ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସମ୍ବିଧାନ ଦିବସ         

ସମ୍ବିଧାନ ଦିବସ                             

 ନବରଙ୍ଗପୁର ୨୬.୧୧.୨୩ ସାରା ରାଜ୍ୟରେ ପାଳିତ ହେଉଛି”ସମ୍ବିଧାନ ଦିବସ”।ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ଶରତ ପଟ୍ଟନାୟକ ଙ୍କ ନିର୍ଦ୍ଧେଶ କ୍ରମେ ନବରଙ୍ଗପୁର ଜିଲ୍ଲା କଂଗ୍ରେସ କମିଟି ଏହି ପବିତ୍ର ଦିବସ କୁ ପାଳନ କରିଛି।ସଭାପତି ଶ୍ରୀ ମୁନା ତ୍ରିପାଠୀ ଙ୍କ ଅଧ୍ୟକ୍ଷତାରେ ସକାଳ ୧୦.୦୦ ଘଣ୍ଟା ସମୟରେ କଂଗ୍ରେସ କର୍ମୀ ଙ୍କ ଉପସ୍ଥିତି ରେ ପ୍ରଥମେ ଜିଲ୍ଲା ସଦର ମହକୁମା ସ୍ଥିତ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଙ୍କ ପ୍ରତିମୂର୍ତ୍ତି ରେ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା।ପରବର୍ତ୍ତୀ ସମୟ ରେ ଜିଲ୍ଲା କଂଗ୍ରେସ ଭବନ ଠାରେ ସମସ୍ତ କର୍ମକର୍ତ୍ତା ଙ୍କୁ ନେଇ ସ୍ବର୍ଗତ ଡକ୍ଟର ଭୀମରାଓ ରାମଜୀ ଆମ୍ବେଦକର ଙ୍କ ତୈଳ ଚିତ୍ରରେ ଧୂପ,ଦୀପ ସହ ପୁଷ୍ପମାଲ୍ୟ ଅର୍ପଣ କାର୍ଯ୍ୟକ୍ରମ ହୋଇଥିଲା।ପରେ”ଆମ ସମ୍ବିଧାନ କେତେ ସୁରକ୍ଷିତ”ଶୀର୍ଷକ ଆଲୋଚନା ଚକ୍ର ରେ ସଭାପତି ଶ୍ରୀ ତ୍ରିପାଠୀ ତାଙ୍କ ଅଭିଭାଷଣ ରେ ଉପସ୍ଥିତ ସଭ୍ୟ ଙ୍କୁ ଆଇନ ପ୍ରଣେତା ଡକ୍ଟର ଆମ୍ବେଦକର ଙ୍କ ଜୀବନୀ ସମ୍ପର୍କ ରେ କହିବା ସହ ତାଙ୍କ ଲିଖିତ ସମ୍ବିଧାନ ବିଶ୍ଵର ଏକ ସର୍ବ ବୃହତ୍ ପାଣ୍ଡୁଲିପି ବୋଲି କହିଥିଲେ।ଦେଶର ୧୫୦ କୋଟି ଭାରତୀୟ ଙ୍କ ଆଶା ଭରସା ର ପ୍ରତୀକ ସମସ୍ତଙ୍କୁ ଏକତା ସୂତ୍ର ରେ ବାନ୍ଧି ରଖିବାର କୌଶଳ ଥିବା ଏହି ସମ୍ବିଧାନ ରେ ଦେଶର ସର୍ବୋଚ୍ଚ ସାମ୍ବିଧାନିକ ପଦ ଠାରୁ ଆରମ୍ଭ କରି ସର୍ବନିମ୍ନ ପଦ ପର୍ଯ୍ୟନ୍ତ ସମସ୍ତଙ୍କୁ ସୁହାଇବା ଭଳି ଆଇନ ଲେଖାଥିବା କହିଥିଲେ।