ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ଧର୍ମଗଡରେ ସାଂସଦ ବସନ୍ତ ପଣ୍ଡା ଙ୍କ ଜନ ସମ୍ପର୍କ ଯାତ୍ରା , ଘର କୁ ଘର ବୁଲି ବାଣ୍ଟିଲେ ପ୍ରଚାର ପତ୍ର

କେନ୍ଦ୍ରରେ ନରେନ୍ଦ୍ର ମୋଦୀ ସରକାର ଙ୍କ ନଅ ବର୍ଷ ଶାସନ କାଳ ପୂର୍ତ୍ତି ଅବସରରେ ରାଜ୍ୟ ତମାମ ଦଳ ପକ୍ଷରୁ ଜନ ସମ୍ପର୍କ ଯାତ୍ରା ଆୟୋଜିତ ହେଉଛି । ଏହି ପରିପେକ୍ଷିରେ କଳାହାଣ୍ଡି ସାଂସଦ ବସନ୍ତ କୁମାର ପଣ୍ଡା ଆଜି ଧର୍ମଗଡ଼ ସହରାଞ୍ଚଳ ର ବିଭିନ୍ନ ୱାର୍ଡ କୁ ବୁଲି ଘର କୁ ଘର ଯାଇ ମୋଦୀ ସରକାର ଙ୍କ ସେବା, ସୁଶାସନ ଓ ଗରିବ କଲ୍ୟାଣ ର ୯ବର୍ଷ ର ଉପଲବ୍ଧି ସଂପର୍କିତ ପ୍ରଚାର ପତ୍ର ବାଣ୍ଟି ଥିଲେ । ଧର୍ମଗଡ ସହର ର ୧ ନମ୍ବର ୱାର୍ଡ, ୪ ନମ୍ବର ୱାର୍ଡ କୁ ଯାଇ ସାଂସଦ ଜନସାଧାରଣ ଙ୍କ ସହ ବିଭିନ୍ନ ବିଷୟ ଉପରେ ଆଲୋଚନା କରି ଥିଲେ । ଏହି ଅବସର ରେ କେବିଡି ଠାରୁ ଅରବିନ୍ଦ ପଡ଼ା ଦେଈ ଭୀମଖୋଜ ପଡ଼ା ଓ ତିନି ଛକ କୁ ସଂଯୋଗ କରୁଥିବା ପ୍ରଧାନ ମନ୍ତ୍ରୀସଡ଼କ ର ମରାମତି ତଥା ନବୀକରଣ ପାଇଁ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରା ଯାଇଥିଲା । ଏହି ରାସ୍ତା ଟି ଖାଲ ଖମା ରେ ପୂର୍ଣ୍ଣ ହୋଈ ଥିବା ବେଳେ ଏବେ ବର୍ଷା ଯୋଗୁ ରାସ୍ତା ରେ ପାଣି ଜମି କାଦୁଅ ପଚ ପଚ ହୋଈ ଯାଇଛି ଫଳ ରେ ଯାତାୟାତ ସମୟ ରେ ଲୋକେ ହଇରାଣ ହେଉଛନ୍ତି । ତୁରନ୍ତ ଏହି ରାସ୍ତା ର ନବୀକରଣ କରିବା ପାଇଁ ବରିଷ୍ଟ ନାଗରିକ ସନ୍ତୋଷ କୁମାର ଜଗତ, ଧମକ ଧର ତାଣ୍ଡି, ସୁରେଶ ଚନ୍ଦ୍ର ମୁଣ୍ଡ, ଗିରିଧାରୀ ମୁଣ୍ଡ, କୃଷ୍ଣ ମୋହନ ପାତ୍ର, ପୂର୍ଣ୍ଣ ଚନ୍ଦ୍ର ରାଉତ ଓ ଅନ୍ୟ ମାନେ ସାଂସଦ ଙ୍କ ଦୃଷ୍ଟି ଆକର୍ଷଣ କରିଥିଲେ । ଜନ ସମ୍ପର୍କ ଯାତ୍ରା ରେ ସାଂସଦ ଙ୍କ ସହ ଜିଲ୍ଲା ସାଧାରଣ ସମ୍ପାଦକ ସୁଧୀର ରଞ୍ଜନ ପଟ୍ଟଯୋଷୀ, ଯୁବ ମୋର୍ଚ୍ଚା ଜିଲ୍ଲା ସଭାପତି ବିଜୟ ଦେବ ସାହୁ, ନଗର ସଭାପତି ହରେକୃଷ୍ଣ ପଣ୍ଡା, ଜଗବନ୍ଧୁ ମିଶ୍ର, ହିମାଂଶୁ ପଣ୍ଡା, ଅପରେଶ ସ୍ୱାଇଁ, ମଣିନ୍ଦ୍ର ଭୂଷଣ ପାତ୍ର, ଡମ୍ବରୁଧର ଠାକୁର ଓ ଅନ୍ୟ ମାନେ ଉପସ୍ଥିତ ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…

Related posts

ବିଜେପି ପକ୍ଷରୁ ବିଡ଼ିଓଙ୍କୁ ଦାବିପତ୍ର ପ୍ରଦାନ

Sunil Chandra Nayak

ଗଞ୍ଜାମରେ ଛାତ୍ରୋଂକି ଗୁଞ୍ଜ୍‌‍ କାର୍ଯ୍ୟକ୍ରମ

Sunil Chandra Nayak

ମନୋଜ ଅଗ୍ରୱାଲ ପାପଡାହାଣ୍ଡି ବିଜେପି ମଣ୍ଡଳ ସଭାପତି ମନୋନୀତ 

masiha

Leave a Comment

error: Content is protected !!