ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଚେନ୍ନାଇରେ ଅଟକ ୬ ଦାଦନ ଶ୍ରମିକ ଉଦ୍ଧାର

କର୍ଲାମୁଣ୍ଡା: କଳାହାଣ୍ଡି ଜିଲା କର୍ଲାମୁଣ୍ଡା ବ୍ଲକ ରେଗଡ଼ା ପଞ୍ଚାୟତ ଭୁଏରମୁଣ୍ଡା ଗ୍ରାମର ୬ଜଣ ଯୁବକ ଅର୍ଥ ରୋଜଗାର ଆଶାରେ ଦାଦନ ଶ୍ରମିକ ଭାବେ ଚେନ୍ନାଇ ସହରର ଏକ ଘରୋଇ କମ୍ପାନୀରେ ଶ୍ରମିକ ଭାବେ କାର୍ଯ୍ୟ କରୁଥିଲେ। ତେବେ କମ୍ପାନୀ ମାଲିକଙ୍କ ଦ୍ୱାରା ନିର୍ଯାତନା ଶିକାର ହେଉଥିବା ନେଇ ଏକ ଭିଡିଓ ଜରିଆରେ ଉଦ୍ଧାର କରିବାକୁ ନିବେଦନ କରିଥିଲେ। ତେବେ ସ୍ଥାନୀୟ ଜିଲା ପରିଷଦ ସଭ୍ୟ ସୁରେଶ ଚୌଧୁରୀଙ୍କ ସହଯୋଗରେ ଶ୍ରମିକଙ୍କ ପରିବାର ଲୋକେ ମ.ରାମପୁର ଥାନାଧିକାରୀ ସଚିନ୍ଦ୍ର ପ୍ରଧାନଙ୍କୁ ଗୁରୁବାର ସାକ୍ଷାତ କରି ସହଯୋଗ କାମନା କରିଥିଲେ। ଏଥିରେ ଥାନାଧିକାରୀ ତାମିଲନାଡୁ ପୋଲିସ ସହ ଯୋଗାଯୋଗ କରି ୬ ଜଣ ଯୁବକଙ୍କୁ ଉଦ୍ଧାର ବ୍ୟବସ୍ଥା କରାଇଥିଲେ। ଶନିବାର ୬ ଜଣ ଯୁବକ ନିଜ ଗାଁକୁ ଫେରି ଆସିଥିବା ଜଣାପଡ଼ିଛି।

        ସୂଚନାଯୋଗ୍ୟ, ଭୁଏରମୁଣ୍ଡା ଗ୍ରାମର ଦୀନବନ୍ଧୁ ସାହୁ (୨୨) ଶକ୍ତି ସାହୁ(୧୯) ସମୀର ସାହୁ(୧୮)ଅମୀର ସାହୁ(୧୯) ତୁମେଶ୍ୱର ସାହୁ(୧୮) ସମୀର ସାହୁ(୨୧) ଗତ ମଇ ମାସରେ ତାମିଲନାଡୁର ଚେନ୍ନାଇ ସହରର ଟିଇସି ନାମକ ଏକ ଘରୋଇ କମ୍ପାନୀରେ କାମ କରିବାକୁ ଯାଇଥିଲେ। ଉକ୍ତ ଯୁବକମାନେ ଘରକୁ ଫେରିବା ପରେ ଗାଁରେ ଖୁସିର ଲହରି ଖେଳିଯାଇଛି।

କର୍ଲାମୁଣ୍ଡାରୁ ସୁଶାନ୍ତ ରଣାଙ୍କ ରିପୋର୍ଟ, ମସୀହା

Related posts

ପ୍ରେରକ ସଙ୍ଘ ପକ୍ଷରୁ ଗୋଷ୍ଠୀ ଶିକ୍ଷାଧିକାରୀଙ୍କୁ ଦାବିପତ୍ର

Sunil Chandra Nayak

ରାଆମ ତରଫରୁ ସହିଦ୍ ଲକ୍ଷ୍ମଣ ଜୟନ୍ତି ପାଳନ

Sunil Chandra Nayak

ଧର୍ମଗଡରେ ଶାନ୍ତି ଶୃଙ୍ଖଳା ସହ  ରଥଯାତ୍ରା:୨୦୨୫ ପାଳନ ପାଇଁ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!