ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁରରେ ଜର୍ମାନୀର ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଡାକ୍ତର ଶିବାଶିଷ ଗିରିଙ୍କ ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା 

ରାଇରଙ୍ଗପୁରରେ ଜର୍ମାନୀର ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଡାକ୍ତର ଶିବାଶିଷ ଗିରିଙ୍କ ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା 

 ମୟୂରଭଞ୍ଜ – ୧୯/୦୬ ( ମସିହା)ରାଇରଙ୍ଗପୁର ପିସିଏମ୍ କଲ୍ୟାଣ ମଣ୍ଡପ ପରିସରରେ ଓଡ଼ିଆ ପୁଅ ତଥା ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ କୁସୁମି ବ୍ଳକର ହାଟବାଦଡା ଗ୍ରାମର ଶିବାଶିଷ ଗିରି ଯେ କି ସୁଦୂର ଜର୍ମାନୀରେ ଖ୍ୟାତନାମା ଚିକିତ୍ସା ବିଶେଷଜ୍ଞ ଭାବେ କାର୍ଯ୍ୟରତ ତାଙ୍କରି ଦ୍ଵାରା ‘ ଆମ ଶରୀର ଆମ ଡାକ୍ତର ‘ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।ସେ ବିଶ୍ବର ୯୦ ରୁ ଊର୍ଦ୍ଧ୍ବ ଦେଶରେ ନିଜର ପାରଦର୍ଶିତା ଦେଖାଇ ପ୍ରଶଂସିତ ହୋଇଛନ୍ତି ।ବିଶେଷତଃ କରୋନା ସମୟରେ ସ୍ବାସ୍ଥ୍ୟ କୁ ନେଇ ସେ ବିଭିନ୍ନ ଟିପ୍ସ ଟିଭିରେ ଦେଇଥିଲେ ଯାହାକୁ ଉପଯୋଗ କରି ବହୁ ଦୁର୍ଲଭ ଜୀବନ କରୋନା ମହାମାରୀ ରୁ ରକ୍ଷା ପାଇଁ ଯାଇଥିବା ହିତାଧିକାରୀ ମାନେ କୁହନ୍ତି । ବସ୍ତୁବାଦୀ, ଶିଳ୍ପାୟନ, ଜଳବାୟୁ ପରିବର୍ତ୍ତନ ନେଇ ବିଭିନ୍ନ ପ୍ରକାର ରୋଗ ମାଡ଼ି ଆସୁଛି । ତେଣୁ ତାକୁ ପ୍ରତିହତ କରିବା ପାଇଁ ପ୍ରାକୃତିକ ପରିବେଶରୁ ବହୁ ମୂଲ୍ୟବାନ ପଥ୍ଯ ଭଗବାନ ପୃଥିବୀକୁ ଦେଇଛନ୍ତି । ପ୍ରାକୃତିକ ଚିକିତ୍ସା ଓ କମ ଖର୍ଚ୍ଚରେ ମାନବ ସମାଜ ଏହାକୁ ଉପଯୋଗ କରି ନିଜର ଅମୂଲ୍ୟ ଜୀବନକୁ ସୁସ୍ଥ,ନିରାମୟ ଓ ସୁରକ୍ଷିତ କରିପାରିବ ।