ମେସିନ ରେ ଚାଲିଛି ହଳଦୀଡ଼ଙ୍ଗରି ରୁ ଜଗିଚଟାନ ରାସ୍ତା କାମ ପ୍ରଶାସନ ର ଦୃଷ୍ଟି ପଡୁନି
ନବରଙ୍ଗପୁର (୨୯|୫)(ରବିନାରାୟଣ ମହାନ୍ତି) ମନେରଗା କାମ ଯାହାକି ମହାତ୍ମାଗାନ୍ଧୀ କର୍ମ ନିଯୁକ୍ତି ଯୋଜନା ।ଏହି ଯୋଜନା ରେ ଶ୍ରମିକ ଙ୍କ ନିଜ ବ୍ୟାଙ୍କ ଖାତାରେ ଯିବ ସରକାରୀ ପଇସା,କିନ୍ତୁ କେତେକ ଜାଗାରେ ଶ୍ରମିକ କାମ ନ କରି ମେସିନ ରେ କରାଯାଉଛି କାମ ଏବଂ ଶ୍ରମିକ ଙ୍କ ନାମ ଦର୍ଶାଇ ଶ୍ରମିକ ଙ୍କ ବ୍ୟାଙ୍କ ଖାତାକୁ ଯାଉଛି ପଇସା l ଏଥିପ୍ରତି ପ୍ରଶାସନ ର ନଜର ପଡୁନି ।ସୂଚନା ଥାଉ କି ନବରଙ୍ଗପୁର ଜିଲ୍ଲାର ରାଇଘର ବ୍ଲକର କୁମୁଲି ପଂଚାୟତ ର ହଳଦୀଡ଼ଙ୍ଗରି ଗ୍ରାମ ରୁ ଯୋଗୀଚଟାନ ଗ୍ରାମ କୁ ସରକାରଙ୍କ ତରଫରୁ ରାସ୍ତା ପାଇଁ ଅନୁମୋଦନ ହୋଇଥିବା ବେଳେ ଏହି ରାସ୍ତା ମେସିନ ସାହାଯ୍ୟ ରେ ତିଆରି ଚାଲିଛି l ଏହି କାମ ପାଖରେ କୌଣସି ସୂଚନାଫଳକ ନାହିଁ lଏହି କାର୍ଯ୍ୟ ର ଅଟକଳ ମୂଲ୍ୟ କେତେ,ମେଟ ଙ୍କ ନାମ କଣ, ତାହା ମଧ୍ୟ ଜଣାପଡ଼ିନାହିଁ l ସୂଚନାଥାଉ କି ପଂଚାୟତ ଅଧିକାରୀ ଏହି କାର୍ଯ୍ୟବିଷୟରେ ଜାଣିନଥିବା କହିଛନ୍ତି, ବଡ଼ ଆଶ୍ଚର୍ଯ୍ୟ ର କଥା ବାରମ୍ବାର ସରକାର ଙ୍କ ନିର୍ଦେଶ ରହିଛି, କାମ ଆରମ୍ଭ ପୂର୍ବରୁ କାମ ପାଖେ ସୂଚନା ଫଳକ ତିଆରି କରିବା ପାଇଁ, କିନ୍ତୁ ଏହି ନିୟମକୁ ସମ୍ପୂର୍ଣ୍ଣ ଭାବେ ଅଣଦେଖା କରାଯାଇଛି lଗୋଟେପଟେ ଲୋକେ କାମ ନ ପାଇ ଦାଦନ ଖଟିବାକୁ ଯାଉଥିବା ବେଳେ ଗୋଟେ ପଟେ ଶ୍ରମିକ କୁ କାମ ନ ଦେଇ ମେସିନ ରେ କରାଯାଉଛି ସରକାରୀ କାମ l ଏଥିପ୍ରତି ବ୍ଲକ ର କୈଣସି ପ୍ରଶାସନିକ ଅଧିକାରୀ ଙ୍କ ନଜର ପଡୁନି ଯଥାଶୀଘ୍ର ଜିଲ୍ଲାପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ଜନ ସାଧାରଣ ରେ ଦୃଢ଼ ଦାବି ହୋଉଛି ।