ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଅସମ୍ପୂର୍ଣ୍ଣ ରାସ୍ତା ଶେଷ କରିବା ପାଇଁ ରାସ୍ତାରୋକ

ଅସମ୍ପୂର୍ଣ୍ଣ ରାସ୍ତା ଶେଷ କରିବା ପାଇଁ ରାସ୍ତାରୋକ

ଧର୍ମଗଡ ସହର ଜଗନ୍ନାଥ ପଡ଼ା ଦେଇ ଯାଇଥିବା ପୂର୍ତ୍ତ ବିଭଗର ର ଅସମ୍ପୂର୍ଣ୍ଣ ରାସ୍ତା କୁ ଶୀଘ୍ର ଶେଷ କରିବା ଦାବୀ ନେଇ ପଡ଼ା ବାସିନ୍ଦା ରାସ୍ତା ଅବରୋଧ କରିଛନ୍ତି।

ସୂଚନାଯୋଗ୍ୟ ଯେ, ଧର୍ମଗଡ ଜଗନ୍ନାଥ ପଡ଼ା ର ଏହି ରାସ୍ତାଟି ସହର ର ଏକ ପ୍ରମୁଖ ରାସ୍ତା। ଏହି ରାସ୍ତା ଉପରେ ୪ ଓ ୬ ନମ୍ବର ଦୁଇଟି ୱାର୍ଡ ର ପ୍ରାୟ ପାଞ୍ଚ ହଜାର ଲୋକ ନିର୍ଭର କରନ୍ତି। ତେବେ ଏହି ରାସ୍ତାଟି ଦୀର୍ଘ ଦିନ ଧରି ଭଙ୍ଗା ଦଦରା ଭାବେ ବହୁ ବର୍ଷ ଧରି ପଡ଼ି ରହିଥିଲା। ବିପଦ ସଙ୍କୁଳ ରାସ୍ତା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଥିଲା। ବାରମ୍ବାର ଆପତ୍ତି ଅଭିଯୋଗ ପରେ ପୂର୍ତ୍ତ ବିଭାଗ ରାସ୍ତାଟି ନିଜ ଅଧୀନ କୁ ନେଇ ରାସ୍ତା ନିର୍ମାଣ କାର୍ଯ୍ଯ ଆରମ୍ଭ କରିଥିଲା। ପ୍ରାୟ ୧କୋଟି ୯୭ ଲକ୍ଷ ବ୍ୟୟ ଅଟକଳ ରେ ଜୈନିକ ଠିକାଦାର ଏହାର ନିର୍ମାଣ କରିଥିଲେ। କିନ୍ତୁ ଗୋଷ୍ଠୀ ଶିକ୍ଷା ଅଧିକାରୀ ଙ୍କ କାର୍ଯ୍ୟାଳୟ ନିକଟରେ ଥିବା ମୋଡ ପାଖରେ ରାସ୍ତା କାମ ନ କରି ଛାଡ଼ି ଦିଆଯାଇଛି। ରାସ୍ତା ଅସମ୍ପୂର୍ଣ୍ଣ ଥିବା ଯୋଗୁଁ ବିଭିନ୍ନ ସମୟରେ ଦୁର୍ଘଟଣା ମାନ ଘଟୁଅଛି। ଆଗକୁ କଳାହାଣ୍ଡି ଉତ୍ସବ ଘୁମୁରା ୨୦୧୪ ଅନୁଷ୍ଠିତ ହେବାକୁ ଥିବା ବେଳେ ଏହି ରାସ୍ତା ବାଇ ପାସ ଭାବେ ବ୍ୟବହାର କରାଯାଇଥାଏ। ରାସ୍ତା ନିର୍ମାଣ ସଂପୂର୍ଣ୍ଣ ହୋଇ ନ ଥିବାରୁ ଭିଡ଼ ସମୟରେ ଦୁର୍ଘଟଣା ଘଟି ଧନ ଜୀବନ ହାନୀ ହେବା ସମ୍ଭାବନା ରହିଛି।

ଏଣୁ ତୁରନ୍ତ ଏହି ରାସ୍ତାକୁ ସଂପୂର୍ଣ୍ଣ କରିବା ପାଇଁ ପଡ଼ା ବାସିନ୍ଦା ଙ୍କ ପକ୍ଷରୁ ରାସ୍ତାରୋକ କରାଯାଇଛି। ପୂର୍ତ୍ତ ବିଭାଗ ତ୍ୱରିତ ପଦକ୍ଷେପ ନେଇ ରାସ୍ତା କାମ ସଂପୂର୍ଣ୍ଣ ନ କଲେ ଅନିର୍ଦ୍ଧିଷ୍ଟ କାଳ ପାଇଁ ରାସ୍ତା ରୋକ ଜାରି ରହିବ ବୋଲି ଆନ୍ଦୋଳନକାରୀ ମାନେ ପ୍ରକାଶ କରିଛନ୍ତି।ଏହାର ବିହୀତ କାର୍ଯ୍ୟାନୁଷ୍ଠାନ ପାଇଁ ପଡ଼ା ବାସିନ୍ଦା ଧର୍ମଗଡ ଉପଜିଲ୍ଲାପାଳ ଙ୍କୁ ଏକ ଦାବୀ ପତ୍ର ଦେଇଛନ୍ତି।

ବିଦ୍ୟାଧର ସାହୁଙ୍କ ରିପୋର୍ଟ….

Related posts

ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମରେ ରେ ୩୬ ଟି ଅଭିଯୋଗର ଶୁଣାଣି ଓ ସୁଶାସନ ସପ୍ତାହ ପାଳନ

masiha

ଗଣେଶ ମୂର୍ତ୍ତୀ ବିସର୍ଜନ ଶୋଭାଯାତ୍ରାରେ ଟ୍ରାକ୍ଟର ଚକତଳେ ପଡ଼ି ଜଣେ ମୃତ୍ୟୁ

masiha

ମୋହନଗିର କୃଷି ସମବାୟ ସମିତି ପକ୍ଷରୁ ୭୮ ତମ ସ୍ବାଧୀନତା ଦିବସ ପାଳିତ

masiha

Leave a Comment

error: Content is protected !!