ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବସ୍ତା ଅଞ୍ଚଳ ର ସମାଚାର

ଓଲଟିପଡ଼ିଲା ହୋଡିଂ, ୨ଜଣ ଗୁରୁତର 

ବସ୍ତା,୦୭/୦୫ :ବାଲିଆପାଳ ଥାନା ଅନ୍ତର୍ଗତ ବସ୍ତା ବାଲିଆପାଳ ମୁଖ୍ୟ ରାସ୍ତାର ମଙ୍ଗଳବାର ରାତି ସମୟରେ ଘଣ୍ଟିଆଡ଼ି ଛକ ନିକଟରେ ରାସ୍ତା ପାର୍ଶ୍ୱରେ ଛିଡା ହୋଇଥିବା ଏକ ହୋଡିଂ ଓଲଟି ପଡିବାରୁ ବାଇକ ରେ ଯାଉଥିବା ୨ଜଣ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି l ଗୁରୁତର ଦୁଇଜଣ ହେଲେ କାଳିପଦା ଗ୍ରାମର ସ୍ବର୍ଗତ ବିବେକାନନ୍ଦ ବିଶ୍ୱାଳ ଙ୍କ ପତ୍ନୀ ଜ୍ୟୋତ୍ସ୍ନାରାଣୀ ବିଶ୍ୱାଳ ଏବଂ ପୁଅ ପ୍ରତୀକ ବିଶ୍ୱାଳ ବୋଲି ଜଣାଯାଇଛି l ମିଳିଥିବା ସୂଚନା ମୁତାବକ ଆଜି ରାତିରେ ଏକ ବାଇକରେ ଜାମଶୂଳି ରୁ ବାଲିଆପାଳ ଫେରୁଥିବା ସମୟରେ ହଠାତ ଘଣ୍ଟିଆଡ଼ି ଛକ ନିକଟରେ ଥିବା ପୂର୍ତ୍ତବିଭାଗ ର ଏକ ହୋଡିଂ ଉକ୍ତ ବାଇକ ଉପରେ ପଡିଯାଇଥିଲା ଯାହା ଫଳରେ ସ୍ଥାନୀୟ ଲୋକେ ଘଟଣା ସ୍ଥଳରୁ ଉଭୟଙ୍କୁ ଉଦ୍ଧାର କରି ବାଲିଆପାଳ ଗୋଷ୍ଟି ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରିଥିଲେ, ତେବେ ଉଭୟଙ୍କ ସ୍ୱାସ୍ଥ୍ୟବସ୍ଥା ଗୁରୁତର ଥିବାରୁ ସେମାନଙ୍କୁ ବାଲେଶ୍ୱର ଜିଲ୍ଲା ମୁଖ୍ୟ ଚିକିତ୍ସାଲୟକୁ ସ୍ଥାନାନ୍ତର କରାଯାଇଛି।

========.=====.=========..=.===.=

ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା କାର, ଅଳ୍ପକେ ବର୍ତ୍ତିଲେ ଚାଳକ 

ବସ୍ତା,୦୭/୦୫ : ବାଲେଶ୍ୱର ଜିଲ୍ଲା ବସ୍ତା ଥାନା ଅନ୍ତର୍ଗତ ଅମର୍ଦାରୋଡ ନିକଟରେ ମଙ୍ଗଳବାର ଅପରାହ୍ନ ସମୟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିଲା କାର, ଅଳ୍ପକେ ବର୍ତ୍ତି ଯାଇଛନ୍ତି ଚାଳକ l ସୂଚନା ଅନୁଯାୟୀ ଉକ୍ତ କାର ଟି ଅମର୍ଦାରୋଡ ଅଭିମୁଖେ ଯାଉଥିବା ବେଳେ ଅମର୍ଦାରୋଡ଼ ନିକଟରେ ଭାରସାମ୍ୟ ହରାଇ ରାସ୍ତା ଉପରକୁ ଓଲଟିପଡ଼ିଥିଲା l ଫଳରେ ଚାଳକ ଅଳ୍ପକେ ବର୍ତ୍ତିଯାଇଛନ୍ତି l ଖବର ପାଇ ପୋଲିସ ତଦନ୍ତ କରିଥିବା ଜଣାଯାଇଛି।

==============================.==.