କନ୍ୟା କୁମାରୀ ଠାରୁ ଆରମ୍ଭ କରି କାଶ୍ମୀର ପର୍ଯ୍ୟନ୍ତ ବସବାସ କରି ଆସୁଥିବା ବିଭିନ୍ନ ଭାଷା ଭାଷୀ, ନାନା ଜାତି,ଧର୍ମ,ବର୍ଣ୍ଣ ସମ୍ପ୍ରଦାୟ ମଧ୍ୟରେ ସମନ୍ୱୟ ସାରା ଭାରତବାସୀ ସମସ୍ତେ ଏକ ଆଉ ଅଭିନ୍ନ ଭଳି ଆଇନ ରଚନା ଯେ କେତେ ସାଧନା ରୁ ଆଦୃତ ତାହା କଳ୍ପନା କରିବା ଏତେ ସରଳ ନୁହେଁ।ଏହା କେବଳ ଏକ ଲେଖାଥିବା ପାଣ୍ଡୁଲିପି ନୁହଁ।ଅନ୍ୟ ପଟେ ଏହା ଏକ”ଜୀବନ୍ତ ସମ୍ବିଧାନ” ଅଟେ।ଦରକାର ସ୍ଥଳେ ସମୟ,ପରିସ୍ଥିତି ଓ ଯୁଗ କୁ ନେଇ ପରିବର୍ତ୍ତନ ମଧ୍ୟ ହୋଇଥାଏ।ତେଣୁକରି ଆମ ସମ୍ବିଧାନ ଏକ ଜୀବନ୍ତ ସମ୍ବିଧାନ ବୋଲି ମଧ୍ୟ କୁହାଯାଇ ପାରେ।ଅନ୍ୟମାନଙ୍କ ମଧ୍ୟ ରେ ନଗର କଂଗ୍ରେସ ସଭାପତି ପ୍ରଦୀପ ସାହୁ,ଜିଲ୍ଲା INTUC ସଭାପତି ତଥା ଅଗ୍ନିପୁର୍ ସରପଞ୍ଚ ଦିବାକର ପୂଜାରୀ,ବ୍ଲକ କଂଗ୍ରେସ ସଭାପତି ଅବଦୁଲ ଫିରୋଜ୍,ମଣ୍ଡଳ କଂଗ୍ରେସ ସଭାପତି ନବ ଜୀବନ ମନ୍ଦାର,ନବରଙ୍ଗପୁର ବିଧାନ ସଭା ଯୁବ ସଭାପତି ସୁରଜ୍ ଲାଲ,ବରିଷ୍ଠ ନେତା ପ୍ରକାଶ ସାମନ୍ତରାୟ,ଭବାନୀ ସାହୁ, ବାସୁଦେବ ପଟ୍ଟନାୟକ,ବାମଦେବ ନାୟକ,ପ୍ରଭାତ ହରିଜନ,ବିକାଶ ଖୁରା,ଉମା ଶଙ୍କର ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ।

ନବରଙ୍ଗପୁର ଜିଲ୍ଲାରୁ ରବି ନାରାୟଣ ମହାନ୍ତିଙ୍କ ରିପୋର୍ଟ ମସିହା ନିଉଜ୍ 

Related posts

ନେତାଜୀଙ୍କ ସ୍ୱପ୍ନର ଭାରତବର୍ଷ ଗଢିତୋଳିବାକୁ ଆଉ ଏକ ସ୍ବାଧୀନତା ଆନ୍ଦୋଳନର ଆବଶ୍ୟକତା ଅଛି..

Sunil Chandra Nayak

ଝରିଗାଁ ବିଧାୟକଙ୍କ ଅଚାନକ ବିଦ୍ୟାଳୟ ଗସ୍ତ , ସମସ୍ୟାର ସମାଧାନ ପାଇଁ ଦେଲେ ପ୍ରତିଶ୍ରୁତି

masiha

ଅସହାୟ ଗରିବ ରୋଗୀ ଙ୍କ ପାଇଁ BHRC INDIA ଢେଙ୍କାନାଳ ଟିମ୍ ଙ୍କ ମହାନତା

Leave a Comment

error: Content is protected !!