ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଡ୍ରାଇଭର ଙ୍କ ଆନ୍ଦୋଳନ ଦ୍ଵିତୀୟ ଦିନରେ – ଯାତ୍ରୀ ନାହିଁନଥିବା ଅସୁବିଧା ର ସମ୍ମୁଖୀନ 

ନୂଆପଡା,୧୬.୦୩.ଦଶ ଦଫା ଦାବି ନେଇ ଡ୍ରାଇଭର ସଂଘ ର ଚାଲିଥିବା ଷ୍ଟିୟରିଂ ଛାଡ଼ ଆଜି ମଧ୍ୟ ଅବ୍ୟାହତ ରହିଥିବା ବେଳେ ଯାତ୍ରୀ ମାନେ ନାହିଁ ନଥିବାର ଅସୁବିଧା ଭୋଗ କରୁଛନ୍ତି।ବିଭିନ୍ନ କାମରେ ଆସି ଥିବା ଲୋକେ ଘରକୁ ଫେରି ପାରୁ ନାହାଁନ୍ତି।ଗତ କାଲି ରାତିଠାରୁ କିଛି ବସ ୩୫୩ ଜାତୀୟ ରାଜପଥ ଖଡ଼ିଆଳ ନିକଟ ରେ ଅଟକି ରହିଥିବା ରୁ ଲୋକେ ନିଜ କାମ ରେ ବିଭିନ୍ନ ସ୍ଥାନରୁ ନିଜ ଗନ୍ତବ୍ୟ ସ୍ଥଳ କୁ ନପହଂଚି ବହୁ ଅସୁବିଧା ସମ୍ମୁଖୀନ ହେଉଥିବା ଯାତ୍ରୀ ମାନେ ପ୍ରକାଶ କରିଛନ୍ତି । ରାୟପୁର ଠାରୁ ବ୍ରହ୍ମପୁର ଯାଉଥିବା ଏକ ଯାତ୍ରୀବାହୀ ଅଟକି ରହିଥିବାରୁ ବସ ଯାତ୍ରୀ ମାନେ ରାତି ସାରା ନଖାଇ ନପିଇ ବସରେ ପଡି ରହିଥିଲେ।ସେହିପରି ବିଭିନ୍ନ ଅଞ୍ଚଳର ଲୋକେ ବସ ନପାଇ ହଇରାଣ ହେଉଛନ୍ତି।କୌଣସି ବେସରକାରୀ ବସ କିବା ଅନ୍ୟ ଯାତ୍ରୀବାହୀ ଯାନ ଚାଲୁ ନଥିବାରୁ ଘରକୁ ଫେରି ପାରୁ ନାହାନ୍ତି।ସରକାରୀ ବସ ଚାଲୁଥିଲେ ମଧ୍ୟ ତାହା ଲୋକଙ୍କ ଆବଶ୍ୟକତା ପୂରଣ କରି ପାରୁନାହିଁ।ସରକାର ସଂଘ ସହ ଆଲୋଚନା କରି ଯଥାଶୀଘ୍ର ସମାଧାନ ପନ୍ଥା ବାହାର କରିବାକୁ ଦାବି ହେଉଛି। ଅପରପକ୍ଷରେ ବର୍ତ୍ତମାନ ଯାଏ ଡ୍ରାଇଭର ସଂଘ ର ଆନ୍ଦୋଳନ ଆମ ଅଞ୍ଚଳରେ ଶାନ୍ତିଶୃଙ୍ଖଳା ସହ ଚାଲିଛି ସୁବିଧା ଦ୍ରୁଷ୍ଟି ରୁ ଖଡ଼ିଆଳ ପାଖରେ ଅଟକିଛି କାଳେ ରାସ୍ତା ଆଗରେ ଯାତ୍ରୀବାହି ବସକୁ ଅଟକେଇବେ ସେ ଦୃଷ୍ଟି ଖଡ଼ିଆଳ ରେ ଅଟକିଥିବା ଖଡ଼ିଆଳ ଏସ୍ଡିପିଓ ଅରୁପ ଅଭିଷେକ ବେହେରା ପ୍ରକାଶ କରିଛନ୍ତି ।

ନୂଆପଡା ରୁ ସୁଜିତ କୁମାର ପ୍ରଧାନ ଙ୍କ ରିପୋର୍ଟ

Related posts

ପ୍ରଧାନମନ୍ତ୍ରୀ ଅIପ୍ପରେଣ୍ଟିସିପି ମେଳା 2025 ସରକାରୀ ଶିଳ୍ପ ତାଲିମ ଅନୁଷ୍ଠାନ, ରାୟଗଡା ରେ ଅନୁଷ୍ଠିତ

masiha

“ଇସ୍ପାତ ମନ୍ତ୍ରୀ ନାମକୁ ମାତ୍ର, ସଚିବ ସର୍ବେସର୍ବା”

ଜିଲ୍ଲାପାଳ,ରାୟଗଡ଼ଙ୍କ କାଶୀପୁର ଠାରେ ଯୁଗ୍ମ ଅଭିଯୋଗ ଶୁଣାଣୀ ଅନୁଷ୍ଠିତ 

masiha

Leave a Comment

error: Content is protected !!