ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଯାମଦା ଥାନା ! ଅହି ଦଂଶନରେ ଯୁବକ ମୃତ

 ମୟୂରଭଞ୍ଜ -୧୫/୭ ( ମସିହା) ବର୍ଷା ଦିନ ।ଏହି ଋତୁରେ ଛିପିରି ଛିପିରି ବର୍ଷାରେ ରାତିରେ ସାପମାନେ ବାହାରେ ବିଚରଣ କରନ୍ତି । ସାପ ମାନଙ୍କର ଏଵେ ପ୍ରଜନନ ଋତୁ । କିନ୍ତୁ ଉପକୂଳବର୍ତ୍ତୀ ଅଂଚଳରେ ନାଗ,ତମ୍ପ,ଗୋଖର,ରଣା, ମାନଙ୍କ ର ପ୍ରାଦୁର୍ଭାବ ଥିବାବେଳେ ଗ୍ରାମାଞ୍ଚଳ ତଥା ପାହାଡିଆ ଅଂଚଳରେ ଅଜଗର,ବୋଡ଼ା,ଚିତ୍ତି,ଗୋଖର,ରଣା ମାନଙ୍କର ପ୍ରାଦୁର୍ଭାବ ଵେଶି ।ଗରିବ ଗୁରୁବା ଲୋକେ ଅର୍ଥ ଅଭାବରୁ ଖଟ କିଣି ନପାରି ଭୂଇଁ ଉପରେ ଶେଯ ବିଛାଇ ଶୋଇଥାନ୍ତି ।ଖାଦ୍ୟ ପାଇଁ ବିଷାକ୍ତ ସାପମାନେ ଚୁପ୍ ଚାପ୍ ଘରେ ପଶି ନାହିଁ ନ ଥିବା ଅଘଟଣ ଘଟାଇବା ଥାନ୍ତି ।ଏଭଳି ଏକ ଦୁଃଖଦ ଅଭାବନୀୟ ଘଟଣା ଘଟିଛି ମୟୂରଭଞ୍ଜ ଜିଲ୍ଲାର ଯାମଦା ଥାନା ଅନ୍ତର୍ଗତ ଦୁର୍ଗମ ପାହାଡ଼ିଆ ଇଲାକା ସାଗଯୋଡି ଗ୍ରାମରେ । ସାଗଯୋଡି ଗ୍ରାମର ଗରୀବ ଆଦିବାସୀ ପରିବାର ତପନ ବାଗେ,ତାଙ୍କ ପୁଅ ଶିବାଜୀ ଓ ଅନ୍ୟମାନେ ଶୁକ୍ରବାର ରାତିରେ ସପରିବାରେ ଭୋଜନ କରି ହସଖୁସିରେ ଶୋଇବାକୁ ଯାଇଥିଲେ । ଶିବାଜୀ ବାଗେ(୧୮) ଘରେ ଭୂଇଁରେ ବିଛଣା ପକାଇ ଶୋଇଥିଲେ ।କିଏ ଜାଣିଥିଲା ତାହା ହିଁ ହେବ ଶିବାଜୀ ପାଇଁ ଶେଷ ରାତି ।ସତେ ଯେମିତି ଅନ୍ଧାରିଆ ଘରେ ଯମ ଲୁଚିଥିଲା ।ଅନ୍ଧାରିଆ ରାତିରେ ଛୋଟ ବିଷାକ୍ତ ସାପ କେମିତି କି ଘରେ ପଶି ଯାଇଥିଲା !ସବୁଦିନ ଭଳି ସକାଳୁ ଉଠି ଦେଖନ୍ତି ତ ଶିବାଜୀ ଘର ଭିତରୁ ଏକ ଛୋଟ ଚିତି ସାପ ବାହାରିଥିଲା ବୋଲି ପୋଲିସକୁ ମୃତ ଶିବାଜୀର ବାପା ତପନ ବାଗେ କହିଥିଲେ ।ପରେ ଦେଖନ୍ତି ତ ପୁଅ ଶିବାଜୀର ମୁହଁରୁ ଗରଳ ଵୋହିଯାଉଛି ।ପରେ ତାକୁ ରାଇରଙ୍ଗପୁର ହସ୍ପିଟାଲ ନେଇ ଆସିଥିଲେ । ଡାକ୍ତର ମୃତ ଘୋଷଣା କରିଥିଲେ ।ଖବର ପାଇ ଯାମଦା ପୋଲିସ ଘଟଣାସ୍ଥଳରେ ପହଞ୍ଚି ଏକ ଅପମୃତ୍ୟୁ ମାମଲା କେଶ ନମ୍ବର ୧୦/୨୩ ରୁଜୁ କରିବା ସହ ଶବକୁ ବ୍ୟବଛେଦ କରାଇ ପରିବାରବର୍ଗଙ୍କୁ ହସ୍ତାନ୍ତର କରିଛି ।ଶବ ବ୍ୟବଚ୍ଛେଦ ରିପୋର୍ଟ ଆସିବାପରେ ସବୁକିଛି ତଥ୍ଯ ଜଣାପଡ଼ିବ ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ 

Related posts

ଆମ୍ ଆଦମୀ ପାର୍ଟି ପକ୍ଷରୁ ସାଧାରଣତନ୍ତ୍ର ଦିବସ ପାଳିତ

Sunil Chandra Nayak

ଜ୍ଞାନ ବିକାଶ ଇଂଲିଶ ମିଡିଅମ ସ୍କୁଲ ପକ୍ଷରୁ ନିଟ ଛାତ୍ରଙ୍କୁ ସମ୍ବର୍ଦ୍ଧନା 

Sunil Chandra Nayak

୧ – ପୂର୍ବତନ ବିଧାୟକଙ୍କ ପରଲୋକ , ୨- ବିଦ୍ୟୁତ ତାର ସଂସ୍ପର୍ଶିରେ ଆସି ଜଣେ ଗୁରୁତର , ୩- ଜଙ୍ଗଲ ମଧ୍ୟରେ ଚାଷ ନିଷ୍ପତି  , ୪- ଲମ୍ବୋଦରପୁର ଗ୍ରାମ ନିକଟ ଗଛରେ ଅଜଣା ଲୋକର ଝୁଲନ୍ତା ମୃତଦେହ ଠାବ  , ୫ – ଆଳତୁମା ଦଧିବାମନ ଜୀଉ ମନ୍ଦିର ପରିଚାଳନା କିମିଟି ତରଫରୁ ଦେବୋତ୍ତର ବିଭାଗ ଅଧିକାରୀଙ୍କୁ ଦାବିପତ୍ର ପ୍ରଦାନ 

masiha

Leave a Comment

error: Content is protected !!