ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଦୀପ ଯଜ୍ଞ

କାର୍ତ୍ତିକ ପୂର୍ଣ୍ଣିମା ଉପଲକ୍ଷେ ଦୀପ ଯଜ୍ଞ

ମ.ରାମପୁର,୨୭/୧୧( ମସୀହା):ପ୍ରତି ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଶ୍ରୀ ଶ୍ରୀ ଜଗନ୍ନାଥ ଓ ମହାଲକ୍ଷ୍ମୀ ମନ୍ଦିର ରେ ସମସ୍ତ ନୀତି କାନ୍ତି ସହିତ ଦୀପ ଯଜ୍ଞ ଅନୁଷ୍ଠିତ ହୋଇଯାଇଛି। ଜଗନ୍ନାଥ ମନ୍ଦିର ପୂଜକ ଅଶୋକ ତ୍ରିପାଠୀ,କେଦାର ମହାରଣା ଓ ପ୍ରକାଶ ଚନ୍ଦ୍ର ସାହୁ ଙ୍କ ତତ୍ତ୍ଵାବଧାନରେ ମହାଦୀପ, ମଙ୍ଗଳ ଆଳତି ଓ ଦୀପ ଯଜ୍ଞ ହୋଇଯାଇଛି। ଏଥିରେ କର୍ତ୍ତା ଭାବେ ନବୀନ ଅଗ୍ରୱାଲ ସସ୍ତ୍ରିକ ସମସ୍ତ ଦାୟୀତ୍ବ ସମ୍ପାଦନ କରିଥିଲେ। ଚତୁର୍ଦ୍ଦଶୀ ଦିନ ମହାପ୍ରଭୁଙ୍କ ପାଖରେ ଖେଚୁଡ଼ି ଭୋଗ ଲାଗି କରାଯାଇଥିଲା। ମଧ୍ୟରାତ୍ରିରେ ଅମୃତ ବେଳାରେ ପୂଜାର୍ଚ୍ଚନା ପରେ କର୍ତ୍ତା ଙ୍କ ମାଧ୍ୟମ ରେ ବିଶ୍ଵକର୍ମା ସେବକ କେଦାର ମହାରଣା ଙ୍କ ଦ୍ଵାରା ମନ୍ଦିର ପରିକ୍ରମା କରି ଶ୍ରୀ ଶ୍ରୀ ଜଗନ୍ନାଥ ଙ୍କ ମନ୍ଦିର ଉପରେ ମହାଦୀପ ସ୍ଥାପନ ହୋଇଥିଲା। ଆଜି ପ୍ରାତଃ ୫.୧୫ ମି ରେ ନୀତିକାନ୍ତି ଓ ପୂଜାର୍ଚ୍ଚନା ପରେ କର୍ତ୍ତା ଙ୍କ ଦ୍ଵାରା ଦୀପ ପ୍ରଜ୍ବଳନ କରି ଦୀପ ଯଜ୍ଞ ହୋଇଯାଇଛି। ଦିବା ସାଢେ଼ ଦଶ ଘଣ୍ଟା ସମୟରେ ପୂର୍ଣ୍ଣାହୁତି ହୋମ ହୋଇ ଦୀପ ଯଜ୍ଞ ସମାପନ ହେବ ବୋଲି ଶ୍ରୀ ଜନ୍ନାଥଙ୍କ ଙ୍କ ସେବାୟତ ପ୍ରକାଶ ଚନ୍ଦ୍ର ସାହୁ ଓ ପୂଜକ ଅଶୋକ ତ୍ରିପାଠୀ ସୂଚନା ଦେଇଥିଲେ। ଏହି ପବିତ୍ର କାର୍ଯ୍ୟକ୍ରମ ରେ ସୁବାସ ପଣ୍ଡା,ବିନୋଦ ସାହୁ, ସୁରେନ୍ଦ୍ର ସାହୁ, କୃଷ୍ଣ ଚନ୍ଦ୍ର ସାହୁ, ଉଦ୍ଧବ ପଣ୍ଡା,ଦୀପକ ସାହୁ, ପ୍ରବୀର ଚନ୍ଦ୍ର ସାହୁ,ସମସ୍ତ ହାବିଶିଆଳି ଓ ଶ୍ରୀ ଜଗନ୍ନାଥ ମନ୍ଦିର ପରିବାର ସକ୍ରିୟ ସହଯୋଗ କରିଥିଲେ।

ମ.ରାମପୁର ରୁ ପରମାନନ୍ଦ ବିଶି ଙ୍କ ରିପୋର୍ଟ 

Related posts

ତିର୍ତ୍ତୋଲରୁ ଲଳିତଗିରି ଯାତ୍ରାକଲେ ସାମ୍ବାଦିକ ସୁରକ୍ଷା ସମିତିର ସାମ୍ବାଦିକ ମାନେ

Sunil Chandra Nayak

ଟିଟିଲାଗଡ଼ର ଶ୍ରୀ ଶ୍ରୀ ଧବଳେଶ୍ୱର ମହାଦେବ ମନ୍ଦିରକୁ ଜାତୀୟ ଐତିହ୍ୟ ମାନ୍ୟତା ଘୋଷଣା ପାଇଁ ଦାବି କଲେ ସାଂସଦ ଶ୍ରୀ ନିରଞ୍ଜନ ବିଶି

Sunil Chandra Nayak

କାଳ ବୈଶାଖିର ତାଣ୍ଡବ,ଜଣକ ଘର ଭାଙ୍ଗିଲା

Leave a Comment

error: Content is protected !!