ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଜିଲ୍ଲାସ୍ତରୀୟ ସଞ୍ଚୟ ପକ୍ଷ ଉଦଯାପିତ

ଜିଲ୍ଲାସ୍ତରୀୟ ସଞ୍ଚୟ ପକ୍ଷ ଉଦଯାପିତ 

ରାୟଗଡ଼ା ତା.14/11 – ରାୟଗଡ଼ା ଜିଲ୍ଲା ସ୍ୱଳ୍ପ ସଞ୍ଚୟ ସଂସ୍ଥା ତରଫରୁ ସଞ୍ଚୟ ପକ୍ଷର ସମାପନ ସମାରୋହ ରାୟଗଡ଼ା ସ୍ବୟଂଶାସିତ ମହାବିଦ୍ୟାଳୟରେ ପାଳନ କରାଯାଇଅଛି | ସଂଚୟ ପକ୍ଷ ଅବସରରେ ଜିଲ୍ଲାବ୍ୟାପୀ ଆର୍ଥିକ ଅନ୍ତର୍ଭୁକ୍ତିକରଣ ଶିବିର ମାନ ଅନୁଷ୍ଠିତ କରାଯାଇ ଜନତାଙ୍କ ମଧ୍ୟରେ ଆର୍ଥିକ ସାକ୍ଷରତା ଓ ସଂଚୟର ଉପଯୋଗୀତା ଉପରେ ବାର୍ତା ଦିଆଯାଇଥିଲା | ସଚେତନତା ପାଇଁ ଏକ ବିଦ୍ୟାଳୟ ଓ ମହାବିଦ୍ୟାଳୟ ସ୍ତରୀୟ ଭାଷଣ ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ଯେଉଁଥିରେ ପ୍ରତିଯୋଗୀମାନେ ସାନଶ୍ରେଣୀରେ “ଉଜ୍ଜ୍ୱଳ ଭବିଷ୍ୟତ ନିମନ୍ତେ ସଞ୍ଚୟ ର ଆବଶ୍ୟକତା” ଓ ଉଚ୍ଚଶ୍ରେଣୀରେ “ଭାରତୀୟ ପାଠ୍ୟକ୍ରମ ଖସଡାରେ ଆର୍ଥିକ ଶିକ୍ଷାର ଗୁରୁତ୍ୱ” ଉପରେ ନିଜର ପ୍ରତିଭାଶିଳ ବକ୍ତବ୍ୟ ରଖି ବିଭିନ୍ନ ଆର୍ଥିକ ଦୃଷ୍ଟିକୋଣକୁ ଲୋକାଲୋଚନକୁ ଆଣିଥିଲେ ଓ ତନ୍ମଧ୍ୟରୁ କୃତି ପ୍ରତିଯୋଗୀଙ୍କୁ ପୁରସ୍କୃତ କରାଗଲା | କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ମହାବିଦ୍ୟାଳୟର ପ୍ରଧାନ ଅଧ୍ୟାପିକା ଶ୍ରୀମତୀ ବବିଲତା ସରାଫ ଯୋଗଦାନ କରିଥିଲେ ଓ ଉପସ୍ଥିତ ଛାତ୍ରଛାତ୍ରୀ, ଏଜେଣ୍ଟ ଓ ସାଧାରଣ ଜନତାଙ୍କୁ ରାଷ୍ଟ୍ରୀୟ ଅର୍ଥନୀତିରେ କିପରି ସଞ୍ଚୟ ଏକ ଅଗ୍ରିମ ଭୂମିକା ନିର୍ବାହ କରିଛି ପ୍ରଗତି ପାଇଁ, ତାହା ବୁଝାଇଥିଲେ | ମୁଖ୍ୟବକ୍ତା ଭାବେ ଶ୍ରୀ ସାଇ ମାଧବ, ଅର୍ଥନୀତିଶାସ୍ତ୍ର ବିଭାଗ ମୁଖ୍ୟ, ଅନ୍ତରାଷ୍ଟ୍ରୀୟ ଅର୍ଥନୀତି ରୁ ନେଇକି ଆଖପାଖର ଅର୍ଥନୀତି ରେ କିପରି ସଂଚୟ ଦ୍ୱାରା ଜନତା ଦେଶ ଓ ସମାଜ ଉପକୃତ ହୁଏ ତାହା ପ୍ରାଞ୍ଜଳ ଭାବରେ ଦର୍ଶାଇଥିଲେ | ଉପଜିଲ୍ଲା ସାମାଜିକ ସୁରକ୍ଷା ଅଧିକାରୀ ଶ୍ରୀକାନ୍ତ ପାଣିଗ୍ରାହୀ ସଂଚୟ ଓ ସାମାଜିକ ସୁରକ୍ଷା ଭିତରେ ଥିବା ସମ୍ପର୍କକୁ ଉଜାଗର କରିଥିଲେ | ଭାରପ୍ରାପ୍ତ ଜିଲ୍ଲା ଆର୍ଥିକ ସେବା ଓ ସଂଚୟ ଅଧିକାରୀ ଶ୍ରୀ ବିଠଲ ନୀଳୋତ୍ପଳ ଷଡ଼ଙ୍ଗୀ ତାଙ୍କ ବକ୍ତବ୍ୟରେ ସ୍ୱଳ୍ପ ସଂଚୟ ଯୋଜନା ଓ ଭାରତୀୟ ରିଜର୍ଭ ବ୍ୟାଙ୍କ ଦ୍ୱାରା ଜାରିକରାଯାଇଥିବା ଜନହିତକାରୀ ପଦକ୍ଷେପ ଉପରେ ଜଣାଇଥିଲେ | ଇଂଗ୍ରାଜ଼ୀ ଅଧ୍ୟାପକ ଶ୍ରୀନିବାସ ଆଚାର୍ଯ୍ୟ କାର୍ଯ୍ୟକ୍ରମ କୁ ସଂଚାଳନ କରିଥିଲେ ଓ ତାଙ୍କ ମନ୍ତବ୍ୟ ଉପସ୍ଥାପନା କରିଥିଲେ |

ରାୟଗଡ଼ା ରୁ ଗୌରୀ ପଟ୍ଟନାୟକ ଙ୍କ ରିପୋର୍ଟ୍ 

Related posts

ରାଇରଙ୍ଗପୁର ବ୍ଳକ ପରିସରରେ ମାଣ୍ଡିଆ ପ୍ରସ୍ତୁତ ଖାଦ୍ୟ ମେଳା ଏବଂ ଶ୍ରୀ ଅନ୍ନ ଅଭିଯାନ

Sunil Chandra Nayak

ଆଳି ବ୍ଲକରେ ଜିଲ୍ଲାପାଳ ଏବଂ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର ଅନୁଷ୍ଠିତ

Sunil Chandra Nayak

ଚିଚିଆ ଗାଁ ରେ ଜଣେ ଯୁବକ ଙ୍କ ଆତ୍ମହତ୍ୟା 

masiha

Leave a Comment

error: Content is protected !!