ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ନାଟକ ମାଧ୍ୟମରେ ସଡକ ସୁରକ୍ଷା ସଚେତନତା

ରାୟଗଡା ୧୬-୩ -ରାୟଗଡା ଜିଲ୍ଲା ଜେକେ କାଗଜ କଳ ପକ୍ଷରୁ ଆୟୋଜିତ ହୋଇଥିବା ୫୨ତମ ସଡକ ସୁରକ୍ଷା ସପ୍ତାହରେ ସ୍ଥାନୀୟ କଳାକାରଙ୍କ ଦ୍ୱାରା ଏକ କ୍ଷୁଦ୍ର ନାଟକ ମାଧ୍ୟମରେ ସାଧାରଣଲୋକ ତଥା ଜେକେ କାଗଜ କର୍ମଚାରୀ ଙ୍କୁ ସଚେତନତା କରାଯାଇଥିଲା ।ଏହି କ୍ଷୁଦ୍ରନାଟକ ମାଧ୍ୟମରେ କରାଯାଇଥିବା ସଚେତନତା କାର୍ଯ୍ୟକ୍ରମ ବହୁତ ଆକର୍ଷଣ ହୋଇଥିଲା ।କଳାକାର ମାନଙ୍କ ନିଖୁଣ ଅଭିନୟ ସାଙ୍ଗକୁ ଜନ ସଚେତନତା ବେଶ ଚିତା କର୍ଷଣ ଥିଲା ।ଏକ ପୈରାଣିକ କଥା ବସ୍ତୁକୁ ନେଇ ଏହି ସଡକ ସୁରକ୍ଷା କାର୍ଯ୍ୟକ୍ରମରେ କ୍ଷୁଦ୍ରନାଟକ ପରିବେଷଣ କରାଯାଇଥିଲା । ଏଥିରେ ବିଭିନ୍ନ ଭୂମିକା ତଥା ଶିବ ଭୂମିକାରେ ନାଟ୍ୟକାର ଲଷ୍ମୀ ନାରାୟଣ ଦଳପତି ରାୟ, ପାର୍ବତୀ ଭୂମିକାରେ ଆଇନଜିବି ସୁବ୍ରା ପତ୍ରି, ନାରଦ ଭୂମିକାରେ ଚିନ୍ହୟୀ ଦାଶ ଓ ଚିତ୍ରଗୁପ୍ତ ଭୂମିକାରେ କେ ଶଙ୍କର ଅଭିନୟ କରିଥିଲେ ।ଉଦଯାପନି ଦିବସରେ କାଗଜକଳର ଉପ ସଭାପତି ଵିନୟ ଦୀବେଦୀ ସେପ୍ଟି ଅଫିସର ଅରୁଣ କୁମାର ଦାସ ଓ ଅମିତ ପଟ୍ଟନାୟକ କାର୍ଯ୍ୟକ୍ରମ ପରିଚାଳନା କରିଥିବା ବେଳେଅନ୍ୟାନ୍ୟ କର୍ମଚାରୀ ଉପସ୍ଥିତ ଥିଲେ ।

ରାୟଗଡ଼ ରୁ ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ଚନ୍ଦାହାଣ୍ଡି ବ୍ଲକ ଠାରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଧ୍ୟକ୍ଷତାରେ ଏକ ଜନଶୁଣାଣି ଶିବିର ଅନୁଷ୍ଠିତ

masiha

ଅନୁସୂଚିତ ଜନଜାତି ଓ ଜାତି ଉନ୍ନୟନ ବିଭାଗର କର୍ମଚାରୀଙ୍କ ଦରମାର ଅସଙ୍ଗତି ଓ ବରିଷ୍ଠତାରେ ପାତରଅନ୍ତର

masiha

ସହଯୋଗର ହାତ ବଢେଇଲା ଅଲ୍ ଓଡ଼ିଶା ସିଡୁଲ୍ଡ କାଷ୍ଟ ଫେଡରେସନ

Sunil Chandra Nayak

Leave a Comment

error: Content is protected !!