ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

ଧର୍ମଗଡ଼ ମହିଳା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁବ ଓଡିଶା ନବୀନ ଓଡିଶା କାର୍ଯ୍ୟକ୍ରମ ଅନ୍ତର୍ଗତ ଯୋଗ ଶିକ୍ଷା

ଧର୍ମଗଡ଼ : ଛାତ୍ରୀ ମାନଙ୍କ ମଧ୍ୟରେ ସୁସ୍ୱାସ୍ଥ୍ୟ ପାଇଁ ଯୋଗ ଶିକ୍ଷାର ଉପାଦେୟତା ଏବଂ ତତ୍ ସମ୍ବଦ୍ଧିତ ସଚେତନତା ସୃଷ୍ଟି ଉଦ୍ଧେଶ୍ୟ ରେ ଯୁବ ଓଡିଶା ନବୀନ ଓଡିଶା ଆନୁକୂଲ୍ୟରେ ଏକ ଯୋଗ ଶିକ୍ଷା ଶିବିର ଆଜି ଏକ ବିଶିଷ୍ଟ ଯୋଗ ଶିକ୍ଷକ, ଶ୍ରୀ ପ୍ର ଦ୍ୟୁମ୍ନ କୁମାର ଦାସ ଙ୍କ ତତ୍ତ୍ଵାବଧାନରେ ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଅଛି। ବିଦ୍ୟାଳୟର ଅଧ୍ୟକ୍ଷା, ଶ୍ରୀମତୀ ପ୍ରିୟମ୍ବଦା ଚାନ୍ଦ କାର୍ଯ୍ୟକ୍ରମଟିକୁ ଉଦଘାଟନ କରି

ସାମ୍ପ୍ରତିକ ସମାଜରେ ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଯୋଗ ଶିକ୍ଷାର ଉପାଦେୟତା ଉପରେ ଆଲୋକପାତ ପୂର୍ବକ ଛାତ୍ରୀ ମାନଙ୍କୁ ପ୍ରତିଦିନ ଯୋଗାଭ୍ୟାସ ପାଇଁ ଉତ୍ସାହିତ କରିଥିଲେ l ଆମନ୍ତ୍ରୀତ ଯୋଗ ଶିକ୍ଷକ ଶ୍ରୀ ପ୍ରଦୁମ୍ନ କୁମାର ଦାସ ଯୋଗର ବିଭିନ୍ନ ଶୈଳୀ ପ୍ରଦର୍ଶନ ପୂର୍ବକ ଉପସ୍ଥିତ ଛାତ୍ରୀ ମାନଙ୍କୁ ଯୋଗଶିକ୍ଷା ପ୍ରଦାନ କରିଥିଲେ l କାର୍ଯ୍ୟକ୍ରମଟିକୁ ଅଧ୍ୟାପକ ସଂଜୀବ କୁମାର ମୁଣ୍ଡ ସଂଯୋଜନା କରିଥିବା ବେଳେ, ଅଧ୍ୟାପିକା ଶ୍ରୀମତୀ ମମତା ତ୍ରିପାଠୀ ସ୍ୱାଗତ ଅଭିଭାଷଣ ତଥା ଅଧ୍ୟାପକ ବଙ୍କିମ ମୁଣ୍ଡ ଧନ୍ୟବାଦ ଅର୍ପଣ କରିଥିଲେ।

ବିଦ୍ୟାଧର ସାହୁଙ୍କ ରିପୋର୍ଟ…..

Related posts

ନବରଙ୍ଗପୁର ଜିଲ୍ଲା ନାରୀ ଶକ୍ତି ଓ ୱାନ୍ ଷ୍ଟେପ୍ ସେଣ୍ଟର ପକ୍ଷରୁ ପହଲଗାମ ଠାରେ ପ୍ରାଣ ହରାଇଥିବା ଦିବଂଗତଙ୍କ ଅମର ଆତ୍ମାର ସଦ୍ ଗତି କାମନା କରିବା ସହ ଆତଙ୍କବାଦୀ ମାନଙ୍କ ଏପରି କାର୍ଯ୍ୟକଳାପକୁ କଲେ ଦୃଢ଼ ନିନ୍ଦା 

masiha

ତାଳୁକ ଆଇନ ସେବା ସମିତି ଧର୍ମଗଡ ରାଷ୍ଟ୍ରିୟ ଲୋକ ଅଦାଲତ ଅନୁଷ୍ଠିତ

masiha

ଉଦ୍ଧାର ପାଇଁ ଦାଦନ ଶ୍ରମିକଙ୍କ ନିବେଦନ

Leave a Comment

error: Content is protected !!