ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଶିକ୍ଷା, ସ୍ଵାସ୍ଥ୍ୟ, କର୍ମନିଯୁକ୍ତି ପାଇଁ ସଂଗ୍ରାମ, ନିଜସ୍ଵ ଶକ୍ତି ବୃଦ୍ଧି ଓ (ଆଇ.ଏନ୍.ଡି.ଆଇ.ଏ.)ର ଶକ୍ତି ବୃଦ୍ଧି କରିବ ସିପିଆଇ

ଶିକ୍ଷା, ସ୍ଵାସ୍ଥ୍ୟ, କର୍ମନିଯୁକ୍ତି ପାଇଁ ସଂଗ୍ରାମ, ନିଜସ୍ଵ ଶକ୍ତି ବୃଦ୍ଧି ଓ (ଆଇ.ଏନ୍.ଡି.ଆଇ.ଏ.)ର ଶକ୍ତି ବୃଦ୍ଧି କରିବ ସିପିଆଇ

ଜୁନାଗଡ଼: ତା୮/୧/(ନି.ପ୍ର) ଭାରତୀୟ କମ୍ୟୁନିଷ୍ଟ ପାର୍ଟିର ଓଡ଼ିଶା ରାଜ୍ୟ ପରିଷଦ ବୈଠକ ଜୁନାଗଡ଼ ଠାରେ ଶ୍ରମିକ ନେତା ପ୍ରମୋଦ ମହାନ୍ତିଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଓଡିଶାର ଜନଗଣଙ୍କ ଜୀଵନ ଓ ଜୀବିକା ସୁରକ୍ଷା ପାଇଁ ଛାତ୍ର, ଯୁବ, ଶ୍ରମିକ, କୃଷକ, ମହିଳା, ଆଦିବାସୀ, ଦଳିତ, ସଂଖ୍ୟାଲଘୁ ଓ ବୁଦ୍ଧିଜୀବିଙ୍କ ଅଧିକାର ହାସଲ ସହ ରାଜ୍ୟର ସାମଗ୍ରିକ ବିକାଶ ପାଇଁ ସିପିଆଇ ର ନିଜସ୍ଵ ଶକ୍ତି ବୃଦ୍ଧି କରିବାକୁ ସଂକଳ୍ପ ନେଇଛି। ଦେଶର ସ୍ଵାଧୀନତା, ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା, ସମାଜଵାଦର ସୁରକ୍ଷା ପାଇଁ ଦେଶର ଜନଗଣଙ୍କୁ ଵିଭାଜନଵାଦୀ ସାମ୍ପ୍ରଦାୟିକ ଘୃଣା,ଦ୍ଵେଷ, ହିଂସା, କମ୍ପାନୀ ସ୍ବାର୍ଥରେ ଶ୍ରମିକ ଶ୍ରେଣୀ ବିରୋଧୀ, ଯୁବ, ଛାତ୍ର, ଜନବିରୋଧୀ, ସମ୍ବିଧାନ ଵିରୋଧୀ ନୀତି ଅବଲମ୍ବନ କରିଥିଵା ଆର୍ ଏସ୍ ଏସ୍ ଆଦର୍ଶରେ ପରିଚାଳିତ ବିଜେପିକୁ ପରାଜିତ କରି ସଂସଦୀୟ ଗଣତନ୍ତ୍ରର ସୁରକ୍ଷା ପାଇଁ ଦେଶର ସମସ୍ତ ଧର୍ମନିରପେକ୍ଷ ଓ ଗଣତାନ୍ତ୍ରୀକ ଦଳ ମାନଙ୍କୁ ନେଇ ଗଠିତ ଇଣ୍ଡିଆ (ଆଇ.ଏନ୍.ଡି.ଆଇ.