ଏହି ସ୍ବାସ୍ଥ୍ୟ ସମ୍ବନ୍ଧୀୟ ମୂଲ୍ୟବାନ କାର୍ଯ୍ୟକ୍ରମକୁ ମୟୂରଭଞ୍ଜ ଜିଲ୍ଲାର ବିଶିଷ୍ଟ ସମାସେବୀକା ତଥା ରାଇରଙ୍ଗପୁର ଉପଖଣ୍ଡ ଚିକିତ୍ସାଳୟର ପ୍ରାକ୍ତନ ମୁଖ୍ୟ ଚିକିତ୍ସାଧିକାରୀ ଡାକ୍ତର ପି ମାଣିକେଶ୍ଵରୀ ଆୟୋଜନ କରିଥିବାବେଳେ ଶ୍ରୀ ଶ୍ରୀ ରବିଶଙ୍କର ୟୁନିଭରସିଟିର ପ୍ରାଧ୍ଯାପିକା ଡ଼ଃ ବିଜୟା ଲକ୍ଷ୍ମୀ ମହାନ୍ତି ସଭାପତିତ୍ବ କରିଥିଲେ । ଡଃ ଶିବାଶିଷ ଗିରି ତାଙ୍କର ଅଭିଜ୍ଞତା,ଗବେଷଣାର ଶରୀର ଉପରେ ପ୍ରଭାବ ଥିବା ବିଭିନ୍ନ ରୋଗ ସମ୍ବନ୍ଧୀୟ ତଥ୍ୟ ଦେବା ସହ କମ ଖର୍ଚ୍ଚରେ ପ୍ରକୃତିଦତ୍ତ ଜିନିଷକୁ ସଦୁପଯୋଗ କରି କିଭଳି ନୀରୋଗ ହୋଇ ପାରିବ ବକ୍ତବ୍ୟରେ ରଖିଥିଲେ ।ଏଥିରେ ଷାଠିଏ ରୁ ଉର୍ଦ୍ଧ୍ବ ବିଭିନ୍ନ କ୍ଷେତ୍ରରେ ସୁଖ୍ୟାତି ଲାଭ କରିଥିବା ବ୍ୟକ୍ତି ଯୋଗ ଦେଇଥିଲେ ।ଯୁବ ପ୍ରଶିକ୍ଷକ ଇଂ ଅମନ ମହାନ୍ତି କିଛି ପ୍ରଶିକ୍ଷଣ ଦେଇଥିଲେ । ବରିଷ୍ଠ ନାଗରିକ ଆଡଭୋକେଟ ରସାନନ୍ଦ ଲେଙ୍କା,ସଂଜୀବ ଲେଙ୍କା, ଆଲୋକ ଅଗ୍ରୱାଲ,ରାମ ପ୍ରବେଶ ସାହା,ରାନୁ ମହାନ୍ତି, ଜୟଶ୍ରୀ ମହାନ୍ତି , ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ଅନଶନ ମହାନ୍ତ,ତୁଷାରକାନ୍ତ ମହାନ୍ତ, ଏବଂ ଅନ୍ୟମାନେ ଯୋଗ ଦେଇଥିଲେ । ଆଗକୁ ଏହି କାର୍ଯ୍ୟକ୍ରମ ଚାଲୁ ରଖିବାକୁ ସମସ୍ତେ ଡଃ ଶିବାଶିଷ ଗିରିଙ୍କୁ ଅନୁରୋଧ କରିଥିଲେ ।

 ମୟୂରଭଞ୍ଜ ରୁ ଅକ୍ଷୟ ଵିଶ୍ଵାଳ ଙ୍କ ରିପୋର୍ଟ୍ 

Related posts

ଫୁଲବାଣୀ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ସ୍ୱାମୀ ବିବେକାନନ୍ଦ ଜୟନ୍ତୀ ପାଳିତ

Sunil Chandra Nayak

ସାହିତ୍ୟ କ୍ଷେତ୍ରରେ ଅତୁଳନୀୟ ଅବଦାନ ପାଇଁ ଅ’ ପତ୍ରିକାକୁ ଶ୍ରେଷ୍ଠ ମାସିକ ଇ-ପତ୍ରିକା ସମ୍ମାନ

Sunil Chandra Nayak

ବିଶିଷ୍ଟ ମାର୍କସବାଦୀ ଜନନାୟକ,ସି ପି ଆଇ ଏମ୍ ସାଧାରଣ ସମ୍ପାଦକ ସୀତାରାମ ୟେଚୁରୀ ଙ୍କ ସ୍ମରଣେ ଶ୍ରଦ୍ଧାଞ୍ଜଳି ସଭା

masiha

Leave a Comment

error: Content is protected !!