ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ରାଜନୀତି

ମହାକାଳ ପଡ଼ା ବ୍ଲକର ବତିଘର ପଞ୍ଚାୟତରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ମହାକାଳ ପଡ଼ା ବ୍ଲକର ବତିଘର ପଞ୍ଚାୟତରେ କଂଗ୍ରେସର ଶକ୍ତି ପ୍ରଦର୍ଶନ

ମହାକାଳପଡ଼ା ବିଧାନସଭା କ୍ଷେତ୍ରର କଂଗ୍ରେସ ପ୍ରାର୍ଥୀ ଲୋକନାଥ ମହାରଥୀ ଆଜି ବତିଘର ପଞ୍ଚାୟତରେ ଶକ୍ତି ପ୍ରଦର୍ଶନ କରିଛନ୍ତି। ଏହି ପରିପ୍ରେକ୍ଷୀରେ ଶ୍ରୀ ମହାରଥୀ ମାର୍ଶାଘାଇ ଓ ମହାକାଳପଡ଼ା ବ୍ଲକର ବିଭିନ୍ନ ପଞ୍ଚାୟତ ଗସ୍ତ କରି ଭୋଟରଙ୍କ ନିକଟତର ହେବାକୁ ପ୍ରୟାସ ଜାରି ରଖିଛନ୍ତି । ଆଜି ବହୁ ସଂଖ୍ୟାରେ ତାଙ୍କ ସମର୍ଥକ ଏକ ବାଇକ ରାଲିରେ ଶ୍ରୀ ମହାରଥୀଙ୍କୁ ବତିଘର ପଞ୍ଚାୟତର ବିଭିନ୍ନ ଗ୍ରାମ ପରିକ୍ରମା କରାଇଥିଲେ। ବିଭିନ୍ନ ସ୍ଥାନରେ ମଧ୍ୟ କଂଗ୍ରେସ ପ୍ରାର୍ଥୀଙ୍କୁ ସମ୍ବଦ୍ଧନା ଦିଆଯାଇଥିଲା। ଏହି କାର୍ଯ୍ୟକ୍ରମରେ ଜିଲା କିଷାନ କଂଗ୍ରେସ ସେଲ୍‌ଫର ସଭାପତି ସଞ୍ଜୀବ ରାଉତଙ୍କ ନେତୃତ୍ବରେ ଆୟୋଜନ କରାଯାଇଥିଲା । ଏଥିରେ ବ୍ଲକ କଂଗ୍ରେସ କମିଟି ସଭାପତି କବିନ୍ଦ୍ର ସାମଲ, ବରିଷ୍ଠ ନେତା ବସନ୍ତ କୁମାର ସେଠୀ, କାର୍ତ୍ତିକ ବେରାଙ୍କ ସମେତ ବହୁ କଂଗ୍ରେସ କର୍ମୀ ସାମିଲ ହୋଇଥିଲେ।

କେନ୍ଦ୍ରାପଡ଼ା ରୁ ଜିଲ୍ଲା ପ୍ରତିନିଧି ସମୀର କୁମାର ପ୍ରଧାନ ଙ୍କ ରିପୋର୍ଟ ମସିହା ନିୟୁଜ!!

Related posts

ଲାଞ୍ଜିଗଡ ନିର୍ବାଚନ ମଣ୍ଡଳୀର ଯୁବ କଂଗ୍ରେସ ର ନୂତନ ସଭାପତି ଭାବେ ଜଗାକାଳିଆ ମନୋନୀତ

Sunil Chandra Nayak

ଝଡର ଇଗଳ ବିଜୁବାବୁଙ୍କ ଆଦର୍ଶ ଚୀର ନମସ୍ୟ -ବିଧାୟକ ଦିବ୍ୟଶଙ୍କର ମିଶ୍ର,

masiha

ଧର୍ମଗଡ଼ ରେ ନିର୍ବାଚନୀ ବିଗୁଲ ଫୁଙ୍କିଲେ ରାଜ୍ୟ ବିଜେପି ସଭାପତି 

masiha

Leave a Comment

error: Content is protected !!