ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

୮୫ ବର୍ଷୀୟ ବୃଦ୍ଧକୁ ଚାଉଳ କେନ୍ଦ୍ରକୁ ରିକ୍ସା ରେ ବୋହି ଆଣିଲେ ସମ୍ପର୍କୀୟ 

୮୫ ବର୍ଷୀୟ ବୃଦ୍ଧକୁ ଚାଉଳ କେନ୍ଦ୍ରକୁ ରିକ୍ସା ରେ ବୋହି ଆଣିଲେ ସମ୍ପର୍କୀୟ 

ବନ୍ଧୁଗାଁ ତା, ୫/୮/୨୪,ସରକାରଙ୍କ ନିୟମ ସାମନ୍ନାରେ ନିଜର ବଦାନ୍ୟ ଫିକା ପଡିଛି, ଏପରି ଏକ ଦୃଶ୍ୟ ଦେଖିବାକୁ ମିଳିଛି କି ଅଞ୍ଚଳବାସୀର ଲୋକେ ଆଶ୍ଚର୍ଯ୍ୟ I କୋରାପୁଟ ଜିଲ୍ଲା ନାରାୟଣପାଟଣା ବ୍ଲକ୍ ସଦର ଗ୍ରାମ ପଞ୍ଚାୟତରେ ଏକ ଅଜବ ଘଟଣା ସାମନାକୁ ଆସିଛି । ଜଣେ ୮୫ ବର୍ଷୀୟା ବୃଦ୍ଧ ଚାଉଳ ଯୋଗାଣ କେନ୍ଦ୍ରକୁ ପିଡିଏସ ଚାଉଳ ନେବା ସକାଶେ ଆସି ପାରି ନଥିବା ବେଳେ ତାକୁ ଜଣେ ସମ୍ପର୍କିଆ ଏକ ଟ୍ରଲି ରିକ୍ସା ରେ ଚାଉଳ ସେଣ୍ଟର କୁ ଆଣି ବାଓ ମେଟ୍ରିକ ରେ ଆଙ୍ଗୁଠି ଚି଼ହ୍ନ ଦେବା ଘଟଣା ନାରାୟଣପାଟଣା ରେ ଚାଞ୍ଚଲ୍ୟ ସୃଷ୍ଟି କରିଛି । ମହିଳା ଜଣକ ବୁଧବାର ଦିନ ପିଡିଏସ ଚାଉଳ ପାଇଁ ଚାଉଳ କେନ୍ଦ୍ରକୁ ଯାଇଥିଲେ । ହେଲେ ଡିଲର କୁଆଡେ ତାଙ୍କୁ ତମ ସ୍ବାମୀଙ୍କୁ ଆଣିଲେ ସିଏ ଟିପ ଚିହ୍ନ ଦେଲେହିଁ ଚାଉଳ ମିଳିବ ବୋଲି କହିଥିବାରୁ ମୁଁ ମୋ ସ୍ବାମୀଙ୍କୁ ଏକ ୩ ଚକିଆ ରିକ୍ସା ଭଡା କରି ତାଙ୍କୁ ଆଣିଥିଲି ବୋଲି ମହିଳା ଜଣକ କହିଥିବା ଆଜି କିଛି ଗଣମାଧ୍ୟମରେ ଖବର ପ୍ରକାଶ ପାଇଥିବା ବେଳେ ବ୍ଲକ୍ ପ୍ରଶାସନ ଏଥିପ୍ରତି ଧ୍ୟାନ ଦେବା ଜରୁରୀ । ଖାଦ୍ୟ ନିରାପତ୍ତା ଆଇନ୍ ଅନୁଯାୟୀ ପ୍ରତ୍ୟେକ ଗରିବ ପରିବାର ରାସନ୍ କାର୍ଡ ପାଇବା ପାଇଁ ହକଦାର ଥିବା ବେଳେ ପ୍ରତ୍ୟେକ ପରିବାରର ମହିଳାଙ୍କ ନାମରେ କାର୍ଡ ରହୁଚି । ଏଥି ସହ ପରିବାରର ସମସ୍ତ ସଦସ୍ୟଙ୍କ ନାମ ମଧ୍ୟ ଲେଖା ହେଉଥିବା ବେଳେ ଉକ୍ତ ସଦସ୍ୟଙ୍କ ମଧ୍ୟରୁ ଜିଏବି ଚାହିଁବ ରାସନ୍ କାର୍ଡ ରେ ଚାଉଳ ଆଣିପାରିବ ନିୟମ ମଧ୍ୟ ରହିଛି । କାରଣ ପରିବାରର ପ୍ରତ୍ୟେକ ସଦସ୍ୟଙ୍କ ବାଇଓ ମେଟ୍ରିକ ଜରିଆରେ ସମସ୍ତ ସଦସ୍ୟ ଟିପ ଚିହ୍ନ ଦେଇ ରାସନ୍ ଜିନିଷ ନେଇପାରିବେ। ହେଲେ କୋଉ ପରିସ୍ଥିତିରେ ଚାଉଳ ଡିଲର ଜଣେ ମହିଳାଙ୍କୁ ତମ ସ୍ବାମୀଙ୍କୁ ଆଣ ନହେଲେ ଚାଉଳ ମିଳିବ ନାହିଁ ବୋଲି କହିଲେ, ଜାଣିବାକୁ ମିଳୁଛି କି କୋରାପୁଟ ଜିଲ୍ଲାର ଅନେକ ବ୍ଲକରେ ତ ରାସନ କାର୍ଡର ସମସ୍ତିଙ୍କ ଆଧାର କାର୍ଡ ନମ୍ବର ଲିଙ୍କ ହୋଇଥଏ, ସେଥିରୁ କାର୍ଡରେ ଯେତେଜଣ ସଦସ୍ୟ ଙ୍କ ନାମ ରହିଥଏ ସେମାନଙ୍କ ମଧ୍ୟରୁ କିଏ ବି ଜଣେ ବ୍ୟକ୍ତି ନିଜର ଆଙ୍ଗୁଳି ଚିନ କରି ଚାଉଳ ଆଣିବାର ଶୁଣିବାକୁ ମିଳୁଥିବା ବେଳେ ନାରାୟନ ପାଟନା ବ୍ଲକର କିଛି ପଞ୍ଚାୟତକୁ ଛାଡିଦେଲେ ସଦର ପଞ୍ଚାୟତ ରେ ଏପରି ନିୟମକୁ ନେଇ ବଡ ପ୍ରଶ୍ନ ଉଠିଛି ।

