ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଫରୱାର୍ଡ ଦ୍ଵାରା ତିରିଙ୍ଗ ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ

ଫରୱାର୍ଡ ଦ୍ଵାରା ତିରିଙ୍ଗ ବ୍ଲକରେ ବିଶ୍ୱପରିବେଶ ଦିବସ ପାଳନ

ରାଇରଙ୍ଗପୁର – ୦୬/୦୬  ଆୟୋଜକ ଫରୱାର୍ଡ ସଂସ୍ଥା ଓ ଗ୍ରୋ ପ୍ଲସ ଫଣ୍ଡ ମିଳିତ ଆନୁକୂଲ୍ୟରେ ମୟୁରଭଂଜ ଜିଲ୍ଲା ତିରିଙ୍ଗ ବ୍ଲକ ସାତପୁରୀ ଠାରେ ବିଶ୍ଵପରିବେଶ ଦିବସ ପାଳିତ ହୋଇଯାଇଛି।ଏହି ଅବସରରେ ବିପୁଳ ମାତ୍ରାରେ ଚାରା ରୋପଣ କରାଯିବା ସହିତ ସିଡ ବଲ୍ ପ୍ରସ୍ତୁତ , ପରିବେଶ ଜଙ୍ଗଲ ସୁରକ୍ଷା ବିଷୟରେ ବଆଲୋଚନା ହୋଇଥିଲା । ଏହି କାର୍ଯ୍ୟକ୍ରମରେ ତିରିଙ୍ଗ ବ୍ଲକ କୃଷି ଅଧିକାରୀ ବିଶ୍ୱନାଥ ନାୟକ , ଫରେଷ୍ଟ ଗାର୍ଡ ଗଗନ ମାଝୀ , ଫରୱାର୍ଡ ସଂସ୍ଥାର ପ୍ରୋଜେକ୍ଟ କଡିନେଟର ମିସ ପ୍ରିନ୍ସୀ , ଏଫ ଆର ଏମ କମ କ୍ୟୁଆଲିଟୀ ମ୍ୟାନେଜର ପିଣ୍ଟୁ ସାମନ୍ତରାୟ , ଲିଭଲିହୁଡ କଡିନେଟର ମୁକେଶ କୁମାର ଭଞ୍ଜ , ଫିଲ୍ଡ ଷ୍ଟାଫ ଛିତା ମୁର୍ମୁ , ଏସ ଏସ ଜି ଗ୍ରୁପ ମେମ୍ବର , ଗ୍ରାମର ଯୁବକ ,ଯୁବତୀ ତଥା ଅନେକ କୃଷକ ଉପସ୍ଥିତ ଥିଲେ । ସମସ୍ତଙ୍କର ମିଳିତ ସହଯୋଗରେ ଚାରା ରୋପଣ ସହିତ ଜଙ୍ଗଲ ସୁରକ୍ଷା ତଥା ପରିବେଶ ସୁରକ୍ଷା କାର୍ଯ୍ୟକ୍ରମ ସଫଳ ହୋଇଥିଲା । ଶେଷରେପରିବେଶ ସୁରକ୍ଷା ଦିଗରେ ତଥା ଜଙ୍ଗଲ ସୁରକ୍ଷା ପାଇଁ ସମସ୍ତେ ପଦକ୍ଷେପ ନେବେ ବୋଲି ଶପଥ ପାଠ କରିଥିଲେ।

ରାଇରଙ୍ଗପୁର ରୁ ଅକ୍ଷୟ ଵିଶ୍ବାଳ

Related posts

ତାଲିମପ୍ରାପ୍ତ ଛତୁଚାଷୀ ମାନଙ୍କୁ ନାବାର୍ଡ ତରଫରୁ ମାନପତ୍ର ପ୍ରଦାନ 

masiha

ଦାଦନ ଯାଇ ନିଖୋଜ ବୃଦ୍ଧା ମହିଳା କୋଡିଏ ଦିନ ପରେ ମିଳିଲେ

ପେଞ୍ଜୋରାଣୀ ପତ୍ରିକାର ଉନ୍ମୋଚନ ଓ କବିତା ଆସର

Sunil Chandra Nayak

Leave a Comment

error: Content is protected !!