ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଲକ୍ଷ୍ମୀପୁର ରେଳୱେ ଛକ ଠାରେ ନୂତନ ବସ ଷ୍ଟାଣ୍ଡର ଶିଳାନ୍ୟାସ ଦେଲେ ବିଧାୟକ ପବିତ୍ର ସାଉଁନ୍ତା

ଲକ୍ଷ୍ମୀପୁର ରେଳୱେ ଛକ ଠାରେ ନୂତନ ବସ ଷ୍ଟାଣ୍ଡର ଶିଳାନ୍ୟାସ ଦେଲେ ବିଧାୟକ ପବିତ୍ର ସାଉଁନ୍ତା

-ସମସ୍ତ କଳ୍ପନା ଜଳ୍ପନା ଅବସାନ ଘଟି ଶେଷରେ ଲକ୍ଷ୍ମୀପୁର ନୂତନ ବସ ଟର୍ମିନାଲ ଟିକୁ ଶିଳାନ୍ୟାସ କଲେ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ଯୁବ ଇଂଜିନିୟ ବିଧାୟକ ପବିତ୍ର ସାଉଁନ୍ତା। ଏହି ବସ ଟର୍ମିନାଲରେ ଅତ୍ୟାଧୁନିକ ବ୍ୟବସ୍ଥା ରହିବ ବୋଲି ପ୍ରକାଶ କରିଛନ୍ତି। ନୂତନ ବସ ଟର୍ମିନାଲ ୯ ହଜାର ୪ ଶହ ୧୨ ସ୍କୁୟାରଫିଟ୍ ରେ ନିର୍ମାଣ ହେବାକୁ ଥିବା ଏହି ବସ ଟର୍ମିନାଲରେ ୬ କୋଟି ୬ ଲକ୍ଷ ୨୩ ହଜାର ୪ ଶହ ୩୯ ଟଙ୍କା ବ୍ୟୟ ବରାଦ ହେବାକୁ ଥିବା ଏହି ବସ ଟର୍ମିନାଲରେ ଯାତ୍ରୀ ବିଶ୍ରାମ ସାଙ୍ଗକୁ ମାର୍କେଟ କମ୍ପ୍ଲେକ୍ସ, ସୁରକ୍ଷା ସେଡ୍, ଡ଼୍ରାଇଭର ମାନଙ୍କ ବିଶ୍ରାମ ଗୃହ, ପିଇବା ପାଣି,ଶୈଚାଳୟ, ଗାଧୁଆ ଗୃହ, ବସ ପାର୍କିଂ, ଆମ୍ବୁଲାନ୍ସ ପାର୍କିଂ, ଅଗ୍ନି ନିରାପତ୍ତା ବ୍ୟବସ୍ଥା,ୱାଟରଭାଟ,ଟ୍ରାନ୍ସଫର୍ମର, ଲ୍ୟାଣ୍ଡସ୍କାପ୍ ଏରିଆଓ ଫେବର୍ ବ୍ଲକ ବ୍ୟବସ୍ଥା ରହିଥିବା ଦାୟିତ୍ଵ ନେଇଥିବା ରାଜ୍ୟ ପୋଲିସ ହାଉସିଂଗ୍ ଏବଂ କଲ୍ୟାଣ ବିଭାଗର କାର୍ଯ୍ୟ ନିର୍ବାହି ଅଧିକାରୀ ଗୈାରାଙ୍ଗ ଜେନା ପ୍ରକାଶ କରିଥିଲେ। ଲକ୍ଷ୍ମୀପୁର ନୂତନ ବସ ଟର୍ମିନାଲ ଶିଳାନ୍ୟାସ ସମୟରେ କୋରାପୁଟ ସାଂସଦ ପ୍ରତିନିଧି କୈଳାସ ଚନ୍ଦ୍ର ଖସ୍ଲା, ଜୋନ୍ ଦୁଇ ଜିଲ୍ଲା ପରିଷଦ ସଭ୍ୟା ପିଙ୍କି ହିମିରିକା, ଯୁବ ନେତା ମଣ୍ଟି ଖରା, କନିଷ୍ଠ ଯନ୍ତ୍ରୀ ବିବେକାନନ୍ଦ ସୋରେନ୍, ରାଜ୍ୟ ପରିବହନ ଜୟପୁର ଜିଲ୍ଲା ପରିଚାଳକ ଚୈତନ୍ୟ ମୁର୍ମୁ ପ୍ରମୁଖ ଉପସ୍ଥିତରେ ଲକ୍ଷ୍ମୀପୁର ଜଣାଶୁଣା ପୁରୋହିତ ଅଶୋକ ମିଶ୍ର ହୁମ୍ ଯଜ୍ଞ କରି ଭୂମି ପୂଜନ କରିଥିଲେ। ଆଗକୁ ଲକ୍ଷ୍ମୀପୁର ନିର୍ବାଚନ ମଣ୍ଡଳୀର ବନ୍ଧୁଗାଁ, ନାରାୟଣପାଟଣା ଓ ଦଶମନ୍ତପୁର ବ୍ଲକର ସଦର ମହକୁମା ମାନଙ୍କରେ ନୂତନ ବସ ଷ୍ଟାଣ୍ଡ ନିର୍ମାଣ କରାଯାଇ ଲୋକଙ୍କୁ ଯାତାୟତ ସୁବିଧା ଯୋଗାଇଦେବା ପାଇଁ ବିଧାୟକ ପବିତ୍ର ସାଉଁନ୍ତା କହିଛନ୍ତି। 

ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁରରେ ହୋ ଭାଷାର ମାନ୍ୟତା ଦାବି ନେଇ ବିଶାଳ ସମାବେଶ 

Sunil Chandra Nayak

ଡାବୁଗାଁ ଅଂଚଳରେ ସାର ଅଭାବକୁ ନେଇ ଚାଷୀ ମହସଂଘ ତରଫରୁ ତହସିଲଦାର ଙ୍କୁ ୩ଦଫା ଦାବିପତ୍ର 

masiha

ବିଭିନ୍ନ ପ୍ରକଳ୍ପର ଉଦଘାଟନ କଲେ ସାଂସଦ ଓ ବିଧାୟକ

masiha

Leave a Comment

error: Content is protected !!