ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

ଧୁମଧାମରେ ପାଳିତ ହେଲା ହିନ୍ଦୁ ନବବର୍ଷ 

ତେନ୍ତୁଳିଖୁଣ୍ଟି ୦୯/୦୪/୨୪ // ନବରଙ୍ଗପୁର ଜିଲ୍ଲା ତେନ୍ତୁଳିଖୁଣ୍ଟି ବ୍ଲକ ରେ ଧୁମଧାମରେ ପାଳିତ ହୋଇଯାଇଛି ହିନ୍ଦୁ ନବବର୍ଷ । ତେନ୍ତୁଳିଖୁଣ୍ଟି ବ୍ଲକ ରେ ଶତାଧିକ ହିନ୍ଦୁ ଏକତ୍ରିତ ହୋଇ ବହୁ ଆଡମ୍ବରରେ ରାଷ୍ଟ୍ରୀୟ ହିନ୍ଦୁ ନବବର୍ଷ  ପାଳନ କରିଥିବା ଦେଖିବାକୁ ମିଳିଥିଲା ।ପ୍ରଥମେ ଖାତିଗୁଡାର ଶତାଧିକ ହିନ୍ଦୁ ବାଇକରେ ଗେରୁଆ ଧ୍ୱଜା ଲଗେଇ ଇନ୍ଦ୍ରାବତୀା କଲେଜରୁ ବାହାରି ,ଲମତାଗୁଡା ଶ୍ରୀ ରାମ ମନ୍ଦିର ପର୍ଯ୍ୟନ୍ତ ବାଇକ ରାଲିକରି ନଗର ପରିକ୍ରମା କରିଥିଲେ । ଅନ୍ୟ ପଟେ ଘୂମିଦରା, ଅମଲାଭଟା,ପାତ୍ରପୁଟ, କ ଣ୍ଟାଗାଁ,ଝରିଗୁମା,ଚିତ୍ରକୋଟ , ଅଞ୍ଚଳଗୁମା ,ତେନ୍ତୁଳିଖୁଣ୍ଟି ଅଭିମୁଖେ ସହସ୍ର ହିନ୍ଦୁ ବାଇକ ଶୋଭାଯାତ୍ରା ବାହାରି ଖାତିଗୁଡା ଅଭିମୁଖେ ଯାତ୍ରା କରିଥିଲେ ।ଏହି ଯାତ୍ରା ରେ ୪୦୦ରୁ ଉର୍ଦ୍ଧ୍ବ ବାଇକ ଯୋଗଦେଇଥିବା ଦେଖିବାକୁ ମିଳିଥିଲା । ଖାତିଗୁଡା ମାର୍କେଟ ଠାରୁ ରାମ ମନ୍ଦିର ପର୍ଯ୍ୟନ୍ତ କମ୍ପିଥିଲା ଜୟ ଶ୍ରୀରାମର ରାମ ଧ୍ୱନି ।ଏହାପରେ ଲମତାଗୁଡା ମନ୍ଦିର ନିକଟରେ ଏକ ସମାବେଶ ଆୟୋଜିତ ହୋଇଥିଲା ।ଏହି ସମାବେଶରେ ରାଷ୍ଟ୍ରୀୟ ସ୍ବୟଂ ସେବକ ସଂଘର କାର୍ଯ୍ୟକର୍ତା ଙ୍କ ସମେତ ରାମସେନା ସଦସ୍ୟ ସାମିଲ ହୋଇଥିଲେ ।କାର୍ଯ୍ୟକ୍ରମ କୁ ସଫଳ କରିବାରେ ସ୍ଥାନୀୟ ସରସ୍ବତୀ ବିଦ୍ୟା ମନ୍ଦିରର କିଛି ଗୁରୁଜୀ ,ଛାତ୍ରଛାତ୍ରୀ ଙ୍କ ସମେତ ସ୍ଥାନୀୟଲୋକେ ସହଯୋଗ କରିଥିଲେ ।

ଗୋବର୍ଦ୍ଧନ ସାହୁ, ତେନ୍ତୁଳିଖୁଣ୍ଟି

Related posts

ଶ୍ରୀ ସତ୍ୟସାଇ ବାବାଙ୍କ ଜନ୍ମ ଶତବାର୍ଷିକୀ କାର୍ଯ୍ୟକ୍ରମ ଆସନ୍ତା ୨୩ରେ….

Sunil Chandra Nayak

ଗୋରୁମହିଷାଣୀ ଆଇରନ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ରେଡକ୍ରସ ଉପରେ ସଚେତନତା କାର୍ଯ୍ୟକ୍ରମ 

masiha

ଆଞ୍ଚଳିକସ୍ତରୀୟ ଭାରତ କୋ ଜାନୋ କୁଇଜ ପ୍ରତିଯୋଗିତା ଆୟୋଜିତ 

masiha

Leave a Comment

error: Content is protected !!