ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

ଗୋଲାପ ଫୁଲ ଦେଇ ସଡକ ସୁରକ୍ଷା ସଚେତନତା 

ଡାବୁଗାଁ, ୫/୬ (ମ.ନି.ସ.)- ନବରଙ୍ଗପୁର ଜିଲା ଡାବୁଗାଁ ବ୍ଲକ ର ଡାବୁଗାଁ ପାପଡାହାଣ୍ଡି ମୁଖ୍ୟ ରାସ୍ତାର ଚାରିଛକ ଠାରେ ଡାବୁଗାଁ ଥାନା ତରଫରୁ ସଡକ ସୁରକ୍ଷା ସଚେତନତା କାର୍ଯ୍ୟକ୍ରମ ଗୁରୁବାର ଅନୁଷ୍ଠିତ ହୋଇଯାଇଛି | ଏଥିରେ ହେଲମେଟ ବିନ୍ଧିବା, ୨ ଚକିଆ ଗାଡିରେ ୨ ଜଣରୁ ଅଧିକ ବସନ୍ତୁ ନାହିଁ, ସିଟ ବେଲ୍ଟ ଲଗାଇ ଗାଡି ଚଲାନ୍ତୁ, ମଦ୍ୟପାନ କରି, ମୋବାଇଲ ଧରି କିମ୍ବା ଅନ୍ୟ ମନସ୍କ ହୋଇ ଗାଡି ଚଲାନ୍ତୁ ନାହିଁ ବୁଝାଇବ ସହ ଗୋଲାପ ଫୁଲ ଦେଇ ଗାଡି ଚାଳକ ମାନଙ୍କୁ ସଚେତନ କରାଯାଇଥିଲା | ଏଥିରେ ଥାନା ଆଇଆଇସି ଗୋପାଳକୃଷ୍ଣ ଆଗୁପାତ୍ର ଙ୍କ ନିର୍ଦ୍ଦେଶ କ୍ରମେ ସବଇନିସ୍ପେକ୍ଟର ଚନ୍ଦନ ସାହୁ, ବିକ୍ରମ କିଶୋର ସାହୁ, ଏଏସଆଇ ଗୋପାଳକୃଷ୍ଣ ହାଲୱା, ଚନ୍ଦ୍ରଶେଖର ହଜାରୀ ଓ ସସ୍ମିତା ଦାଶ, ହାବିଲଦାର ଶିବଶଙ୍କର ଭଞ୍ଜ ଏବଂ ପୋଲିସ କର୍ମଚାରୀ ମାନେ ଉପସ୍ଥିତ ଥିଲେ |

ଡାବୁଗାଁରୁ ପ୍ରଜ୍ଞାରଞ୍ଜନ ପରିଡାଙ୍କ ରିପୋର୍ଟ

Related posts

ରତନା ଙ୍କ ପରିବାର ଦୁଃଖ ଶୁଣିଲେ ବିଧାୟକ 

Sunil Chandra Nayak

ରାଇରଙ୍ଗପୁର ଠାରେ ଅନୁଷ୍ଠିତ ହେଲା ଉପଖଣ୍ଡ ସ୍ତରୀୟ ଯୁଗ୍ମ ଜନ ଶୁଣାଣି ଶିବିର

masiha

ସତ୍ୟ ସାଈ ସେବା ସଂଗଠନ ର ରକ୍ତ ଦାନ ଶିବିର

masiha

Leave a Comment

error: Content is protected !!