ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

ମାନବିକତା ଦେଖାଇ କିଟ ନାଶକ ଔଷଧ ଖାଇ ଥିବା ୧୯ ବର୍ଷ ଝିଅ କୁ ମେଡ଼ିକାଲ ପହଞ୍ଚାଇଲେ ରାଜସ୍ବ ନୀରିକ୍ଷକ

ବନ୍ଧୁଗାଁ ତା ୫/୧୨/୨୩ କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକ କୁମ୍ଭାରିପୁଟ ପଞ୍ଚାୟତ ମଡାପଦର ଗାଁର ୧୯ ବର୍ଷ ର ଝିଅ ସୋମବାର ଦିନ କିଟ ନାଶକ ଔଷଧ ଖାଇ ଥିବା ଦେଖିବାକୁ ମିଳିଛି। ପ୍ରାପ୍ତ ସୁଚନା ଅନୁଯାଇ ନିଜ ଝିଅ ଘରେ ରହି ଥିବା ବେଳେ କୌଣସି କାରଣରୁ ଆଚାନା ମାଣ୍ଡିଙ୍ଗି ଙ୍କ ଝିଅ ସୁଶା ମାଣ୍ଡିଙ୍ଗି କିଟ ନାଶକ ଔଷଧ ଖାଇ ଦେଇଥିଲେ। ନିଜ ଝିଅର ଗୁରୁତର ଅସୁସ୍ଥତାକୁ ଦେଖି ବାପା ଆଚାନା ମାଣ୍ଡିଙ୍ଗୀ ସଙ୍ଗେ ସଙ୍ଗେ ଆମ୍ବୁଲାନ୍ସ କୁ ଫୋନ କରି ଥିଲେ ।ଠିକ୍ କିଛି ସମୟ ପୂର୍ବରୁ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର ଠାରେ ଥିବା ଦୁଇଟି ଆମ୍ବୁଲାନ୍ସ ଅନ୍ୟ ରୋଗୀ ଙ୍କୁ ନେଇ କୋରାପୁଟ ଜିଲ୍ଲା ମେଡ଼ିକାଲ କୁ ରିଫର କରିଥିବାରୁ ଆମ୍ବୁଲାନ୍ସ ଟି ଯାଇ ପାରି ନ ଥିଲା। କିଟ ନାଶକ ଔଷଧ ଖାଇ ଥିବା ଝିଅଟି ଅଧିକ ଅସୁସ୍ଥତା କୁ ଦେଖି ପାରିବାର ଲୋକେ ମୁଣ୍ଡରେ ହାତ ଥୋଇ ବସି ପଡ଼ି ଥିଲେ। ବନ୍ଧୁଗାଁ ତହସିଲଦାର ମେଡମ ଙ୍କ ନିର୍ଦ୍ଦେଶ ଅନୁସାରେ ସ୍ଥାନୀୟ ପଞ୍ଚାୟତର ରାଜସ୍ବ ନୀରିକ୍ଷକ ମାନସ ରଞ୍ଜନ ଜାନି ସମ୍ଭାବ୍ୟ ମିଗୋଜମା ବାତ୍ୟାକୁ ନେଇ ଫସଲ ନ କାଟିବା ଓ ସୁରକ୍ଷା ପାଇଁ ସଚେତନତା ଦେବାକୁ ପହଞ୍ଚି ଥିଲେ। ଯୁବତୀ ଜଣକ କିଟ ନାଶକ ଔଷଧ ଖାଇ ଅସୁସ୍ଥତା ଥିବା ସମସ୍ତ ବିଷୟ ଜାଣିବା ପରେ ପାଖରେ ଥିବା ନିଜ ବାଇକ ସହିତ କୁମ୍ଭାରିପୁଟ ନିଜସ୍ଵ କାର୍ଯ୍ୟଳୟ କୁ ଫେରି ଆସିଥିଲେ।ସେଠାରେ ନିଜର ବାଇକ ରଖି ମାନବିକତା ଦେଖାଇ ସଙ୍ଗେ ସଙ୍ଗେ ନିଜର କାର ନେଇ କିଟ ନାଶକ ଔଷଧ ଖାଇ ଥିବା ଯୁବତୀ ଙ୍କ ପାଖରେ ପହଞ୍ଚି ଅସୁସ୍ଥତା ଥିବା ଯୁବତୀକୁ ବନ୍ଧୁଗାଁ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ର କୁ ଆଣି ନିଜେ ଯୁବତୀ କୁ ବହି ପହଞ୍ଚାଇ ଥିଲେ। ସ୍ଥାନୀୟ ଡ଼ାକ୍ତରଙ୍କ ଦ୍ୱାରା ଉକ୍ତ ଯୁବତୀକୁ ପ୍ରାଥମିକ ଚିକିତ୍ସା କରିବା ପରେ ଯୁବତୀ ଜଣକୁ ଅଧିକ ଅସୁସ୍ଥତା ଯୋଗୁଁ ଜିଲ୍ଲା ମେଡ଼ିକାଲ ନେବାକୁ ପରାମର୍ଶ ଦେଇଥିଲେ। ପାଖରେ ଆମ୍ବୁଲାନ୍ସ ନ ଥିବା ଯୋଗୁଁ ପାରିବାର ଲୋକେ ଏକ ଗାଡ଼ି ଭଡା କରି ରାୟଗଡ଼ା ଜିଲ୍ଲା ମେଡ଼ିକାଲ କୁ ନେଇ ଥିଲେ। ବର୍ତ୍ତମାନ ସେହି ଯୁବତୀ ଜଣକ ସୁସ୍ଥ ଥାଇ କଥାବାର୍ତ୍ତା କରୁଥିବା ଜାଣିବାକୁ ମିଳିଛି।ଆଜି ରାଜସ୍ବ ନୀରିକ୍ଷକ ମାନସ ରଞ୍ଜନ ଜାନି ଙ୍କ ମାନବିକତା ପାଇଁ ନିଜ ଜୀବନ ଫେରି ପାଇଛି ଏହି ଯୁବତୀ ଜଣକ। ରାଜସ୍ୱ ନିରୀକ୍ଷକ ଏହି ପ୍ରକାର ମହତ୍ ଉପସ୍ଥିତି ମାନବିକତା ପାଇଁ ଆମ ବନ୍ଧୁଗାଁ ବ୍ଲକ ର ସମସ୍ତ ଜନସାଧାରଣ ଅନେକ ଅନେକ ଶୁଭେଚ୍ଛା ଜଣାଇଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ୍ 

Related posts

ଜୁନାଗଡ଼ ମହୋତ୍ସବ ଫେବୃଆରୀ ୧୪ ରୁ ୧୬ ପର୍ଯନ୍ତ ହେବା ପାଇଁ ଦିନ ଧାର୍ଯ୍ୟ 

masiha

ଲଡୁଗାଁ ମାଧ୍ୟମିକ ଉଚ୍ଚ ବିଦ୍ୟାଳୟରେ ଆତ୍ମ ସୁରକ୍ଷା ଶିବିର ଉଦଯାପିତ

masiha

ଜେଜେ ବାପାଙ୍କ ଆଶ୍ରୟ ରେ ଥିବା ତିନି ଭାଇ ଭଉଣୀ ଙ୍କୁ ସାକ୍ଷାତ୍ କଲେ ଖୁସି ଚାରିଟେବୁଲ ଟ୍ରଷ୍ଟ ର କର୍ମକର୍ତ୍ତା

Sunil Chandra Nayak

Leave a Comment

error: Content is protected !!