ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

କଳାହାଣ୍ଡି: ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ,ଜିଲ୍ଳା ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଯାପିତ

କଳାହାଣ୍ଡି: ନୂଆ-ଓ ଯୁବ ଓଡିଶା କାର୍ଯ୍ୟକ୍ରମ ,ଜିଲ୍ଳା ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଉଦଯାପିତ

ପୁରୁଷ ରେ କଳାହାଣ୍ଡି ବିଶ୍ଵବିଦ୍ୟାଳୟ ,ମହିଳା ରେ ଥୁଆମୂଳ ରାମପୁର ଚାମ୍ପିଅନ

ଧର୍ମଗଡ ପଞ୍ଚାୟତ ମହାବିଦ୍ୟାଳୟ ଖେଳ ପଡିଆ ଠାରେ ଚାଲୁ ଥିବା ଜିଲ୍ଲା ସ୍ତରୀୟ ଖୋ ଖୋ ପ୍ରତିଯୋଗିତା ଆଜି ଉଦଯାପିତ ହୋଇଯାଇଛି । ନୂଆ- ଓ ଯୁବ ଓଡିଶା ନବୀନ ଓଡିଶା ଖେଳ କୁଦ କାର୍ଯ୍ୟକ୍ରମ ପରି ପକ୍ଷୀ ରେ ଆୟୋଜିତ ଏହି ଜିଲ୍ଳା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ଦୁଇ ଦିନ ଧରି ଚାଲି ଥିଲା । କଳାହାଣ୍ଡି ଜିଲ୍ଲା ରୁ ୧୮ ଟି ମହିଳା ଓ ୧୪ ଟି ପୁରୁଷ ଖୋ ଖୋ ଟିମ୍ ଏଥିରେ ଭାଗ ନେଇ ଥିଲେ । ପୁରୁଷ ବର୍ଗ ରେ କଳାହାଣ୍ଡି ବିଶ୍ଵ ବିଦ୍ୟାଳୟ ଟିମ୍ ଥୁଆମୂଳ ରାମପୁର ଟିମ୍ କୁ ୫-୩ ପଏଣ୍ଟ ରେ ପରାଜିତ କରି ଚାମ୍ପିଅନ ହୋଇଥିଲେ । ସେହି ପରି ମହିଳା ବର୍ଗ ରେ ଥୁଆମୂଳ ରାମପୁର ଟିମ୍ କର୍ଲାମୁଣ୍ଡା ଟିମ୍ କୁ ୯-୭ ପଏଣ୍ଟ ରେ ପରାଜିତ କରି ଚାମ୍ପିଅନ ହୋଇଥିଲେ।ବିଡିଓ ହିମାଞ୍ଚଳ ମାଝୀ ଙ୍କ ଅଧ୍ୟକ୍ଷତା ରେ ଆୟୋଜିତ ଉଦଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବେ ଧର୍ମଗଡ ବିଧାୟକ ମୌଷଧି ବାଗ ଯୋଗ ଦେଇ ଚାମ୍ପିଅନ ଦଳ କୁ ପୁରସ୍କୃତ କରିଥିଲେ । ସମ୍ମାନୀତ ଅତିଥି ଭାବେ ଧର୍ମଗଡ ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ବବିତା ପଟଯୋଷି, ଏନଏସି ଅଧ୍ୟକ୍ଷ ଅଶୋକ ମହାନ୍ତି,ଉପାଧ୍ୟକ୍ଷା ମନିଷା ମିଶ୍ର, ଉପଖଣ୍ଡ ପୁଲିସ ଅଧିକାରୀ ଧିରଜ କୁମାର ଚୋପଦାର ପ୍ରମୂଖ ଯୋଗ ଦେଇ କ୍ରୀଡାବିତ୍ ମାନଙ୍କୁ ଉତ୍ସାହିତ କରି ଥିଲେ । କ୍ରୀଡ଼ା ଶିକ୍ଷକ ସନ୍ତୋଷ ପାଣିଗ୍ରାହୀ ଓ ଅଭୟ ବାଗ ଖେଳ ପରିଚାଳନା କରିଥିଲା ବେଳେ ଆକାଉଣ୍ଟ୍ ଅଫିସର ନିଖିଲେଶ ପାତ୍ର, ସେକ୍ସନ ଅଧିକାରୀ ମହେଶ ଦଳାଇ, ଜିପିଓ କେଦାର ନାଥ ନାଏକ, କୋଷାଧ୍ୟକ୍ଷ ଅର୍ଜୁନ ମେହେର ପ୍ରମୁଖ ଆୟୋଜନ ରେ ସହାୟତା କରି ଥିଲେ ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ଧର୍ମଗଡ ପ୍ରାଥମିକ ଶିକ୍ଷକ ସଂଘ ତରଫରୁ ୟୁଏଏସ ବାତିଲ ଦାବିରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କୁ ଦାବିପତ୍ର। ଦାବୀ ପୂରଣ ନ ହେଲେ ଆନ୍ଦୋଳନ ଚେତାବନୀ

Sunil Chandra Nayak

୬୯ ଜଣ ଛାତ୍ରଛାତ୍ରି ଦେଲେ ବୃତ୍ତି ପରୀକ୍ଷା 

masiha

ଭାବାବେଗ ପରିବେଶ ମଧ୍ୟରେ ସାମ୍ବାଦିକଙ୍କ ଶୋକସଭା 

masiha

Leave a Comment

error: Content is protected !!