ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସିୱ।ଇଏସଡ଼ି ତରଫରୁ ଦେଶୀ କୁକୁଡ଼ା ଫାର୍ମ ପାଇଁ ପ୍ରୟାସ

କୋରାପୁଟ ଜିଲ୍ଲା ଲକ୍ଷ୍ମୀପୁର ବ୍ଲକ ସଦର ମହକୁମା ଠାରେ ସିୱ।ଇଏସଡ଼ି ତରଫରୁ ଦେଶୀ କୁକୁଡ଼ା ଫାର୍ମ ପାଇଁ ଲକ୍ଷ୍ମୀପୁର ନିବାସୀ ସୋରଜନୀ ସାହୁଙ୍କୁ ସହାୟତା ଯୋଗାଇ ଦେଇଥିବାରୁ ସେ ଲକ୍ଷ୍ମୀପୁର ରେଲୱେ ଷ୍ଟେସନ ରାସ୍ତା ଠାରେ ନିଜ ଜାଗାରେ କୁକୁଡ଼ା ଫାର୍ମ ନିମନ୍ତେ କୁକୁଡ଼ା ଘର ନିର୍ମାଣ କରିଥିଲେ। ଆଜି ସିୱ।ଏସଡ଼ି ତରଫରୁ ନିମନ୍ତ୍ରଣ ଅତିଥି ଭାବେ କୋରାପୁଟ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ରବିନାରାୟଣ ପଣ୍ଡା ଓ ପୂର୍ବତନ ଜିଲ୍ଲା ମୁଖ୍ୟ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ସାରଙ୍ଗଧର ଶତପଥୀ ଯୋଗ ଦେଇ ଏହାକୁ ଶୁଭ ଉଦ୍ଘାଟନ କରିଥିଲେ। ଏହି ସମୟରେ ସିୱ।ଏସଡ଼ି ତରଫରୁ ଆଉ ପାଞ୍ଚ ଜଣ ଲୋକଙ୍କୁ ମଧ୍ୟ ଲକ୍ଷ୍ମୀପୁର ବ୍ଲକରେ ଦେଶୀ କୁକୁଡ଼ା ଫାର୍ମ ନିମନ୍ତେ  ସିୱ।ଏସଡ଼ି ତରଫରୁ ଯୋଗାଇ ଦିଆଯିବା ନିମନ୍ତେ ସୂଚନା ଦେଇଥିଲେ।ଆଗାମୀ ଦିନରେ ଏହା ଗାଁ ଗହଳି ଅଗଣାରେ ପ୍ରତ୍ୟେକ ମହିଳା ମାନଙ୍କୁ ନିକଟରେ ଯେପରି ପହଞ୍ଚିବ ତା’ର ମଧ୍ୟ  ପ୍ରୟାସ ଜାରି ରଖିବ ବୋଲି ସିୱ।ଏସଡ଼ି ଜଣେ ବରିଷ୍ଠ ଅଧିକାରୀ ପ୍ରକାଶ କରିଥିଲେ। ଏହି ସମୟରେ ଲକ୍ଷ୍ମୀପୁର ବ୍ଲକ ଭେଟନାରୀ ଅଧିକାରୀ ଡାକ୍ତର ଜୀବନ କୁମାର ମୁଣ୍ଡା, ଭ୍ରାମ୍ୟମାଣ ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ଅତୁତୋଷ ମଲିକ, କାକିରିଗୁମ୍ମା ପ୍ରାଣୀ ଚିକିତ୍ସା ଅଧିକାରୀ ଡାକ୍ତର ହରେଷ କୁମାର ଦଲାଇ ଦେଶୀ କୁକୁଡ଼ା ଫାର୍ମର ଚଷୀ ସରୋଜିନୀ ସାହୁ, ସିୱ।ଏସଡ଼ି ବ୍ରଜ ହରି ରଣା, ଗୈାରହରୀ ହୋତା , ରମେଶ ସ୍ୱାଇଁ, ସତ୍ୟଜିତ ମହାନ୍ତି ଏବଂ ଜାଗରଣ ପ୍ରଡୁସର କମ୍ପାନୀର ସମସ୍ତ କର୍ମଚାରୀ ମାନେ ଉପସ୍ଥିତ ଥିଲେ। ସେହିପରି ତୋୟାପୁଟ ଏଲ୍.ଆଇ ରବିନାରାୟଣ ସାହୁ,ଚମ୍ପି ଏଲ୍.ଆଇ ରଞ୍ଜିତ ଗୁଡ୍ଲା, ଗୈଡଗୁଡା ଏଲ୍.ଆଇ ପ୍ରମୋଦ କୁମାର ବିଷୋୟୀ, କୁସୁମୁଗୁଡ଼ା ଏଲ୍.ଆଇ ଅରୁପା ପ୍ରମୁଖ ଯୋଗଦେଇ ଥିଲେ ।

ଗୌରୀ ପଟନାୟକ ଙ୍କ ରିପୋର୍ଟ 

Related posts

ନିଶିଗନ୍ଧା ଭାଷା ପ୍ରତିଷ୍ଠାନ ଓ ସାହିତ୍ୟ ସଂସଦର ପ୍ରତିଷ୍ଠାତା ବଳରାମ ତରାଇ ପ୍ରକୃତି ମିତ୍ର ସମ୍ମାନ ପାଇବେ

Sunil Chandra Nayak

ଅନ୍ଧବିଶ୍ୱାସର ଅନ୍ଧକାରରେ କୁଡୁମି ଜାତି: ଦିଗହରା ସରକାର ଙ୍କ ଅମୃତ ମହୋତ୍ସବ 

Sunil Chandra Nayak

ମେଗାଲିଫ୍ଟ ଚାଷି ଙ୍କ ଆମରଣ ଅନଶନ, ଜିଲ୍ଲାପାଳଙ୍କ ପ୍ରତିଶ୍ରୁତି ପରେ ଓହରିଲେ ଆନ୍ଦୋଳନକାରୀ। ପଞ୍ଜିକରଣ ଆରମ୍ଭ ନ ହେବା ଯାଏଁ ଧାରଣା ଜାରି ରହିବ….

Leave a Comment

error: Content is protected !!