ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

ନୂଆପଡା,୧୬.୦୩.ଦଶ ଦଫା ଦାବି ନେଇ ଡ୍ରାଇଭର ସଂଘ ର ଚାଲିଥିବା ଷ୍ଟିୟରିଂ ଛାଡ଼ ଆଜି ମଧ୍ୟ ଅବ୍ୟାହତ ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି।ବିଭିନ୍ନ କାମରେ ଆସି ଥିବା ଲୋକେ ଘରକୁ ଫେରି ପାରୁ ନାହାଁନ୍ତି।ଗତ କାଲି ରାତିଠାରୁ କିଛି ବସ ୩୫୩ ଜାତୀୟ ରାଜପଥ ଖଡ଼ିଆଳ ନିକଟ ରେ ଅଟକି ରହିଥିବା ରୁ ଲୋକେ ନିଜ କାମ ରେ ବିଭିନ୍ନ ସ୍ଥାନରୁ ନିଜ ଗନ୍ତବ୍ୟ ସ୍ଥଳ କୁ ନପହଂଚି ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଯାତ୍ରୀ ମାନେ ପ୍ରକାଶ କରିଛନ୍ତି । ରାୟପୁର ଠାରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ଅଟକି ରହିଥିବାରୁ ବସ ଯାତ୍ରୀ ମାନେ ରାତି ସାରା ନଖାଇ ନପିଇ ବସରେ ପଡି ରହିଥିଲେ।ସେହିପରି ବିଭିନ୍ନ ଅଞ୍ଚଳର ଲୋକେ ବସ ନପାଇ ହଇରାଣ ହେଉଛନ୍ତି।କୌଣସି ବେସରକାରୀ ବସ କିବା ଅନ୍ୟ ଯାତ୍ରୀବାହୀ ଯାନ ଚାଲୁ ନଥିବାରୁ ଘରକୁ ଫେରି ପାରୁ ନାହାନ୍ତି।ସରକାରୀ ବସ ଚାଲୁଥିଲେ ମଧ୍ୟ ତାହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ।ସରକାର ସଂଘ ସହ ଆଲୋଚନା କରି ଯଥାଶୀଘ୍ର ସମାଧାନ ପନ୍ଥା ବାହାର କରିବାକୁ ଦାବି ହେଉଛି। ଅପରପକ୍ଷରେ ବର୍ତ୍ତମାନ ଯାଏ ଡ୍ରାଇଭର ସଂଘ ର ଆନ୍ଦୋଳନ ଆମ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ଚାଲିଛି ସୁବିଧା ଦ୍ରୁଷ୍ଟି ରୁ ଖଡ଼ିଆଳ ପାଖରେ ଅଟକିଛି କାଳେ ରାସ୍ତା ଆଗରେ ଯାତ୍ରୀବାହି ବସକୁ ଅଟକେଇବେ ସେ ଦୃଷ୍ଟି ଖଡ଼ିଆଳ ରେ ଅଟକିଥିବା ଖଡ଼ିଆଳ ଏସ୍ଡିପିଓ ଅରୁପ ଅଭିଷେକ ବେହେରା ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ଢେଙ୍କାନାଳ ଜିଲ୍ଲା ଭାରତୀୟ ମଜଦୁର ସଂଘର ଜିଲ୍ଲାପାଳଙ୍କୁ ଦାବୀପତ୍ର ପ୍ରଦାନ 

Sunil Chandra Nayak

କନ୍ଧମାଳ: ଯୁବ ନେତୃତ୍ବ ଏବଂ ଗୋଷ୍ଠୀ ଭିତ୍ତିକ କାର୍ଯ୍ୟକ୍ରମ

Sunil Chandra Nayak

ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ବିଶ୍ଵ ଶିଶୁ ଶ୍ରମିକ ବିରୋଧୀ ଦିବସ ପାଳନ 

masiha

Leave a Comment

error: Content is protected !!