ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରରେ ଚୋରୀ

ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରରେ ଚୋରୀ

 ମୟୂରଭଞ୍ଜ – ୧୯/୦୬ ( ମସିହା)କିଛିଦିନ ବ୍ୟବଧାନ ପରେ ରାଇରଙ୍ଗପୁର ସହରରେ ଚୋରଙ୍କ ପ୍ରାଦୁର୍ଭାବ ବୃଦ୍ଧି ପାଉଛି । ପ୍ରବଳ ଗ୍ରୀଷ୍ମତାପ,ଅସହ୍ୟ ତାତି ଯୋଗୁଁ ସାରା ଜଗତ ଛଟପଟ ହେଉଛି ।ସାଧାରଣ ଲୋକେ ଗରମ ପାଇଁ ଝରକା କିଛି କିଛି ଲୋକ କବାଟ ଖୋଲି ଖୋଲି ଶୋଇଛନ୍ତି ।ତାହାରି ସୁଯୋଗ ନେଇ ଚୋର ତାଙ୍କର କଳାକାରନାମା ଦେଖାଉଛନ୍ତି ।ଚୋର ଠାକୁର ବାକୁର ମନ୍ଦିରକୁ ବି ଛାଡ଼ୁ ନାହାନ୍ତି । ସୂଚନାଯୋଗ୍ୟ ରାଇରଙ୍ଗପୁର ଜଗନ୍ନାଥ ମନ୍ଦିର ପରିସରରେ ଥିବା ରାମ ମନ୍ଦିରର ଗ୍ରୀଲ ତାଲାକୁ କିଛି ଦୁବୃର୍ତ୍ତ କାଟି ନେବା ସହ ମନ୍ଦିରରେ ଥିବା ଇନଭର୍ଟର ଏବଂ ଵେଟେରୀକୁ ଚୋରୀ କରି ନେଇଛନ୍ତି ।ଆଜି ସକାଳେ ମନ୍ଦିର ପୂଜକ ଦେଖି ଥାନାକୁ ଓ ଦେବୋତ୍ତର ବିଭାଗକୁ ଜଣାଇଥିଲେ ।ପରେ ମୁଖ୍ୟ ପୂଜକ ଦେବବ୍ରତ ରଥ ମହାପାତ୍ର ରାଇରଙ୍ଗପୁର ଟାଉନ ଥାନାରେ ଲିଖିତ ଦାବିପତ୍ର ପ୍ରଦାନ କରିଛନ୍ତି ।ବହୁ ପୂର୍ବରୁ ମଧ୍ୟ ଚୋରମାନେ ମନ୍ଦିରରୁ ଚୋରୀ କରିଥିଲେ । ରାଇରଙ୍ଗପୁର ଥାନାଧିକାରୀ ସୂଚନ୍ଦ୍ର ମହାଳିକ ଘଟଣାକୁ ଗୁରୁତର ସହ ନେଇ ତଦନ୍ତକୁ ଜୋରଦାର କରିଛନ୍ତି ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ପାଷ୍ଟିକୁଡି କେମ୍ପରେ କର୍ମଚାରୀ ନିଆଁରେ ପୋଡି ମରିବା ଘଟଣା, ହତ୍ୟା ଅଭିଯୋଗ ଓ କ୍ଷତିପୂରଣ ଦାବିରେ ରାସ୍ତା ଅବରୋଧ

Sunil Chandra Nayak

ସରକାରୀ ଟଙ୍କା କୁ ଆତ୍ମସାତ ଘଟଣା। ବନ୍ଧା ହେଲେ ବନ ବିଭାଗର ପାଞ୍ଚ କର୍ମଚାରୀ

masiha

ଭବାନୀପାଟଣା ମୁଖ୍ୟ କାରାଗାରର ପାଚେରୀ ଡେଇଁ ଦୁଇ କଏଦୀ ଚମ୍ପଟ 

masiha

Leave a Comment

error: Content is protected !!