ମାଙ୍କଡ ଆକ୍ରମଣରେ ନଅ ଆହତ ଜଣେ ଗୁରୁତର

ବସ୍ତା,୦୬/୦୫ :ସିଂଲା ଥାନା ରଘୁନାଥପୁର ପଞ୍ଚାୟତ ସାନ ଅସ୍ଥି,କଙ୍କୁଡ଼ି,ମଠ କଙ୍କୁଡି,ପାଳସାହି ଆଦି ଗ୍ରାମରେ ମାଙ୍କଡ ଆକ୍ରମଣରେ ସୋମବାର ସକାଳ ସମୟରେ ନଅ ଜଣ ଆହତ ହୋଇଥିବାବେଳେ ଜଣେ ଗୁରୁତର ହୋଇଥିବା ଦେଖିବାକୁ ମିଳିଛି।ସୂଚନାରୁ ପ୍ରକାଶ ଏହି ଗ୍ରାମମାନଙ୍କରେ ଏକ ପାଗଳ ମାଙ୍କଡ ଘୁରିବୁଲି ସାଧାରଣ ଲୋକଙ୍କୁ କାମୁଡି ଲହୁ ଲୁହାଣ କରୁଥିବା ଦେଖିବାକୁ ମିଳିଥିଲା। ପରେ ଗ୍ରାମବାସୀ ବନବିଭାଗ କୁ ମାଙ୍କଡକୁ ଧରିବାକୁ ଦାବିକରିଥିଲେ। ବନବିଭାଗ ଘଟଣାସ୍ଥଳରେ ପହଞ୍ଚିବା ପୂର୍ବରୁ ଏହି ସବୁ ଗ୍ରାମରୁ ନଅ ପୁରୁଷ ମହିଳା ଙ୍କୁ ମାଙ୍କଡ ଆହତ କରିଥିବା ଗ୍ରାମବାସୀ ଅଭିଯୋଗ କରିବା ସହିତ ଗୁରୁତରଙ୍କୁ ଉଦ୍ଧାର କରି ପାଉଁଶକୁଲି,ବସ୍ତା ଆଦି ଡାକ୍ତରଖାନା ରେ ଚିକିତ୍ସା ହେଉଥିବା ବେଳେ ମାମୁନି ଦାସ ଙ୍କୁ ଗୁରୁତର ଅବସ୍ଥାରେ ପ୍ରଥମେ ବାଲେଶ୍ୱର ପରେ ତାଙ୍କର ଅବସ୍ଥା ସଙ୍କଟାପନ୍ନ ହେବାରୁ ତାଙ୍କୁ କଟକ ବଡ଼ ଡ଼ାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିବା ଜଣାଯାଇଛି। ଆହତ ମାନେ ହେଲେ ବଂଶୀଧର ସାହୁ,ବାଙ୍ଗରା ରାଉତ,ଶ୍ରୀଧର ପାତ୍ର,ବାବୁଲି ନନ୍ଦୀ,ଦାମୋଦର ପାତ୍ର,ରାଧାକୃଷ୍ଣ ଦାସ,ଚିନ୍ତାମଣି ଜେନା ସହିତ ଦୁଇ ନାବାଳକ ଥିବା ଜଣାଯାଇଛି। ଖବର ପାଇ ବନବିଭାଗ ଅଧିକାରୀ ଏହିସବୁ ଗ୍ରାମର ମାଙ୍କଡ ଧରିବା କାର୍ଯ୍ୟ ଆରମ୍ଭ କରିଥିଲେ ହେଁ ପାଗଳ ସାଧାରଣ ଲୋକଙ୍କୁ ଖଣ୍ଡିଆ ଖାବରା କରିଥିବା ପାଗଳ ମାଙ୍କଡ କୁ ଧରିବାକୁ ବିଫଳ ହୋଇଛି ବନ ବିଭାଗ। ମାଙ୍କଡ ଆକ୍ରମଣ ପାଇଁ ଏହି ସବୁ ଗ୍ରାମରେ ଲୋକ ନାହିଁ ନଥିବା ଦୁର୍ଦ୍ଦଶାର ଶିକାର ହେଉଥିବା ବେଳେ ତୁରନ୍ତ ପାଗଳ ମାଙ୍କଡକୁ ଧରିବାକୁ ଅଞ୍ଚଳବାସୀ ଦାବି କରିଛନ୍ତି।

