ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରେଜେଙ୍ଗାଲା ସହୀଦ ମାଟି କଳସ ଯାତ୍ରାକୁ ଭବ୍ୟ ସ୍ଵାଗତ 

ରେଜେଙ୍ଗାଲା ସହୀଦ ମାଟି କଳସ ଯାତ୍ରାକୁ ଭବ୍ୟ ସ୍ଵାଗତ 

କଟକ : ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ଓ ଉତ୍କଳ ଯାଦବ ମହାସଭାଙ୍କ ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ପବିତ୍ର ରେଜେଙ୍ଗାଲା ମାଟି କଳସ ଶୋଭାଯାତ୍ରା ରଥକୁ ମାଲକାନାଗିରି ଜିଲ୍ଲା ଯାଦବ ମହାସଭା ପକ୍ଷରୁ ଗୋବିନ୍ଦପାଲି, ମାଥିଲି, ପାଣ୍ଡିରିପାଣି, ମାଲକାନଗିରି ସହର,କଣମେଟା, ଚଂପଖାରୀ ଛକ,ଚିତ୍ରକୋଣ୍ଡା, ପଣସପୁଟ,ଭେଜିଂୱାଡା, ଦଣ୍ଡକାରଣ୍ୟ ପ୍ରୋଜେକ୍ଟ,ବାଲିମେଳା ଛକ,ବାଟପାଲି,କୋରକୁଣ୍ଡା, କୁଡୁମୁଲୁଗୁମା, ଖଇରିପୁଟ ଓ ଆମେଲିପୁଟ ଠାରେ ବିପୁଳ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇ ଦେଶାତ୍ମବୋଧକ ଦିବ୍ୟସ୍ମୃତି ଗାଥା ଗାନ କରାଯାଇଥିଲା। ମୁଖ୍ୟ ଅତିଥି ଭାବେ କେନ୍ଦ୍ରୀୟ ଲିଡର ଅର୍ଜୁନ ଯାଦବ, ଅଶ୍ୱିନୀ ଯାଦବ, ରାଜ୍ୟ ଉପ ସଭାପତି ହୃଷୀକେଶ ଗୌଡ ଓ ଯୁବ ସଭାପତି ଅମର ନାୟକଙ୍କୁ ଜିଲ୍ଲା ପକ୍ଷରୁ ଭବ୍ୟ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଥିଲା। ୧୯୬୨ ମସିହାରେ ଲଦାଖର ରେଜେଙ୍ଗାଲା ଠାରେ ଚୀନ ଭାରତ ଯୁଦ୍ଧରେ ସହୀଦ ହୋଇଥିବା ୧୧୬ ଅହିର ଯାଦବ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଭକ୍ତିପୂତ ଶ୍ରଦ୍ଧାଞ୍ଜଳୀ ଜ୍ଞାପନ କରାଯାଇଥିଲା। ସହୀଦ ଅହିର ଯାଦବ ଯବାନଙ୍କ ସ୍ମୃତି ଉଦ୍ଧେଶ୍ୟରେ ଅଖିଳ ଭାରତ ବର୍ଷୀୟ ଯାଦବ ମହାସଭା ପକ୍ଷରୁ କେନ୍ଦ୍ର ସରକାରଙ୍କ ନିକଟରେ ଭାରତୀୟ ସେନାରେ ଅହିର୍ ରେଜୀମେଣ୍ଟ ଗଠନ ଦାବୀକୁ ଜିଲ୍ଲା ପକ୍ଷରୁ ଦୃଢ଼ ସମର୍ଥନ ଦିଆଯାଇଥିଲା। କାର୍ଯ୍ୟକ୍ରମରେ ସମ୍ମାନୀୟ ଅତିଥି ମଦନ ମୋହନ ନାୟକ, ସାଥିରାମ ନାୟକ, ସମର କେଶରୀ ବାରିକ, ମଙ୍ଗରାଜ ହେନ୍ତାଲ, ଅମିତ୍ ନାୟକ, ମନୋଜ ମହାକୁଡ, ସଦାଶିବ ହେନ୍ତାଲ୍, ବାବୁଲା ଗୌଡ, ପ୍ରଦୀପ ନାୟକ, ଅର୍ଜୁନ ଯାଦବ, ରବିନାରାୟଣ ଗୌଡ, ଜିଲ୍ଲା ସଭାପତି ପରମେଶ୍ବର ପାତ୍ର, ସମ୍ପାଦକ ସଦାଶିବ ଗୌଡ, ସନାତନ ପୁଝାରୀ, ବିଜୟ ଗୌଡ, ଗୁପ୍ତେଶ୍ୱର ଗୌଡ, ଘନ ଗୌଡ, ଶୁକ୍ର ହେନ୍ତାଲ, ପଦ୍ମଲାଭ ଗୌଡ, ପ୍ରମୁଖ ଉପସ୍ଥିତ ଥିଲେ। ଅନ୍ୟ ମାନଙ୍କ ମଧ୍ୟରେ ପଦ୍ମାବତୀ ମହାକୁଡ, ପରଦେଶୀ ନାୟକ, ପର୍ଶୁରାମ ଗୌଡ, କୃଷ୍ଣ ଗୌଡ, ବିଜୟ ଗୌଡ, ସନାତନ ପୁଝାରୀ,ରାମ ପାଙ୍ଗି, ଲକ୍ଷ୍ମଣ ଗୌଡ, ରଘୁ ବେହେରା, ତ୍ରିନାଥ ଗୌଡ଼, ଶ୍ରୀନାଥ ମହାକୁଡ ଓ ଦିଲ୍ଲୀପ ଦାସ ପ୍ରମୁଖ ସହଯୋଗ କରିଥିଲେ। 

ଶ୍ରୀକାନ୍ତ ବେଉରା ଙ୍କ ରିପୋର୍ଟ୍ 

Related posts

ରାସ୍ତା ଉପରେ ଠିଆ ନକରି କାରଖାନା ଭିତରେ ଟ୍ରକ ପାର୍କିଂ ବ୍ୟବସ୍ଥା କରିବା ପାଇଁ ଏନ ଏସ ପି ସି ଏଲକୁ ଚିଠି ଲେଖିଲେ ବିଧାୟକ ଶ୍ରୀ ତନ୍ତୀ.

Sunil Chandra Nayak

ଆଶ୍ରମର ୧୪ଜଣ ଛାତ୍ର ବିଦ୍ୟାଳୟ ହଷ୍ଟେଲ ଛାଡି ଜିଲାପାଳଙ୍କ ଦ୍ଵାରସ୍ଥ 

masiha

ଜିଲ୍ଲା ସ୍ତରୀୟ ସୂଚନା ଅଧିକାର ଆଇନ କର୍ମଶାଳା ଅନୁଷ୍ଠିତ 

masiha

Leave a Comment

error: Content is protected !!