ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପାପଡାହାଣ୍ଡି ମୁଖ୍ୟ ରାସ୍ତାର ଚାରିଛକ ଠାରେ ଡାବୁଗାଁ ଥାନା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ହେଲମେଟ ବିନ୍ଧିବା, ୨ ଚକିଆ ଗାଡିରେ ୨ ଜଣରୁ ଅଧିକ ବସନ୍ତୁ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଲାନ୍ତୁ, ମଦ୍ୟପାନ କରି, ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଲାନ୍ତୁ ନାହିଁ ବୁଝାଇବ ସହ ଗୋଲାପ ଫୁଲ ଦେଇ ଗାଡି ଚାଳକ ମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ୍ପେକ୍ଟର ଚନ୍ଦନ ସାହୁ, ବିକ୍ରମ କିଶୋର ସାହୁ, ଏଏସଆଇ ଗୋପାଳକୃଷ୍ଣ ହାଲୱା, ଚନ୍ଦ୍ରଶେଖର ହଜାରୀ ଓ ସସ୍ମିତା ଦାଶ, ହାବିଲଦାର ଶିବଶଙ୍କର ଭଞ୍ଜ ଏବଂ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ସରପଞ୍ଚଙ୍କ ସ୍ୱାମୀ ତଥା ବିଜେପି ମଣ୍ଡଳ ସଭାପତି ନାଁରେ ସାଙ୍ଘାତିକ ଦୁର୍ନୀତି ଅଭିଯୋଗ, ଶ୍ରମିକଙ୍କ ଟଙ୍କା ହଡ଼ପ କରିଥିବା ଗୁରୁତର ଅଭିଯୋଗ ଆଣିଲେ ଶ୍ରମିକ l ଅଭିଯୋଗ ପରେ , ତଦନ୍ତ କଲେ ବିଡିଓ

masiha

ନୂଆପଡ଼ା ଜିଲ୍ଲା ସୁନାବେଡ଼ା ଅଭୟାରଣ୍ୟରେ ଜଙ୍ଗଳ ନିଆଁ ଲିଭାଇବା ନେଇ ନାଗରିକ ସଚେତନ କାର୍ଯ୍ୟକ୍ରମ, ବିଭିନ୍ନ ଉପାୟରେ ନିଆଁ ଲିଭାଇବା ପାଇଁ କର୍ମଚାରୀ ଙ୍କୁ ତାଲିମ ଏବଂ ଉପକରଣ ବଣ୍ଟନ 

Sunil Chandra Nayak

ବିଦ୍ୟୁତ ସ୍ପର୍ଶରେ ଯୁବକ ମୃତ

Sunil Chandra Nayak

Leave a Comment

error: Content is protected !!