==============================

ବେଆଇନ କିରୋସିନି ଗାଡ଼ିକୁ ଜବତ କଲା ବସ୍ତା ପୋଲିସ 

ବସ୍ତା,୦୬/୦୫ବସ୍ତା ଥାନା ହଳଦିପଦା ନିକଟରୁ ବେଆଇନ ଭାବେ ଯାଉଥିବା ଏକ କିରୋସିନି ବୋଝେଇ ଟ୍ରକ କୁ ଜବତ କରିଛି ପୋଲିସ।ସୂଚନା ଅନୁସାରେ ଗତକାଲି ମଧ୍ୟାହ୍ନରେ ବାଲେଶ୍ୱର ରୁ କଷାଫଳ ମୁହାଣ ଆଡ଼କୁ ଯାଉଥିବା ଓଡି ୦୧,୫୧୮୧ କୁ ସନ୍ଦେହ କରି ଅଟକାଇଥିଲା ପୋଲିସ। ପରେ ଉକ୍ତ ଟ୍ରକରେ କିରୋସିନି ଲୋଡ ହୋଇଥିବା ଜାଣି କେଉଁଠୁ କେଉଠିକି ଏହି ସରକାରୀ କିରୋସିନି ଯାଉଛି ତାହାର କାଗଜ ପତ୍ର ମାଗିଥିଲା ପୋଲିସ। ମାତ୍ର ଘଟଣାସ୍ଥଳରେ ଉପଯୁକ୍ତ ପ୍ରମାଣ ପତ୍ର ନପାଇ ପୋଲିସ୍ କିରୋସିନି ବୋଝେଇ ଗାଡ଼ିକୁ ଜବତ କରିବା ସହିତ ଘଟଣାର ଅଧିକ ତଦନ୍ତ ଚଳାଇଥିବା ଦେଖିବାକୁ ମିଳିଥିଲା। ଏନେଇ ପୋଲିସ ପକ୍ଷରୁ ଯୋଗାଣ ବିଭାଗ କୁ ଖବର ଦେଇଥିବା ଏବଂ ଜବତ କିରୋସିନି କେଉଁଠାରୁ ଏବଂ କେଉଁ ସରକାରୀ ଦୋକାନକୁ ଯାଉଥିଲା ତାହାର ସବିଶେଷ ତଥ୍ୟ ମଗାଯାଇଥିବା ବେଳେ ଚୋରାଚାଲାଣ ହେଉଥିବା ପ୍ରମାଣିତ ହେଲେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସୋମବାର ଅପରାହ୍ନ ସମୟରେ ବସ୍ତା ଥାନା ଅଧିକାରୀ ଗୋବିନ୍ଦ ଚନ୍ଦ୍ର ବେହେରା ପ୍ରକାଶ କରିଛନ୍ତି। ତେବେ ଜବତ କିରୋସିନି ଆନୁମାନିକ କେତେ ଲିଟର ହେବ ଏବଂ ଏଥିରେ କେଉଁ ମାନେ ସଂପୃକ୍ତ ଅଛନ୍ତି ତାହାର ଖିଅ ପୋଲିସ ଖୋଜୁଥିବା ଜଣାଯାଇଛି।

ବସ୍ତା ରୁ ଜଗତ କୁମାର ଗିରି ଙ୍କ ରିପୋର୍ଟ୍ 

Related posts

ନବମ ଦିନରେ ଵାମନଘାଟୀ ଉପଖଣ୍ଡର ରାଜସ୍ବ ଅମଲାଙ୍କ ରାଇରଙ୍ଗପୁର ଉପଜିଲ୍ଲାପାଳଙ୍କ ପିଣ୍ଡାରେ ଧାରଣା ଜାରି; ପ୍ରଶାସନ ଶୁଣୁନାହିଁ ! ଵିଧାୟକଙ୍କୁ ଲିଖିତ ଦାବିପତ୍ର ପ୍ରଦାନ

Sunil Chandra Nayak

ଢେଙ୍କାନାଳ ଜିଲ୍ଲା ସ୍ତରୀୟ ଶିଶୁ ମହୋତ୍ସବ ସୁରଭି -୨୦୨୫ ଉଦ୍ ଯାପିତ 

Sunil Chandra Nayak

ଟିଙ୍ଗିପଦର ଆରଡି ରାସ୍ତା ଠୁ ପିଠାପଡ଼ା ପର୍ଯ୍ୟନ୍ତ ରାସ୍ତା ନିର୍ମାଣ ଘଟଣା  ଖବର ପ୍ରସାରଣ ପରେ ଲାଗିଲା ସୂଚନା ଫଳକ 

masiha

Leave a Comment

error: Content is protected !!