ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଵିଜାତଳା ବ୍ଳକ;ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ଦାବି 

ଵିଜାତଳା ବ୍ଳକ;ଲୁହାଶିଳା ପଂଚାୟତ ର ସରପଞ୍ଚ ଉପନିର୍ବାଚନ ପାଇଁ ପଞ୍ଚାୟତ ବାସୀଙ୍କ ଦାବି 

କାହା ଚାପ ରେ ସରକାରୀ ବାବୁ ଚାପିଗଲେ?ବିରୋଧୀ ମୁହିଁ ରେ ତାଲା

  ମୟୂରଭଞ୍ଜ – ୬/୦୫  ମୟୂରଭଞ୍ଜ ଜିଲ୍ଲାର ବିଜାତଳା ବ୍ଲକର ଲୁହାଶିଳା ପଞ୍ଚାୟତର ପୂର୍ବତନ ସରପଞ୍ଚ ଅର୍ପିତା ମୁର୍ମୁ ଡାକବିଭାଗ ଚାକିରୀ ପାଇବାରୁ ଗତ ବର୍ଷ ନଭେମ୍ବର ମାସ ରେ ସରପଞ୍ଚ ପଦବୀ ରୁ ଇସ୍ତଫା ଦେଇଥିଲେ l ପ୍ରାୟ 5ମାସ ବିତି ଯାଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ପ୍ରଶାସନ ପକ୍ଷରୁ ନିର୍ବାଚନ ପାଇଁ କୌଣସି ବ୍ୟବସ୍ଥା କରାଯାଉ ନାହିଁ । ନାଏବ ସରପଞ୍ଚ ମାନଙ୍କୁ ସେହି ଦିନଠାରୁ ସରପଞ୍ଚର ଦାୟିତ୍ୱ ଦିଆଯାଇ କାର୍ଯ୍ୟ ତୁଲାଯାଉଥିବା ବେଳେ ତେବେ ପଞ୍ଚାୟତ ଉପ ନିର୍ବାଚନ କରିବାରେ ଅସୁବିଧା ରହିଲା କେଉଁଠି ବୋଲି ସାଧାରଣରେ ପ୍ରଶ୍ନ ଉଠିଛି । ଜିଲ୍ଲା ପ୍ରଶାସନ ତୁରନ୍ତ ପଞ୍ଚାୟତରେ ସରପଞ୍ଚ ପଦବି ପାଇଁ ଉପନିର୍ବାଚନ କରିବାକୁ ଦାବି ହେଉଛି । ଏଠାରେ ସୁଚନାଯୋଗ୍ୟଏହି ପଂଚାୟତ ରେ 9ଟି ଗ୍ରାମ ଦଲକି, ବଳରାମ ପୁର, ଜାମଦା, ଝାଉଁରୀସାହି, କାଲାଝରି, ପାଟପୁର, ବେତଝରଣ, କାକୁଡିରୁମା, ଲୁହାଶିଳା l

ଏବେ ପଞ୍ଚାୟତ ନାଏବ ସରପଞ୍ଚ ଙ୍କ ଦାୟିତ୍ୱରେ ପଂଚାୟତ ପରିଚାଳନା ହେଉଛି ହେଲେ ଏହାକୁ ନାପସନ୍ଦ କରୁଛନ୍ତି ପଂଚାୟତ ବାସୀ । ତୁରନ୍ତ ସରକାର ଏହି ପଞ୍ଚାୟତ ପ୍ରତି ନଜର ଦେଇ ସରପଞ୍ଚ ଉପନିର୍ବାଚନ କରିବା ପାଇଁ ଦାବି ଜଣାଇଛନ୍ତି । ତୁରନ୍ତ ଏଥି ପ୍ରତି ନଜର ନଦେଲେ ଆଗାମୀ ଦିନରେ ସମଗ୍ର ପଞ୍ଚାୟତ ବାସୀ ଏକାଠି ହୋଇ ବଡଧରଣର ଆନ୍ଦୋଳନ, ରାସ୍ତାରୋକ ଭଳି ବିଭିନ୍ନ ପଦକ୍ଷେପ ହାତକୁ ନିଆଯିବ ବୋଲି କୁହାଯାଇଛି l

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଡାବୁଗାଁ ପାରମ୍ପାରିକ ମାଘ ମଣ୍ଡେଇ ପାଳନ ନେଇ ପ୍ରସ୍ତୁତି ବୈଠକ 

masiha

ବିଡ଼ିଓ ଙ୍କ କାର୍ଯ୍ୟ ତତ୍ପରତା ପ୍ରଂଶସନୀୟ 

masiha

ବ୍ଲକ ସ୍ତରୀୟ କଳାହାଣ୍ଡି ଉତ୍ସବ ଘୁମୁରା ୨୦୨୪ ପ୍ରସ୍ତୁତି ବୈଠକ

masiha

Leave a Comment

error: Content is protected !!