ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାୟଗଡ଼ା ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ଦେବା ପାଇଁ ଦାବି ପତ୍ର ପ୍ରଦାନ

ରାୟଗଡ଼ା ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ଦେବା ପାଇଁ ଦାବି ପତ୍ର ପ୍ରଦାନ

ରାୟଗଡ଼ା :ରାୟଗଡ଼ା ଜିଲ୍ଲାରେ କାର୍ଯ୍ୟରତ ଭାରତୀୟ ମଜଦୁର ସଂଘ ଦ୍ୱାରା ପରିଚାଳିତ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱରକର୍ସ ଆସୋସିଏସନ୍ ପକ୍ଷରୁ ରାୟଗଡ଼ା ଜିଲ୍ଲା ଅଙ୍ଗନୱାଡ଼ି କର୍ମୀ ଓ ସହାୟିକା ମାନଙ୍କୁ ଗ୍ରୀଷ୍ମ କାଳୀନ ଛୁଟି ଦେବା ପାଇଁ ଦାବି ପତ୍ର ରାୟଗଡ଼ା ଜିଲ୍ଲାପାଳଙ୍କ ଏବଂ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରିଛନ୍ତି । ଶ୍ରମିକ ନେତା ତଥା ଭାରତୀୟ ମଜଦୁର ସଂଘ ର ରାଜ୍ୟ ଉପସଭାପତି ଶ୍ରୀ ଯୋଗେଶ୍ଵର ଦାସ ଏବଂ ରାୟଗଡ଼ା ଜିଲ୍ଲା ସମ୍ପାଦକ ଶ୍ରୀ ଗଣେଶ କୁମାର ସାହୁଙ୍କ ନେତୃତ୍ୱରେ ଅଲ୍ ଓଡିଶା ଅଙ୍ଗନୱାଡ଼ି ଲେଡିଜ୍ ୱରକର୍ସ ଆସୋସିଏସନ୍ ର ଜିଲ୍ଲା ସଭାନେତ୍ରୀ ଶ୍ରୀମତୀ ଜୟନ୍ତୀ ପଦ୍ମାଳୟା ସାହୁଙ୍କ ତତ୍ବାବଧାନରେ ଜିଲ୍ଲାପାଳଙ୍କ ଅନୁପସ୍ଥିତିରେ ରାୟଗଡ଼ା ଜିଲ୍ଲା ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ତ୍ରୀନାଥ ମାଝୀଙ୍କୁ ଦାବି ପତ୍ର ପ୍ରଦାନ କରିବା ସହ ଜିଲ୍ଲା ସାମାଜିକ ମଙ୍ଗଳ ଅଧିକାରୀଙ୍କୁ ପ୍ରଦାନ କରିଥିଲେ । ମୁଖ୍ୟତଃ ରାଜ୍ୟ ସରକାରଙ୍କ ଚିଠା ଅନୁଯାୟୀ ସ୍ଥାନୀୟ ଅଞ୍ଚଳର ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ଜିଲ୍ଲାପାଳ ଛୁଟି ଘୋଷଣା କରିପାରିବେ ବୋଲି ରାଜ୍ୟ ସରକାରଙ୍କ ପକ୍ଷରୁ ସମସ୍ତ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ନାମା ଯାରି କରାଯାଇଥିବା ବେଳେ ପ୍ରବଳ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ରାଜ୍ୟର କେତୋଟି ଜିଲ୍ଲାରେ ଛୁଟି ଘୋଷଣା କରାଯାଇଛି ତେଣୁ ରାୟଗଡ଼ା ଜିଲ୍ଲାରେ ପ୍ରବଳ ଗ୍ରୀଷ୍ମ ପ୍ରବାହ ହେଉଥିବା ଦୃଷ୍ଟିରୁ ଜିଲ୍ଲାର ସମସ୍ତ ଅଙ୍ଗନୱାଡ଼ି କେନ୍ଦ୍ରରେ ଛୋଟ ଛୁଆମାନେ ୬ ଘଣ୍ଟିକା ସମୟରୁ ପ୍ରାକ ବିଦ୍ୟାଳୟକୁ ଆସୁନାହାନ୍ତି , କେଉଁଠି ଅଙ୍ଗନୱାଡ଼ି କେନ୍ଦ୍ର ଗୃହ ନାହିଁତ , କେଉଁଠି ବିଜୁଳିର ସୁବିଧା ନାହିଁ ତେଣୁ ଅଙ୍ଗନୱାଡ଼ି ସଂଘର ଅନୁରୋଧ କ୍ରମେ ସମସ୍ତ ହିତାଧିକାରୀ ମାନଙ୍କ ଘର ଘରକୁ ଶୁଖିଲା ଖାଦ୍ୟ ବଣ୍ଟନ କରିବା ସହ ରାଜ୍ୟ ସରକାରଙ୍କ ବିଦ୍ୟାଳୟ ଖୋଲିବା ପର୍ଯ୍ୟନ୍ତ ଅଙ୍ଗନୱାଡ଼ି କେନ୍ଦ୍ରକୁ ଛୁଟି ଘୋଷଣା କରିବା ପାଇଁ ଦାବି ପତ୍ର ପ୍ରଦାନ କରାଯାଇଛି । ଏହା ବି କର୍ମୀ ମହଲରୁ ସୂଚନା ମିଳିଛି କିଛି ଅଙ୍ଗନୱାଡ଼ି କର୍ମୀମାନେ ଅଂଶୁଘାତରେ ପିଡିତ ହୋଇଛନ୍ତି । ଆଜି ମଧ୍ୟ ରାୟଗଡ଼ା ବ୍ଳକ ଲୁମ୍ବେଷୁ ଗ୍ରାମ ର ଅଙ୍ଗନୱାଡ଼ି କର୍ମୀ କେନ୍ଦ୍ରରୁ ଫେରୁଥିବା ସମୟରେ ଅଂଶୁଘାତର ଶିକାର ହୋଇ ଡ଼ାକ୍ତରୀ ଚିକିତ୍ସା କରିଥିବା ସୂଚନା ମିଳିଛି ।

ଦାବି ପତ୍ର ପ୍ରଦାନ ସମୟରେ ଅମ୍ବିକା ନୀଳଗିରି , କେ ନୀଳାଦ୍ରି , ମୋହିନୀ ପାଲାକା , ଜୋଛନ୍ନା ଘଡାଇ , ସ୍ନେହାନଜଳୀ ମିଶ୍ର ସହ ସମସ୍ତ ବ୍ଳକର ନେତୃବୃନ୍ଦ ଯୋଗ ଦେଇଥିଲେ।

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ଧର୍ମଗଡ ରେ ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ

Sunil Chandra Nayak

ହଜି ଯାଇଥିବା କ୍ୟାମେରା ବ୍ୟାଗ ଫେରି ପାଇଲେ ଫଟୋ ସାମ୍ବାଦିକ ସରୋଜ କୁମାର ମଲ୍ଲିକ 

masiha

ବଂଶଧାରା ନଦୀରେ ଛଡ଼ାଗଲା 7.5 ଲକ୍ଷ ମାଛ ଯାଆଁଳା 

masiha

Leave a Comment

error: Content is protected !!