ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ସାମୁହିକ ନୂଆଖାଇ ଭେଟଘାଟ ପାଇଁ ପ୍ରେସ୍‌ମିଟ୍

ସାମୁହିକ ନୂଆଖାଇ ଭେଟଘାଟ ପାଇଁ ପ୍ରେସ୍‌ମିଟ୍

ସିନାପାଲି, ୮/୯: ନୂଆପଡ଼ା ଜିଲ୍ଲା ସିନାପାଲି ବ୍ଲକରେ ଆସନ୍ତା ସାମୁହିକ ନୂଆଖାଇ ଭେଟଘାଟ କାର୍ଯ୍ୟକ୍ରମକୁ ନେଇ ଆୟୋଜକ କମିଟି ପକ୍ଷରୁ ଏକ ପ୍ରେସ୍‌ମିଟ୍‌ ଅନୁଷ୍ଠିତ ହୋଇଛି। ନୂଆଖାଇ ଭଳି ମହାନ ଗଣପର୍ବକୁ ସମସ୍ତେ ଏକତ୍ରିତ ହୋଇ ଭାଇଚାରା, ସ୍ନେହ ଓ ସାମାଜିକ ସମ୍ପର୍କକୁ ମଜବୁତ କରି ପାଳନ କରିବା ଉଦ୍ଦେଶ୍ୟରେ ଏହି ସାମୁହିକ ଭେଟଘାଟ ଆୟୋଜନ କରାଯାଉଛି।

ପ୍ରେସ୍‌ମିଟ୍‌ରେ କାର୍ଯ୍ୟକ୍ରମ ସମ୍ପର୍କରେ ଆୟୋଜକମାନେ ବିଭିନ୍ନ ସୂଚନା ଦେଇଥିଲେ। ଏହି ଅବସରରେ ସଭାପତି ଭାବେ ତ୍ରିନାଥ ମେହେର, ଉପସଭାପତି ମନରଞ୍ଜନ ମେହେର, ସମ୍ପାଦକ ପ୍ରଭାତ ମେହେର, ସାଂସ୍କୃତିକ ସମ୍ପାଦକ ଯତୀନ୍ଦ୍ର ମେହେର, ସହସମ୍ପାଦକ ନୀତିନ ମେହେର ଓ ସକ୍ରିୟ ସଦସ୍ୟ ଭାବେ ବିଶ୍ୱାସ ଯୋଶୀ ଉପସ୍ଥିତ ଥିଲେ।

ନୂଆଖାଇ ଭେଟଘାଟକୁ ସଫଳ କରିବା ପାଇଁ ସମସ୍ତଙ୍କ ସହଯୋଗ ଓ ସହଭାଗିତା ନିମନ୍ତେ ଆୟୋଜକ କମିଟି ପକ୍ଷରୁ ଆହ୍ୱାନ କରାଯାଇଥିଲା। ଶେଷରେ ଉପସଭାପତି ମନରଞ୍ଜନ ମେହେର ଧନ୍ୟବାଦ ଅର୍ପଣ କରିଥିଲେ।

Related posts

ବିଲାଟ ଶୈବପୀଠ ପରିସରରେ ନର୍ଲା ପ୍ରେସ କ୍ଲବର ବୈଠକ 

masiha

ଶିକ୍ଷକଙ୍କୁ ଅବସରକାଳୀନ ସମ୍ବର୍ଦ୍ଧନା

Sunil Chandra Nayak

ରାଷ୍ଟ୍ର ନିର୍ମାଣରେ ଶିକ୍ଷକ ଶିକ୍ଷୟିତ୍ରୀ ମାନଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ-ବିଧାୟକ ଦୁର୍ଗାଚରଣ ତନ୍ତୀ

Sunil Chandra Nayak

Leave a Comment

error: Content is protected !!