ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମକର ପାଇଁ ବିଜାତଳା ସାପ୍ତାହିକ ହାଟରେ ପ୍ରବଳ ଭିଡ଼

ମକର ପାଇଁ ବିଜାତଳା ସାପ୍ତାହିକ ହାଟରେ ପ୍ରବଳ ଭିଡ଼

   ମୟୂରଭଞ୍ଜ -୧୦/୦୧ ( ମସିହା) ମୟୂରଭଞ୍ଜ ଜିଲ୍ଲାର ମହାନ ପର୍ବ ମକର ପର୍ବ l ଆଦିବାସୀବହୁଳ ମକର ପର୍ବ ନିମନ୍ତେ ବାମନ ଘାଟି ଉପଖଣ୍ଡର ବିଭିନ୍ନ ବିଜାତଳା ବ୍ଳକର ସାପ୍ତାହିକ ହାଟ,କୁସୁମି ବ୍ଳକର ହାଟବାଦଡା ସମେତ ବିଭିନ୍ନ ଅଞ୍ଚଳରେ ଲୋକଙ୍କ ମଧ୍ୟରେ ଉତ୍ସାହ ଦେଖା ଯାଇଛି l ଏବର୍ଷ ଗ୍ରାମାଞ୍ଚଳରେ ଲୋକମାନେ ସେମାନଙ୍କର ଗଣ ମକର ପର୍ବକୁ ଧୂମଧାମରେ ପାଳନ ନିମନ୍ତେ ସତେ ଅବା ଅପେକ୍ଷା କରି ରହିଥିଲେ l ବିଜାତଳା ବ୍ଲକର ଆଦିବାସୀ ମହାନ୍ତ ସାନ୍ତାଳ, ମୁଣ୍ଡା , ଖଡିଆ ତଥା ସମସ୍ତ ସଂପ୍ରଦାୟର ଲୋକେ ମକର ପର୍ବ ନିମନ୍ତେ ଲୁଗାପଟା ସହିତ ବିଭିନ୍ନ ଜିନିଷ କିଣାକିଣି କରିବା ପାଇଁ ସାପ୍ତାହିକ ହାଟରେ ପ୍ରବଳ ଜନଗହଳି ଲଗାଇଥିଲେ l ପନିପରିବା, ଶୁଖୁଆ,ଲୁଗାପଟା,ଜୋତା,ଆଖୁ,ଗୁଡ଼,ଚାଉଳ କିଣିବା ପାଇଁ ପ୍ରବଳ ଗହଳି ଲାଗିଥିଲା l ଆଜିକାର ବିଜାତଳା ସାପ୍ତାହିକ ହାଟରେ ବ୍ଲକ ଅଂଚଳର 12ଟି ପଞ୍ଚାୟତ ବିଜାତଳା, ବଣକାଟି, ମୁଣ୍ଡାଠାକୁରା, ଲୁହାଶିଳା, ଖନ୍ତ, ନୁସାଡ଼ିହି, ଚଢେଇପାହାଡି, ସରଗଡା, ମଢେଇକଚା, ମାଣିକପୁର, ରାଇହରି, ବଡ଼ଝରଣ ସମେତ ବିଶୋଇ ବ୍ଲକର ଲୁହାକାନି, ବଡ଼ମାଣଦା, ଅସନା, ଗ୍ରାମପଞ୍ଚାୟତ ଏବଂ କୁସୁମୀ ବ୍ଲକର ସୁଲେଇପାଟ, ରାଇରଙ୍ଗପୁର ବ୍ଲକ ଅଂଚଳର ଗୋରୁମହିଷାଣି ଆଦି ଅଞ୍ଚଳର ଆଦିବାସୀମାନଙ୍କ ସମେତ ଅଣଆଦିବାସୀମାନେ ସେମାନଙ୍କର ମକର ନିମନ୍ତେ କିଣାକିଣି ପାଇଁ ଏକାଠି ହୋଇଥିଲେ l ସୂଚନାଯୋଗ୍ୟ ଯେ ଏହି ଅଞ୍ଚଳର ଅଣଆଦିବାସୀ କୁଡୁମୀ ବା ମହାନ୍ତମାନେ ମକର ପର୍ବକୁ ଧୁମଧାମରେ ପାଳନ କରିଥାନ୍ତି l ମକର ପର୍ବ ସମୟରେ ବିଭିନ୍ନ ଅଂଚଳରେ କୁଡୁମୀମାନଙ୍କର ଟୁସୁମିଳନ କାର୍ଯ୍ୟକ୍ରମ ମାନ ହୋଇଥାଏ lମକର ପାଇଁ ସମସ୍ତ ବାମନଘାଟୀ ଚଳଚଞ୍ଚଳ । ସମସ୍ତଙ୍କ ମଧ୍ୟରେ ଖୁସିର ଲହରୀ ଆସିଛି ।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ଓଡିଆ ପକ୍ଷ ପାଳନ ଅବସରରେ ବର୍ଣ୍ଣବୋଧ ପୁସ୍ତକ ବଣ୍ଟନ 

Sunil Chandra Nayak

ଜନଜାତି ସୁରକ୍ଷା ମଞ୍ଚ ର ବୈଠକ ଓ ପଞ୍ଚାୟତ କମିଟି ଗଠନ 

masiha

ସାନଜୟଧନି ଆଦର୍ଶ ବିଦ୍ୟାଳୟ ସମେତ ବିଭିନ୍ନ ସ୍ଥାନରେ ବାଦାମ ପାହାଡ଼ ବନାଞ୍ଚଳ ତରଫରୁ ୭୪ ତମ ବନୋତ୍ସଵ ପାଳିତ

Leave a Comment

error: Content is protected !!