ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ପ୍ରକୃତି ବନ୍ଧୁ ସନତ ପାଳିଲେ ବିଶ୍ୱ ପରିବେଶ ଦିବସ

ପ୍ରକୃତି ବନ୍ଧୁ ସନତ ପାଳିଲେ ବିଶ୍ୱ ପରିବେଶ ଦିବସ

କର୍ଲାମୁଣ୍ଡା (ସୁଶାନ୍ତ ରଣା): କର୍ଲାମୁଣ୍ଡା ବ୍ଲକ ଅନ୍ତର୍ଗତ ଯୋରାଡବରା ପଞ୍ଚାୟତ କୁସୁର୍ଲା (ହଜାରୀପଡା) ଗ୍ରାମରେ ପ୍ରକୃତି ବନ୍ଧୁ ତଥା ଯୋଗ ଏବଂ ପ୍ରାକୃତିକ ଚିକିତ୍ସକ ସନତ କୁମାର ସାହୁ ବିଶ୍ୱ ପରିବେଶ ଦିବସ ପାଳନ ଅବସରରେ ତାଙ୍କ ବାଡ଼ି ବଗିଚାରେ କିଛି ବୃକ୍ଷ ରୋପଣ କରି ବିଶ୍ୱ ପରିବେଶ ଦିବସ ପାଳନ କରିଛନ୍ତି l ବୃକ୍ଷ ଆମ ମନୁଷ୍ୟ ସମାଜ ତଥା ପୃଥିବୀରେ ବସବାସ କରୁଥିବା ସମସ୍ତ ପ୍ରାଣୀ ମାନଙ୍କ ପାଇଁ କେତେ ମୂଲ୍ୟବାନ ତାହା କେହିଲେ ନସରେ l ପ୍ରବଳ ଗ୍ରୀଷ୍ମ ପ୍ରବାହରୁ ରକ୍ଷା ପାଇବାକୁ ହେଲେ ଆସନ୍ତୁ ଆମେ ସମସ୍ତେ ମିଳିମିଶି ବୃକ୍ଷ ରୋପଣ କରି ସମାଜକୁ ସୁସ୍ଥ ଓ ମୁକ୍ତ ଅମ୍ଳଜାନ ପ୍ରଦାନ କରିବାରେ ହାତ ମିଳାଇବା l ଯଦି ଆମେ ସମସ୍ତେ ଗଛ ନ କାଟି ପ୍ରଚୁର ପରିମାଣରେ ଗଛ ଲଗାଇବା ତାହା ହେଲେ ଆମକୁ ହୁଏତ ଘରେ ଆଉ ପଙ୍ଖା, କୁଲର ଓ ଏସି ବ୍ୟବହାର କରିବାବୁ ପଡିବ ନାହିଁ l ଆମ ପରିବେଶ କୁ ବଞ୍ଚାଇ ରଖିବା ଆମର ଦାୟିତ୍ୱ “ବୃକ୍ଷ ହିଁ ଜୀବନ ବୃକ୍ଷ ଅଛି ତ ଜୀବନ ଅଛି” କହି ଲୋକମାନଙ୍କୁ ସଚେତନ କରିବା ସହ ସମସ୍ତେ ବୃକ୍ଷ ରୋପଣ କରିବା ପାଇଁ ଶପଥ ପାଠ କରିଥିଲେ l ଆୟୋଜିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ କେସିଙ୍ଗା କଶୃପଡା ବନପାଳ ବିଶିକେଶନ କରୁଆ, ଗାଁ ଗୌତିଆ କୈଳାସ ସାହୁ ଉପସ୍ଥିତ ରହି ସହଯୋଗ କରିଥିଲେ ରୋମାଞ୍ଚଳ ସାହୁ, ତ୍ରିଲୋଚନ ସାହୁ, ରାମରାଜ ସାହୁ, ଈଶ୍ୱର ସାହୁ, ହେମନ୍ତ ସାହୁ, ଭୈରବ ଶଙ୍କର ସାହୁ, ଶରତ ସାହୁ, ଧର୍ମରାଜ ସାହୁ, ଡୋଲମଣୀ ସାହୁ, ନୀଳକଣ୍ଠେଶ୍ଵର ସାହୁ ଉପସ୍ଥିତ ରହିଥିଲେ ଶେଷରେ ପ୍ରକୃତି ବନ୍ଧୁ ଶ୍ରୀ ସାହୁ ସମସ୍ତଙ୍କୁ ଧନ୍ୟବାଦ ଜ୍ଞାପନ କରିଥିଲେ l 

ସୁଶାନ୍ତ କୁମାର ରଣା ଙ୍କ ରିପୋର୍ଟ୍ 

Related posts

ଚାରି ଦିବସୀୟ ଷଷ୍ଠ ରାଜ୍ୟ ସ୍ତରୀୟ ନାଟକ ମହୋତ୍ସବ ଆରମ୍ଭ l ପ୍ରଥମ ଦିନ ରେ ନାଟକ”ନିଶା” ମଞ୍ଚସ୍ଥ

Sunil Chandra Nayak

ନୂଆପଡା ଜିଲ୍ଲାରେ ନୂତନ ଏସପି ହେଲେ ରାଘବେନ୍ଦ୍ର ଗୁଣ୍ଡଲା ରେଡି 

Sunil Chandra Nayak

ମେଗାଲିଫ୍ଟ କେନାଲ ରୁ ୩ ବ୍ଲକ କୁ ଜଳସେଚନ ଦାବି… ଚାଷି ସଙ୍ଗଠନ ପକ୍ଷରୁ ଜାତୀୟ ରାଜପଥ ୨୬ ଅବରୋଧ…

masiha

Leave a Comment

error: Content is protected !!