ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

ରାଇରଙ୍ଗପୁର ରେ ଧର୍ମପ୍ରାଣ ବ୍ୟକ୍ତି ବିଷ୍ଣୁ ପ୍ରସାଦ ଜେନାଙ୍କ ଦେହାନ୍ତରେ ଗଭୀର ଶୋକ

‌ମୟୂରଭଂଜ – ୦୫/୦୬ // ମୟୂରଭଞ୍ଜ ଜିଲ୍ଲାର ରାଇରଙ୍ଗପୁର ସହର ସନ୍ନିକଟ ଦୁବୁଲାଵେଡା ଗ୍ରାମ ଵିକାଶନଗରସାହିର ବିଶିଷ୍ଟ ଧର୍ମପ୍ରାଣ ବ୍ୟକ୍ତି ଵିଷ୍ନୁପ୍ରସାଦ ଜେନା ( ଟୁନା)(୭୦) ଙ୍କ ତାଙ୍କ ବାସ ଭବନରେ ରବିବାର ରାତି ୩ ଟା ପାଖାପାଖି ସମୟରେ ହୃଦଘାତରେ ଦେହାନ୍ତ ହୋଇଯାଇଛି । ତାଙ୍କ ମୃତ୍ୟୁ ସମୟରେ ତାଙ୍କ ପାଖରେ ତାଙ୍କ ଅବସରପ୍ରାପ୍ତ ଶିକ୍ଷୟତ୍ରୀ ଧର୍ମପତ୍ନୀ କଣ୍ଢେଇ ଦିଦି, ପୁତ୍ର ଆୟୂଷ ଡାକ୍ତର ପିଣ୍ଟୁ ଜେନା, ପୁତ୍ର ବଧୂ ଓ ଦୁଇ ନାତି ନାତୁଣୀ ଉପସ୍ଥିତ ଥିଲେ ।ବିଷ୍ଣୁ ପ୍ରସାଦ ଜେନା ଜଣେ ସରକାରୀ ଅବସରପ୍ରାପ୍ତ ବରିଷ୍ଠ ବିଭାଗୀୟ ଅଧିକାରୀ ଥିଲେ ।ସେ ମଧ୍ୟ ରାଇରଙ୍ଗପୁର ଅଂଚଳର ବିଭିନ୍ନ ସାମାଜିକ ଓ ସାଂସ୍କୃତିକ ଅନୁଷ୍ଠାନ ରୋଟାରୀ କ୍ଳବ୍ ସଂପାଦକ, ବିକାଶ ନଗର ବାବା ସିଦ୍ଧେଶ୍ଵର ମନ୍ଦିର କମିଟିର ବରିଷ୍ଠ ସଦସ୍ୟ, ବିବେକାନନ୍ଦ ସୋସାଇଟି ସଂପାଦକ,ବୁଢାମରାର ସାରଦା ସେବା ସଂଘର ସମ୍ପାଦକ,ବିକାଶ ନଗର ଲକ୍ଷ୍ମୀ ପୂଜା କମିଟି ସଂପାଦକ,ଜଗନ୍ନାଥ ମନ୍ଦିର କମିଟିର ଜଣେ ସଦସ୍ୟ,ବିବେକାନନ୍ଦ ସ୍କୁଲର ବରିଷ୍ଠ ସଦସ୍ୟ ଥିଲେ ।ସେ ଜଣେ ଅମାୟିକ ,ଧର୍ମପ୍ରାଣ, ହସଖୁସ ମିଜାଜର ଲୋକ,କର୍ମଠ,କର୍ତଵ୍ଯପରାୟଣ,ସମାଜସେବୀ, ପରୋପକାରୀ,ଦରଦି ମଣିଷ, ରାଜ୍ୟ ରାମକୃଷ୍ଣ ମିଶନର ଜଣେ ବରିଷ୍ଠ ସଦସ୍ୟ ଥିଲେ । ତାଙ୍କ ବଳିଷ୍ଠ ପ୍ରଚେଷ୍ଟାରେ ରାଇରଙ୍ଗପୁର ବ୍ଳକର‌ ଭାଲୁବସା ପଞ୍ଚାୟତର ଵୁଡାମରା ଗ୍ରାମରେ ସାରଦା ସେବା ସଂଘର ଏକ ଆଶ୍ରମ ପ୍ରତିଷ୍ଠା କରିଛନ୍ତି ।