ଏନେଇ ବିଡ଼ିଓ ମୁହଁ ଖୋଲିଛନ୍ତି । ସେ ଦୁହେଁ ସ୍ୱାମୀ ସ୍ତ୍ରୀ ନୁହଁ, ଦୁହିଁଙ୍କ ପାଖରେ ଦୁଇଟି କାର୍ଡ ଅଛି,ଯଦି ସେ ଦୁହେଁ ସ୍ୱାମୀ ସ୍ତ୍ରୀ ତେବେ ସ୍ତ୍ରୀ ମଧ୍ୟ ଚାଉଳ ନେଇପାରିବ,କାରଣ କାର୍ଡ ର ମୁଖ୍ୟ ହେଲେ ସ୍ତ୍ରୀ ବୋଲି କହିଥିବା ବେଳେ ଯଦି ଏମାନେ ସ୍ୱାମୀ ସ୍ତ୍ରୀ ତାହେଲେ ଏମାନଙ୍କୁ କିପରି ଦୁଇଟି ଚାଉଳ କାର୍ଡ ଦିଆଯାଇଛି ଓ ପ୍ରଶାସନ କାହିଁକି ଏମାନଙ୍କ କାର୍ଡ କୁ ଗୋଟିଏ କରିନାହିଁ ବୋଲି ଅନେକ ପ୍ରଶ୍ନ ଉଙ୍କି ମାରିଛି । ଏହି ଘଟଣାକୁ ନେଇ ଆଗକୁ ତଦନ୍ତ କରାଯିବ ଓ ଆସନ୍ତା ମାସକୁ ସମସ୍ତ ବୁଢା ବୁଢୀ ମାନଙ୍କ ଘରେ ଚାଉଳ ପ୍ରଦାନ କରାଯିବା ସକାଶେ ବ୍ୟବସ୍ଥା କରାଯିବ ବୋଲି ବ୍ଲକ୍ ପ୍ରଶାସନ ସଫେଇ ଦେଇଛି । ଲୋକଙ୍କର ସାଧାରଣ ରେ ଦାବିକି ଯେଉଁ ବୃଦ୍ଧ କିମ୍ଭା ବୃଦ୍ଧା କି କିଏ ବି ବ୍ୟକ୍ତି ରୋଗରେ ସଯ୍ୟାଶାଇ ହୋଇ ଥିବା କାର୍ଡ ଧାରୀ ଙ୍କୁ ଘରକୁ ଯାଇ ସେମାନଙ୍କର ବ୍ୟବସ୍ଥା କରାଗଲେ ଲୋକେ ବହୁତ ଉପକୃତ ହୋଇପାରିବେ  I

ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

୨୦୨୪-୨୫ଶିକ୍ଷାବର୍ଷର ବକେୟା ଷ୍ଟାଇପେଣ୍ଡ ପ୍ରଦାନ ଦାବି କଲା ମାସା

Sunil Chandra Nayak

ମୋ ସ୍କୁଲ୍ ଅଭିଯାନର ପଞ୍ଚମ ସ୍ଵନକ୍ଷତ୍ର ସମାରୋହ ,ନର୍ଲା ବ୍ଲକର ଷ୍ଟଲ୍ ଶ୍ରେଷ୍ଠ ବିବେଚିତ

Sunil Chandra Nayak

ବ୍ଲକ ସ୍ତରୀୟ ଉଦ୍ୟାନ କୃଷି କର୍ମଶାଳା ଉଦଘାଟିତ 

masiha

Leave a Comment

error: Content is protected !!