ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ଆଲମଣ୍ଡାରେ ରେଳ ଦୁର୍ଘଟଣାରେ ମୃତ୍ୟୁ ବ୍ୟକ୍ତିଙ୍କ ପାଇଁ ଶୋକ ସଭା ପାଲିତ

ବନ୍ଧୁଗାଁ ତା ୬/୬/୨୩ //  କୋରାପୁଟ ଜିଲ୍ଲା ବନ୍ଧୁଗାଁ ବ୍ଲକର ଆଲମଣ୍ଡା ପଞ୍ଚାୟତର ଅନେକ ଯୁବକ ଓ ବୁଦ୍ଧି ଯିବି ହାତରେ ଜଳନ୍ତା କେଣ୍ଡେଲ ଧରି ବାଲେଶ୍ଵର ଜିଲ୍ଲାର ବାହାନଗା ଠାରେ ନିମିଷକ ମଧ୍ୟରେ ଉଜୁଡ଼ି ଯାଇଥିବା ୨୮୮ ଲୋକଙ୍କ ଜୀବନର ସଦଗତି କାମନା ଓ ଶତାଧିକ ଆହତ ଲୋକଙ୍କ ଶୀଘ୍ର ଆରୋଗ୍ୟ ଲାଭ କରିବାକୁ ନେ଼ଇ ଶୋକସଭା ଆୟୋଜିତ ହୋଇଯାଇଛି । ସେ ଦିନର କାଳ ରାତ୍ରି, ଯାହା ବିଶ୍ଵ କୁ ଦୋହଲାଇ ଦେଇଛି। କୁନିକୁନି ପିଲାଙ୍କ ମୁହଁରୁ ଛଡେଇ ନେଲା ଖେଳ କୁଦ ଓ ହସ ଖୁସି କିଛି ଜାଣିବା ପୂର୍ବରୁ ଲିଭିଗଲା ଶହ ଶହ ଜୀବନ ଦୀପ । ସ୍ତବ୍ଧ କରିଦେଲା ସାରା ଦୁନିଆକୁ , କୁଡ କୁଡ଼ ଶବ ଦେଖି ସାରା ଦେଶର ଲୋକଙ୍କ ଆଖିରୁ ଝରିଥିଲା ଲୁହ ।ସେହି ଦିନର ସେହି ଛାତିଥରା ଘଟଣାକୁ ମନେ ପକାଇ ଆଜି ଆଲମଣ୍ଡା ଗ୍ରାମ ଠାରେ ଯୁବକ ଓ ଅନେକ ବୁଦ୍ଧିଜୀବୀ ହାତରେ କେଣ୍ଡଲ ଧରି ନୀରବ ପ୍ରାର୍ଥନା ସହିତ ଶୋକ ସଭା ପାଳନ କରିଛନ୍ତି।

ବନ୍ଧୁଗାଁ ରୁ ସଂଜୀବ କୁମାର ବାଙ୍ଗାରି ଙ୍କ ରିପୋର୍ଟ 

Related posts

ଭବାନୀପାଟଣାଠାରେ “ହରଘର ତ୍ରିରଙ୍ଗା” କାର୍ଯକ୍ରମ ନିମନ୍ତେ ପ୍ରସ୍ତୁତି ବୈଠକ

masiha

ତୃଣମୂଳସ୍ତରରୁ କଂଗ୍ରେସ ସଂଗଠନକୁ ସଜାଡିବାକୁ ଜିଲ୍ଲା କଂଗ୍ରେସ କମିଟିର ବୈଠକ

masiha

ରାଜ୍ୟ ସରକାରଙ୍କ  ଘରୋଇ ସଂସ୍ଥା କୁ ଗେହ୍ଲାପୁଅ କରି ରଖିଛନ୍ତି,କାମ ଦେଉନି ମୋ ସରକାର ଙ୍କ କାର୍ଯ୍ୟକାରିତା

Leave a Comment

error: Content is protected !!