ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ପୂର୍ଣ୍ଣିମାରେ ଵହଳଦାରେ ମା’ କୀଚକେଶ୍ଵରୀଙ୍କ ସୁନାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

କାର୍ତ୍ତିକ ପୂର୍ଣ୍ଣିମାରେ ଵହଳଦାରେ ମା’ କୀଚକେଶ୍ଵରୀଙ୍କ ସୁନାବେଶ ପାଇଁ ବ୍ୟାପକ ପ୍ରସ୍ତୁତି

ରାଇରଙ୍ଗପୁର -୨୬/୧୧ // ପ୍ରତ୍ୟେକ ବର୍ଷ ଭଳି ଚଳିତ ବର୍ଷ କାର୍ତ୍ତିକ ପୂର୍ଣ୍ଣିମା ଅବସରରେ ଵହଳଦାର ପ୍ରତ୍ୟକ୍ଷ ଦେବୀ ମା’ କୀଚକେଶ୍ବରୀଙ୍କ ସୁନାବେଶ ପାଇଁ ବ୍ୟାପକ ପ୍ରସ୍ତୁତି କରାଯାଇଛି ।ଭକ୍ତ ଓ ଶ୍ରଦ୍ଧାଳୁ ମାନଙ୍କ ମଧ୍ୟରେ ମା’ ଙ୍କ ସୁନାବେଶ ଦେଖିବା ପାଇଁ ପ୍ରବଳ ଉତ୍ସାହ ଦେଖାଦେଇଛି । ସୋମବାର ଦିନ ଭୋର ୪ ଟାରେ ମନ୍ଦିରର ମୁଖ୍ୟ ପୂଜକ ଆର୍ଯ୍ୟ ଶଙ୍କର ପାଣିଗ୍ରାହୀ ମା’ ଙ୍କୁ ଯଥାବିଧି ବାଦ୍ୟ ,କଳଶ,,ଉପଚାର ପୂଜା କରିବାସହ ମା’ଙ୍କୁ ସୁନାବେଶରେ ସୁସଜ୍ଜିତ କରିବେ । ତାପରେ ୭ ଘଟିକାଠାରୁ ଭକ୍ତଙ୍କ ଦର୍ଶନ ପାଇଁ ଗର୍ଭଗୃହ କବାଟ ଖୋଲାଯିବ । ଶାନ୍ତି ଶୃଙ୍ଖଳା ପାଇଁ ପୋଲିସ ତରଫରୁ ବ୍ୟାପକ ପ୍ରସ୍ତୁତି କରାଯାଇଛି । ଶୃଙ୍ଖଳା ଦର୍ଶନ ପାଇଁ ବ୍ୟାରିକେଡ଼ ବ୍ୟବସ୍ଥା କରାଯାଇଛି ।ବୃଦ୍ଧ ଏବଂ ଶାରିରୀକ ଅକ୍ଷମ ପାଇଁ ସ୍ଵତନ୍ତ୍ର ଦର୍ଶନର ବ୍ୟବସ୍ଥା କରାଯାଇଛି ।ଦେବୋତ୍ତର କମିଟି ତରଫରୁ ଶ୍ରଦ୍ଧାଳୁଙ୍କ ପାଇଁ ଅନ୍ନ ପ୍ରସାଦ ବ୍ୟବସ୍ଥା କରାଯାଇଛି ।ପଡୋଶୀ ଝାଡଖଣ୍ଡ , ପଶ୍ଚିମବଙ୍ଗ ଏବଂ ବଆମନଘଆଟଈ ଉପଖଣ୍ଡରୁ ବହୁ ସଂଖ୍ୟାରେ ଶ୍ରଦ୍ଧାଳୁ ମାନଙ୍କ ଆଗମନ ହେବାର ସମ୍ଭାବନା ରହିଛି । ସମସ୍ତେ ଆସି ମା’ ଙ୍କ ଦର୍ଶନ ,ପୂଜାର୍ଚ୍ଚନା ସହ ଆଶିର୍ବାଦ ନେବାପାଇଁ କମିଟିର ସାଧାରଣ ପାର୍କ ସତ୍ୟନାରାୟଣ ଦିକ୍ଷୀତ ଏବଂ ପୂଜା ସଂପାଦକ ଅତନୁ ମହାନ୍ତି ନିବେଦନ କରିଛନ୍ତି ।

ମୟୂରଭଞ୍ଜ ରୁ ଅକ୍ଷୟ କୁମାର ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡ଼ିଆ ଭାଷା ବିକାଶ ମଞ୍ଚର ବିପ୍ଳବୀ କବି ରବି ସିଂ ଙ୍କ ଜୟନ୍ତୀ ପାଳନ

Sunil Chandra Nayak

ପି.ଏମ୍.ଶ୍ରୀ ବି.ବି.ସରକାରୀ ହାଇସ୍କୁଲ,ଢେଙ୍କାନାଳରେ ତ୍ରିଦିବସୀୟ ଅଲମ୍ପିକ୍ ମୂଲ୍ୟବୋଧ ଶିକ୍ଷା ତାଲିମ୍ କାର୍ଯ୍ୟକ୍ରମ ୨୦୨୪ ଉଦ୍ଘାଟିତ 

masiha

ଅଭାବୀ ବର୍ଷା ଯୋଗୁଁ ଚାଷକାମ ଅସମ୍ପୂର୍ଣ୍ଣ,ଚିନ୍ତାରେ ଚାଷୀ

masiha

Leave a Comment

error: Content is protected !!