ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମାଜସେବୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

ସମାଜସେବୀ ଙ୍କ ଶ୍ରଦ୍ଧାଞ୍ଜଳି ସଭା 

ରାଉରକେଲା/ରାଉରକେଲା ର ଜଣାଶୁଣା ସମାଜସେବୀ ତଥା ରାଉରକେଲା ଯାଦବ ସମାଜର ଦକ୍ଷ ସଂଗଠକ ସ୍ବର୍ଗତ ବାସୁଦେବ ନାୟକଙ୍କ ଏକାଦଶାହ ଅବସରରେ ଏକ ଶ୍ରଦ୍ଧାଞ୍ଜଳି ସଭା ବିଦ୍ୟାଧର ବାରିକ ମେମୋରିଆଲ ଟ୍ରଷ୍ଟ ପକ୍ଷରୁ ସେକ୍ଟର ୧୪ ସ୍ଥିତ ଲକ୍ଷ୍ମୀନାରାୟଣ ମନ୍ଦିର ପ୍ରାଙ୍ଗଣରେ ଅନୁଷ୍ଠିତ ହେଇଯାଇଛି । ଟ୍ରଷ୍ଟର ପରିଚାଳନା ଟ୍ରଷ୍ଟି ମନୋଜ ବାରିକଙ୍କ ର ସଂଯୋଜନା ରେ ଅନୁଷ୍ଠିତ ଏଇ କାର୍ଯ୍ୟକ୍ରମରେ ରାଉରକେଲା ମଜ଼ଦୂର ସଭାର ସଭାପତି ଶଶଧର ନାୟକ, ସାଧାରଣ ସମ୍ପାଦକ ଅକ୍ଷୟ ନାୟକ, ଉପ ସାଧାରଣ ସମ୍ପାଦକ ଖଗେନ୍ଦ୍ର ବେହେରା,ଶ୍ରଦ୍ଧା ଅନୁଷ୍ଠାନର ମୁଖ୍ୟ କାର୍ତ୍ତିକ ପାଣ୍ଡବ, ହିନ୍ଦ ମଜ଼ଦୂର ସଭାର ଯୁବ ନେତା ପ୍ରମୋଦ ଦାସ,ରାଜକନିକା ବିକାଶ ମଞ୍ଚର ରଶ୍ମିତ ସାହାଣୀ , ସାମ୍ବାଦିକ ସତ୍ୟାନନ୍ଦ ବେହେରା , ରାଉରକେଲା ଯାଦବ ସମାଜର କାଳନ୍ଦୀ ବାରିକ ପ୍ରମୁଖ ଯୋଗ ଦେଇ ବାସୁଦେବ ନାୟକଙ୍କ ର କର୍ମମୟ ଓ ସାମାଜିକ ସେବା ଅବଦାନ ସପର୍କରେ ଆଲୋଚନା କରିଥିଲେ। ଅନ୍ୟମାନଙ୍କ ମଧ୍ୟରେ ରାଉରକେଲା ଶ୍ରମିକ ବିଦ୍ୟାପୀଠ ର ତାଙ୍କର ପୁରାତନ ସହକର୍ମୀ, ରାଉରକେଲା ଯାଦବ ସମାଜ, ରାଜକନିକା ବିକାଶ ମଞ୍ଚ ର ଅନେକ କର୍ମକର୍ତ୍ତା ମାନେ ଯୋଗଦେଇ ସ୍ବର୍ଗତ ନାୟକଙ୍କ ଶ୍ରଦ୍ଧା ସୁମନ ଅର୍ପଣ କରିଥିଲେ । ଶେଷରେ ତାଙ୍କର ସୁପୁତ୍ରଗଣ ସନ୍ତୋଷି ନାୟକ, ହିମାଂଶୁ ନାୟକ,ମୃତୁଞ୍ଜୟ ନାୟକ ସ୍ମୃତି ସଭାର ଧନ୍ୟବାଦ ଅର୍ପଣ କରିଥିଲେ ।

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

ମିଶନ ଶକ୍ତି ମାଧ୍ୟମରେ ମହିଳା ମାନଙ୍କୁ ସଶକ୍ତି ଓ ଅର୍ଥନୈତିକ ବିକାଶ ର ଅଭିବୃଦ୍ଧି ଲକ୍ଷ ନେଇ  ଧର୍ମଗଡ ଠାରେ ଆଭାସି ମାଧ୍ୟମରେ ସ୍ୱୟଂ ସହାୟିକା ଗୋଷ୍ଠୀ ଋଣ ସୁଧ ଫେରସ୍ତ

masiha

ଡାବୁଗାଁରେ ୭୬ ସାଧାରଣତନ୍ତ୍ର ଦିବସ ପାଳିତ 

masiha

ନବରଙ୍ଗପୁର ଠାରେ ଧରତିଆବା ଭଗବାନ ବିର୍ସା ମୁଣ୍ଡା ଙ୍କର ୧୫୦ ତମ ଜନ୍ମ ବାର୍ଷିକୀ ଉପଲକ୍ଷେ ଜିଲ୍ଲା ସ୍ତରୀୟ ଜନଜାତୀୟ ଗୌରବ ଦିବସ 

masiha

Leave a Comment

error: Content is protected !!