଇ ପାରୁଥିବାର ବିଶେଷ ସୂଚନା I 

ବନ୍ଧୁଗାଁ ବ୍ଲକର ସମସ୍ତ ପଞ୍ଚାୟତ ରେ ବିଶ୍ୱ ପରିବେଶ ଦିବସ ପାଳିତ ହୋଇ ଯାଇଛି 

ବନ୍ଧୁଗାଁ ତା ୫/୬/୨୬, କୋରାପୁଟ ଜିଲ୍ଲା ଅନ୍ତର୍ଗତ ବନ୍ଧୁଗାଁ ବ୍ଲକର ୧୩ ଟି ପଞ୍ଚାୟତ ରେ ଆଜି ବିଶ୍ୱ ପରିବେଶ ଦିବସ ପାଳିତ ହୋଇଯାଇଛି। ଆଜିର ଏହି ବିଶ୍ୱ ପରିବେଶ କୁ ନେଇ ଗ୍ରାମ ସଭା ମାଧ୍ୟମରେ ଲୋକଙ୍କୁ ନେଇ ପଞ୍ଚାୟତର ସମସ୍ତ ୱାର୍ଡ ମେମ୍ବର, ଅଙ୍ଗନୱାଡ଼ି କର୍ମୀ, ଆଶା ଓ କଲେଜ ଛାତ୍ରୀଙ୍କ ଓ ଜନସାଧାରଣ ଙ୍କ ଉପସ୍ଥିତିରେ ସଚେତନତା ସୃଷ୍ଟି କରାଯାଇଥିଲା। ଵିଶେଷ କରି ଜଙ୍ଗଲ କ୍ଷୟ, ଜଙ୍ଗଲରେ ନିଆଁ ଲଗାଇବା,ଜଳ ପ୍ରଦୂଷଣ, ପ୍ଲାଷ୍ଟିକ ଆବର୍ଜନା, ଝରି, ଚାଷ ରେ ୟୁରିଆ ସାର ପ୍ରୟୋଗ ବଡୁ ଥିବାରୁ ଆଜି ପ୍ରବଳ ଗ୍ରୀଷ୍ମ ପ୍ରବାହ, ଅଦିନିଆ ବର୍ଷା, ବିଜୁଳୀ ଘଡଘଡି, କମ ବର୍ଷା ହେଉଛି। ଏଥିପାଇଁ ଆମେ ସଚେତନତା ହେବା ଓ ଅନ୍ୟ ମାନଙ୍କୁ ସଚେତନ କରିବା ପାଇଁ ସରପଞ୍ଚ ଲକ୍ଷ୍ମୀ କାଡ୍ରାକା, ଭାସ୍କର ୱାଟେକା, ଶେଖର କଣ୍ଡାଗରି, ଲୁଦ୍ର ଜାକାକା, ସୁନ୍ଦୁରୁ ପିଡିକା, ସୁସ୍ମିତା ପିଡିକା, ଗୌରୀ ମେଲେକା, ମୋତି ମାଣ୍ଡିଙ୍ଗୀ, ସମସ୍ତ ପିଇଓ, ବ୍ଲକର କିଛି ବିଭାଗ ଅଧିକାରୀ ଓ ବେସରକାରୀ ଅନୁଷ୍ଠାନ ଓ ଛାତ୍ରଛାତ୍ରୀ ଉପସ୍ଥିତ ରହି ନିଜ ନିଜର ମତ ରଖିଥିଲେ। ପରେ ଜଙ୍ଗଲ ବିଭାଗ ପକ୍ଷରୁ କିଛି ଚାରା ରୋପଣ ପାଇଁ ଯୋଗାଇ ଥିବାରୁ ତାହାକୁ ପଞ୍ଚାୟତ ପରିସରରେ ରୋପଣ କରାଯାଇଥିଲା। ପୂର୍ବ ପୁରସ ମାନଙ୍କ ଦ୍ୱାରା ଲଗା ଯାଇଥିବା ଅନେକ ବହୁମୂଲ୍ୟ ଗଛ ର ଛାୟା ଓ ଅନେକ ସୁବିଧା ପାଇଥିବାର ଉଧାହରଣ ବଲି କହି ବୁଝେଇଥିଲେ, ଏହିପରି ବର୍ତମାନ ପରିସ୍ଥିତିରେ ମଧ୍ୟ ଆମ୍ଭେ ସମସ୍ତେ ଗୋଟିଏ ଲେଖାଏଁ ଗଛ ଲଗେଇଲେ ଆଗାମୀ ପିଡି ଙ୍କ ପାଇଁ ଏକ ଉଧାହରଣ ହୋଇ ରହିବ ବଲି ମତ ପ୍ରକାଶ କରିଥିଲେ I 

ସଞ୍ଜିବ କୁମାର ବାଙ୍ଗାରୀ ରିପୋର୍ଟର 

Related posts

ଚାଷୀଙ୍କ ସମସ୍ୟା ସମାଧାନ ପାଇଁ ୨୫ କିମି ପଦଯାତ୍ରାରେ ଗର୍ଜିଲେ ଚାଷୀ। ଶସ୍ୟବୀମାରେ ଅନିୟମିତତା, ଏଗ୍ରିଷ୍ଟାକ୍ ବ୍ୟବସ୍ଥା ଓ ସାର କଳାବଜାରୀ ନେଇ ଅଭିଯୋଗ

Sunil Chandra Nayak

ଗାଈ ଗୋରୁ ଙ୍କ ଠାରେ ବସନ୍ତ ରୋଗ ନିମନ୍ତେ ଆଳତୁମା ଗ୍ରାମରେ ଟିକାକରଣ 

Sunil Chandra Nayak

ବନ୍ଧିତ ଭତ୍ତା ବିତରଣ ସମାରୋହ

masiha

Leave a Comment

error: Content is protected !!