ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

ବିଶ୍ୱ ରକ୍ତ ଶିକୁଳି ଦିବସ ପାଳିତ

ମୟୂରଭଞ୍ଜ ତା. ୧୯-୦୬-୨୦୨୪ ରିଖ. ( ମସିହା)ଆଜି ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟ ସଭା ଗୃହ ଠାରେ ବିଶ୍ୱ ରକ୍ତ ଶିକୁଳି ଦିବସ ୨୦୨୪ ପାଳିତ ହୋଇ ଯାଇଛି.।

ଏହି ଅବସରରେ ବାମନଘାଟି ଉପଜିଲ୍ଲାପାଳ ଶ୍ରୀ ସରୋଜ କୁମାର ଦାଶ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ଏହି ବିଶ୍ୱ ରକ୍ତ ଶିକୁଳି ଦିବସ ର ବାର୍ତ୍ତା କୁ ଉପସ୍ଥିତ ସମସ୍ତଙ୍କ ସମ୍ମୁଖ ରେ ଉପସ୍ଥାପନ କରିଥିଲେ.।

ଉପଖଣ୍ଡ ଚିକିତ୍ସା ଅଧିକାରୀ ଶ୍ରୀ ରବୀନ୍ଦ୍ର କୁମାର ମାରାଣ୍ଡି ରକ୍ତ ହୀନତା ବା ରକ୍ତ ଶିକୁଳି ରୋଗ ରେ ରୋଗୀ କେଉଁ କାରଣ ରୁ ଆକ୍ରାନ୍ତ ହୁଏ ଏବଂ ଆକ୍ରାନ୍ତ ପରେ ରୋଗୀ ର କି କି ସ୍ୱାସ୍ଥ୍ୟ ଗତ ସମସ୍ୟା ଦେଖା ଦିଏ ଓ ସର୍ବୋପରି ଏହାର ନିରାକରଣ ସମ୍ବନ୍ଧରେ ବିସ୍ତୃତ ଭାବେ ଆଲୋକପାତ କରିଥିଲେ.।ଡାକ୍ତରଖାନା ର ପରିଚାଳକ ଶ୍ରୀ ଆଲୋକ କୁମାର ଗୋଛାୟତ ଏହି ରୋଗ ର ଚି଼ହ୍ନଟ ଏବଂ ନିରାକରଣ ନିମନ୍ତେ ଉପଲବ୍ଧ ଥିବା ବିଭିନ୍ନ କାର୍ଯ୍ୟକ୍ରମ ସମ୍ପର୍କ ରେ ଆଲୋଚନା କରିଥିଲେ.।ସି ଡି ପି ଓ କୁଇଲୁମଣି ଟୁଡୁ ଏହି ରୋଗ ଚି଼ହ୍ନଟ ନିମନ୍ତେ ଅଧିକ ରୁ ଅଧିକ ରକ୍ତ ପରୀକ୍ଷା ପାଇଁ ପରାମର୍ଶ ଦେଇଥିଲେ.।ଆଜିର ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମ ରେ ରାଇରଙ୍ଗପୁର ପୌରପାଳିକା ର ନିର୍ବାହୀ ଅଧିକାରୀ ଶ୍ରୀ ପିତାମ୍ବର ନାୟକ, ସହକାରୀ ଗୋଷ୍ଠୀ ଶିକ୍ଷା ଅଧିକାରୀ ନମିତା ସେଠୀ, ଏମ ଇ ଓ ସିପ୍ରା ରାଣୀ ମହାନ୍ତ, ଏଡିଡବ୍ଲୁଓ, ଆଇ ଟି ଡି ଏ ର ଝରେନ୍ଦ୍ର କୁମାର ସାମଲ, ବିଭିନ୍ନ ମହାବିଦ୍ୟାଳୟ ର ଅଧ୍ୟକ୍ଷ, ଆଶା ଦିଦି ଓ ଅଙ୍ଗନବାଡି ଦିଦି ମାନେ ଉପସ୍ଥିତ ରହି ଆଲୋଚନା ରେ ଅଂଶ ଗ୍ରହଣ କରିଥିଲେ.।

ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ବାଳ ଙ୍କ ରିପୋର୍ଟ୍ 

Related posts

ସୁସ୍ଥ ନାରୀ ସଶକ୍ତ ପରିବାର ଅଭିଯାନ

Sunil Chandra Nayak

ରାଜନଗର ଗୋଷ୍ଠୀ ସ୍ଵାସ୍ଥ୍ୟ କେନ୍ଦ୍ର ପକ୍ଷରୁ ଜିଲ୍ଲାସ୍ତରୀୟ ବିଶ୍ବ ଉଚ୍ଚ ରକ୍ତଚାପ ଦିବସ ପାଳନ

masiha

୩ଟି ଶ୍ରେଣୀ ଗୃହରେ ପ୍ରଥମରୁ ଅଷ୍ଟମ ପର୍ଯ୍ୟନ୍ତ ଶିକ୍ଷାଦାନ ! ଶ୍ରେଣୀ ଗୃହ ଅଭାବ

masiha

Leave a Comment

error: Content is protected !!