ଏ.) ମେଣ୍ଟ କୁ ଶକ୍ତିଶାଳୀ ବଳିଷ୍ଠ କରାଯିବାସହ ଏହାର ବିପୁଳ ବିଜୟ ପାଇଁ ନିଷ୍ପତ୍ତି ନିଆଯାଇଛି। ଜନବସତି ଉଛେଦ ନକରିଵା, କୃଷି ଉପଯୋଗୀ ଜମି ଶିଳ୍ପାୟନ ନାମରେ ହଡ଼ପ ବନ୍ଦ କରିବା, ରାଜ୍ୟର ଶ୍ରମିକଙ୍କ ସ୍ଵଳ୍ପ ମଜୁରୀ ହାର ଓ କୃଷି ଭିତ୍ତିକ ଶିଳ୍ପ ନଥିବାରୁ ଓଡିଶାର ଅର୍ଦ୍ଧାଧିକ ଜିଲ୍ଲାରୁ ଲକ୍ଷ ଲକ୍ଷ ଯୁବ ପୀଢୀ ପ୍ରବାସୀ ଶ୍ରମିକ ଭାବେ ଯାଇ ଶୋଷଣ ଅତ୍ୟାଚାରର ଶିକାର ହେବା ବ୍ୟବସ୍ଥା ଵନ୍ଦ କରି ଯୁବ ସମାଜର ଭଵିଶ୍ଯତ ସୁରକ୍ଷିତ କରିଵା ପାଇଁ କର୍ମନିଯୁକ୍ତିକୁ ଅଗ୍ରାଧିକାର ଦେବା ଓ ଭ୍ରଷ୍ଟାଚାରର ଵିଲୋପ ପାଇଁ ପାର୍ଟି ନିଷ୍ପତ୍ତି କରିଅଛି। ରାଜ୍ୟରେ ବିଜେପି ଓ ବିଜେଡ଼ି କୁ ପରାଜିତ କରି ଏକ ଶକ୍ତିଶାଳୀ ବିକଳ୍ପ ସରକାର ଗଠନ ପାଇଁ ଓଡିଶାରେ ୧୭ ବିଧାନସଭା ଆସନରେ ଓ ୩ ଲୋକସଭା ଆସନରେ ପାର୍ଟି ନିର୍ଵାଚନ ଲଢ଼ିବା ପାଇଁ ଚିହ୍ନଟ କରିଅଛି। ମାତ୍ର (ଆଇ.ଏନ୍.ଡି.ଆଇ.ଏ.) କୁ ବଳଶାଳୀ କରାଇବା ପାଇଁ ଏହାର ଦଳଙ୍କ ମଧ୍ଯରେ ବୁଝାମଣା ଭିତ୍ତିରେ ନିର୍ବାଚନ ଲଢ଼ି ଵିଜୟ ହାସଲ କରିଵା ପାଇଁ ନିଷ୍ପତ୍ତି ହୋଇଅଛି।ଏହି ତିନି ଦିନିଆ ବୈଠକରେ ସିପିଆଇ ରାଜ୍ଯ ସମ୍ପାଦକ କଃ ଅଭୟ ସାହୁ ବିବରଣୀ ଉପସ୍ଥାପନା କରି ପ୍ରାକୃତିକ ସମ୍ପଦ ଓ ମାନବ ସମ୍ବଳ ଥିଵା ଵେଳେ ଏହାର ଜନଗଣଙ୍କ ଦୁର୍ଦ୍ଦିନ ଦୂର କରି ବଳିଷ୍ଠ ଗଣତନ୍ତ୍ର ପ୍ରତିଷ୍ଠା ପାଇଁ ତୃପ୍ତ ଆହ୍ଵାନ ଦେଇଥିଲେ। ଏହି ଵୈଠକରେ ପାର୍ଟିର ଜାତୀୟ ସମ୍ପାଦକ କଃ ରାମ କୃଷ୍ଣ ପଣ୍ଡା ଜାତୀୟ ରାଜନୈତିକ ଚିତ୍ରପଟ ଉପସ୍ଥାପନ କରି ଦେଶରେ ଧର୍ମନିରପେକ୍ଷତା ଓ ସଂସଦୀୟ ଗଣତନ୍ତ୍ର, ଶିକ୍ଷା, କର୍ମନିଯୁକ୍ତି ଜନଗଣଙ୍କ ରୋଜଗାର ଉପରେ ଆକ୍ରମଣ ସମ୍ପର୍କରେ ସୂଚନା ଦେଇ ଦେଶର ସ୍ଵାଧୀନତା, ସାର୍ବଭୌମତ୍ୱ, ଧର୍ମନିରପେକ୍ଷତା ର ସୁରକ୍ଷା ପାଇଁ ।