ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

ଗ୍ରାମ୍ୟ ଉନ୍ନୟନ ବିଭାଗର ବିଜୁ ସେତୁ ଯୋଜନା ନିମ୍ନ ମାନର, ନିମ୍ନମାନର କାର୍ଯ୍ୟ କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା 

କାମାକ୍ଷାନଗର (ମନିସ )14/11/23 // ଢେଙ୍କାନାଳ ଜିଲ୍ଲା କଙ୍କଡ଼ାହାଡ଼ ବ୍ଲକ ବାମ ପଞ୍ଚାୟତ କାର୍ଯ୍ୟାଳୟ ଠାରୁ ପଥର ଗଡ ରାସ୍ତାର(୩.୦୦କି.ମି) ଠାରେ ଉତରାଶ ନାଳ ଉପରର ବିଜୁ ସେତୁ ନିର୍ମାଣ କାର୍ଯ୍ୟ ନିମ୍ନମାନର କରି କୋଟି କୋଟି ଟଙ୍କା ଚଳୁ କରିବାକୁ ବସିଛି ଏକ ନିର୍ମାଣ କାରି ସଂସ୍ଥା |ଯାହା ନିହାର ରଞ୍ଜନ ପଟେଲ ନାମରେ ଥିବା ଦେଖିବାକୁ ମିଳିଛି।ଅଭିଯୋଗ ମୁତାବକ ଉର୍ନତି କରଣ ପାଇଁ ପୂର୍ତ୍ତ ବିଭାଗ ପକ୍ଷରୁ ୧୫୭.୫୭ ଲକ୍ଷ ଟଙ୍କା ମଂଜୁର ହୋଇଛି |ଉକ୍ତ କାର୍ଯ୍ୟ କରିବାକୁ ନିହାର ରଞ୍ଜନ ପଟେଲ ଠିକା ସଂସା ଏହାର ଟେଣ୍ଡର ପାଇଛି |ତେବେ ଏହି କାର୍ଯ୍ୟ ୧୮/୦୭/୨୪ ରିଖ ରେ ଶେଷ ହେବାକୁ ଥିବା ବେଳେ, ବିଳମ୍ବ ରେ କାର୍ଯ୍ୟ ଆରମ୍ଭ କରି ତରବରିଆ ଭାବେ ନିମ୍ନମାନର କାର୍ଯ୍ୟ କରି ବିଲ କରିବାକୁ ଲାଗିପଡିଛନ୍ତି ଠିକାଦାର ଏବଂ ବିଭାଗୀୟ ଅଧିକାରୀ | ତେବେ ଏସ୍ଟିମେଣ୍ଟ ର ଅଧା ଭାଗ ସିମେଣ୍ଟ ଦେଇ କଂକ୍ରିଟ କାର୍ଯ୍ୟ କରୁଥିବା ବେଳେ, ହାତ ମାରିଲେ ତାହା ଝଡି ପଡୁଛି | ଭାଗ ମାପ ଅନୁଯାୟୀ କୌଣସି ପ୍ରକାର କାର୍ଯ୍ୟ କରିଥିବା ଏଠି ଦେଖିବାକୁ ମିଳିନାହିଁ। ହାତ ମାରିଦେଲେ ଖଳ ଖଳ ହୋଇ ଖସୁଛି ଚିପ୍ସ। ଗାର୍ଡ ୱାଲ କୁ ତରବରିଆ ଭାବରେ କାର୍ଯ୍ୟ କରି ନିମ୍ନ ମାନର ନିର୍ମାଣ କାର୍ଯ୍ୟ ହୋଇଥିବା ଦେଖିବାକୁ ମିଳିଛି। ସେପଟେ ଏହି କାର୍ଯ୍ୟର ଦୋଷ ଦୁର୍ବଳକୁ ଲୁଚାଇବାକୁ ଜେଶିବ ମେସିନ ଦ୍ବାରା ଚାରି ପଟେ ମାଟି ଘୋଡାଇ ଦେଉଛନ୍ତି ଅଧିକାରୀ।ସେପଟେ ଏ ନେଇ ବିଭାଗୀୟ କନିଷ୍ଠ ଯନ୍ତ୍ରୀଙ୍କୁ ପଚାରିବାରୁ ସେ ଉଲଟା ଅଯୁକ୍ତି କରି ଯାହା କରୁଚ କର ଆମେ କିଛି କରି ପାରିବୁନି ବୋଲି କହିଲେ । କନିଷ୍ଠ ଯନ୍ତ୍ରୀଙ୍କ ଅବହେଳା ପାଇଁ ଏଭଳି ନିମ୍ନ ମାନର କାର୍ଯ୍ୟ କରିଥିବା ସାଧାରଣରେ ଚର୍ଚ୍ଚା ହେଉଛି। ବିଭାଗୀୟ ଯନ୍ତ୍ରୀ ଙ୍କ ମିଲିଭଗତରେ ଚାଲିଛି କୋଟି କୋଟି ଟଙ୍କା ଲୁଟ। ସେପଟେ ବିନା ସୂଚନା ଫଳକରେ କାର୍ଯ୍ୟ କରୁଥିବା ନେଇ ଖବର ପ୍ରସାରଣ ପରେ ଲାଗିଲା ସୂଚନା ଫଳକ। ସେପଟେ ଏ ନେଇ ବିଭାଗୀୟ ଅଧିକାରୀଙ୍କ ପ୍ରତିକ୍ରିୟା ନେବାକୁ ଚେଷ୍ଟା କରିଥିଲେ ମଧ୍ୟ ପ୍ରତିକ୍ରିୟା ମିଳି ପାରିନାହିଁ | ତେବେ ଏହି ନିମ୍ନ ମାନର କାର୍ଯ୍ୟକୁ ପ୍ରଶାସନ ଅଧିକାରୀ ନଜର ଦେଇ ସଠିକ ଭାବେ କାର୍ଯ୍ୟ କରିବାକୁ ସାଧାରଣରେ ଦାବି ହେଉଛି।

ପ୍ରହ୍ଲାଦ ମୁଦୁଲିଙ୍କ ରିପୋର୍ଟ

Related posts

ସତ୍ୟ ନାରାୟଣ ମହାପାତ୍ର ଓ ଧ୍ୟାନାନନ୍ଦ ପଣ୍ଡା ସିନିଅର ଫେଲୋସିପ ପାଇଁ ମନୋନୀତ

Sunil Chandra Nayak

ଭଙ୍ଗା ଦଦରା ଘରେ ପୁରୁଷ ଶୂନ୍ୟ ପରିବାର

Sunil Chandra Nayak

ଆଲମଣ୍ଡା ବ୍ରିଜ କାମ ଶେଷ ପାଇଁ ୬ ବର୍ଷ ଲାଗିଲାଣି , ଶେଷ ହୋଈ ପାରୁନି କାମ 

masiha

Leave a Comment

error: Content is protected !!