ସେ ମଧ୍ୟ ପ୍ରାକ୍ତନ ଅମଲା ସଂଘର ନେତା ଥିଲେ । ତାଙ୍କ ଦେହାନ୍ତରେ ରାଇରଙ୍ଗପୁର ରେ ଶୋକରେ ଛାୟା ଖେଳିଯାଇଛି ।ଖବର‌ପାଇ ପ୍ରାଥମିକ ଶିକ୍ଷକ ସଂଘ ନେତା ଗୋପାଳ କୃଷ୍ଣ ମହାନ୍ତି, ପରିକ୍ରମା ଅଧ୍ୟକ୍ଷ ମନୋଜ ଦାସ,ପ୍ରାକ୍ତନ ରୋଟାରୀ କ୍ଲବ ସଭାପତି କାଳୀ ପ୍ରସନ୍ନ ମହାନ୍ତି,ରୋଟାରୀ କ୍ଳବ୍ ସଭାପତି ବାସୁଦେବ ପାଲ,ବନ କର୍ମଚାରୀ ସଂଘ ପ୍ରାକ୍ତନ ନେତା ଅନ୍ତର୍ଯ୍ୟାମୀ ମହାକୁଡ,ବିଜେପି ଜିଲ୍ଲା ସମ୍ପାଦକ ମନୋଜ ଦାସ,ବିଜେପି ନଗର‌ ସଭାପତି ସୁରଥ ପଟ୍ଟନାୟକ, ବିଭିନ୍ନ ରାଜନୈତିକ ନେତୃବୃନ୍ଦ, ସାମ୍ବାଦିକ ସୌରଭ ପଟ୍ଟନାୟକ, ସାମ୍ବାଦିକ ଅକ୍ଷୟ ବିଶ୍ବାଳ, ବିବେକାନନ୍ଦ ସୋସାଇଟିକୁ ସଦସ୍ୟ ବୃନ୍ଦ,ବିଭିନ୍ନ ସାମାଜିକ ସଂଗଠନର କର୍ମକର୍ତ୍ତା, ମାନ୍ୟଗଣ୍ୟ ବ୍ୟକ୍ତି, ବୁଦ୍ଧିଜୀବୀ ପ୍ରମୁଖ ତାଙ୍କ ବାସଭବନରେ ପହଞ୍ଚି ପୁଷ୍ପମାଲ୍ୟ ଦେଇ ତାଙ୍କର ଅମର‌ଆତ୍ମାର ସଦଗତି ନିମନ୍ତେ ଭଗବାନଙ୍କ ପାଖରେ ପ୍ରାର୍ଥନା କରିବା ସହ ତାଙ୍କ ପରିବାରବର୍ଗଙ୍କୁ ସାନ୍ତ୍ଵନା ଦେଇଥିଲେ। ତାଙ୍କର ଶେଷକୃତ୍ୟ ସୋମବାର ଅପରାହ୍ନରେ‌ ରାଇରଙ୍ଗପୁରସ୍ଥ ସ୍ଵର୍ଗଦ୍ଵାରରେ ସଂପନ୍ନ ହୋଇଥିଲା ।ମୁଖାଗ୍ନି ଦେଇଥିଲେ ତାଙ୍କ ଏକମାତ୍ର ପୁତ୍ର ଡାଃ ପିଣ୍ଟୁ ଜେନା ।

 ମୟୂରଭଞ୍ଜ ରୁ ଅକ୍ଷୟ ବିଶ୍ଵାଳ ମସିହା ନିଉଜ

Related posts

ଅବହେଳିତ ସମାଜ ଏବଂ ଓଡ଼ିଆ ସାହିତ୍ୟ ଶୀର୍ଷକ ଆଲୋଚନା ଚକ୍ର

masiha

ଏସ୍ଏସବି ଅଧ୍ୟାପକଙ୍କ କଳାବ୍ୟାଚ୍ ପରିଧାନ ଓ ଶାନ୍ତିପୂର୍ଣ୍ଣ ପ୍ରତିବାଦ

masiha

ଶିଶୁ ଯୌନ ନିର୍ଯ୍ୟାତନା ଓ ଶିକ୍ଷା ଅଧିକାର ଆଇନ ସମ୍ପର୍କିତ କର୍ମଶାଳା

Sunil Chandra Nayak

Leave a Comment

error: Content is protected !!