ଏହି ଵୈଠକରେ ପୁର୍ବତନ ରାଜ୍ଯ ସମ୍ପାଦକ କଃ ଆଶିଷ କାନୁନଗୋ, ସମ୍ପାଦକ ମଣ୍ଡଳୀ ସଦସ୍ୟ କଃ ଅଶୋକ ଦାଶ, କଃ ପ୍ରଶାନ୍ତ ପାଟ୍ଟଯୋଷୀ, କଃ ଜୟନ୍ତ ଦାସ, କଃ ପ୍ରକାଶ ଚନ୍ଦ୍ର ପାତ୍ର, କଃ ଦାମୋଦର ବେହେରା, ଶ୍ରମିକ ନେତା କଃ ଵିଜୟ ଜେନା, କୃଷକ ନେତା କଃ ଶଶୀ ଭୂଷଣ ସ୍ଵାଇଁ, ଛାତ୍ରନେତା କଃ ସଂଘମିତ୍ରା ଜେନା, ଯୁବନେତା କଃ ପ୍ରଦୀପ ସେଠୀ, ମହିଳା ନେତ୍ରୀ କଃ ଜୀନ୍ମୟୀ ସାହାଣୀ, ଖେତମଜଦୂର ନେତା କଃ ସୁର ଜେନା, ନୂଆ ଦୁନିଆ ସମ୍ପାଦକ କଃ ରମେଶ ପାଢ଼ୀ, ଜିଲ୍ଲା ସମ୍ପାଦକ କଃ ନିରଞ୍ଜନ ବାରିକ, କଃ ଶୁଭେନ୍ଦୁ ପ୍ରତାପ ମହାନ୍ତି, କଃ ବିଦ୍ୟାଧର ମାହାନ୍ତ, କଃ ଜଗବନ୍ଧୁ ମିଶ୍ର, କଃ ସାରଙ୍ଗଧର ମିଶ୍ର, କଃ ଇଶ୍ଵର ପରିଡ଼ା, କଃ ଅଭିଜିତ ସାହୁ, କଃ କୃଷ୍ଣ ଚନ୍ଦ୍ର ରାଉତ, କଃ ଅମୀୟ ପଟ୍ଟନାୟକ, କଃ ଏନ୍ ଗୋପାଳ, କଃ ଅକ୍ଷୟ ମେହେର ଓ ଅନ୍ୟମାନଙ୍କ ମଧ୍ୟରେ କଃ ବ୍ରଜ ବନ୍ଧୁ ପ୍ରଧାନ, କଃ ଶରତ ଵେହେରା, କଃ ରାଜେନ୍ଦ୍ର ନାଏକ, କଃ ପ୍ରଦୀପ୍ତ ମହାନ୍ତି, କଃ ଵିପୀନ ରାଉତ, କଃ ଦେବେନ୍ଦ୍ର ସାହୁ, କଃ ଅର୍ଜୁନ ମହାନ୍ତ, କଃ ମାୟାଧର ନାୟକ, କଃ ରମେଶ ଜେନା, କଃ ମଳୟ ପଣ୍ଡା, କଃ ଵିଜୟ ମହାନ୍ତି,କଃ ନୀଳକଣ୍ଠ ଦାଶ, କଃ କାମଦେବ ନାହାକ, କଃ ପ୍ରମୋଦିନୀ ପାଇକରାୟ, କଃ ଵନଲତା ଜେନା ପ୍ରମୁଖ ବିଭିନ୍ନ ପ୍ରସ୍ତାବ ଉପରେ ନିଜ ନିଜ ସୁଚିନ୍ତିତ ମତ ଦେଇଛନ୍ତି।

ଜୁନାଗଡ଼ ରୁ ନରେନ୍ଦ୍ର ଖିତି ଙ୍କ ରିପୋର୍ଟ୍ 

Related posts

ମଣ୍ଡେଇ ମହୋତ୍ସବ-୨୦୨୫: ‘ମଞ୍ଚ ନାଟକ’ ପ୍ରସ୍ତୁତି ବୈଠକ ଅନୁଷ୍ଠିତ 

Sunil Chandra Nayak

ଓଡିଶା ସେବାରତ୍ନ ସମ୍ମାନ-୨୦୨୫  ବ୍ରାଇଟ ଓଡିଶା ପକ୍ଷରୁ ୩୫ ଜଣଙ୍କୁ ପୁରସ୍କାର ପ୍ରଦାନ 

Sunil Chandra Nayak

ଦିବ୍ୟାଙ୍ଗ ନିମନ୍ତେ ବ୍ଲକ ସ୍ଥରୀୟ କ୍ଷେତ୍ର ପରିଭ୍ରମଣ କାର୍ଯ୍ୟକ୍ରମ

masiha

Leave a Comment

error: Content is protected !!