ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଆଞ୍ଚଳିକ

ହାପି ମୋମେଣ୍ଟସ ର ଶିଶୁ ମହୋତ୍ସବ ଓ ବିଶ୍ବ ମାତୃତ୍ଵ ଦିବସ ପାଳନ 

ହାପି ମୋମେଣ୍ଟସ ର ଶିଶୁ ମହୋତ୍ସବ ଓ ବିଶ୍ବ ମାତୃତ୍ଵ ଦିବସ ପାଳନ 

ରାଉରକେଲା: ସାମାଜିକ ଅନୁଷ୍ଠାନ ହାପି ମୋମେଣ୍ଟସ ଇଣ୍ଡିଆ ତରଫରୁ ୧୨ ତମ ଓଡିଶା ଶିଶୁ ମହୋତ୍ସବ ଓ ବିଶ୍ବ ମାତୃତ୍ଵ ଦିବସ ସେକ୍ଟର ୫ ସ୍ଥିତ ଆଦର୍ଶ ସାହିତ୍ୟ ଘର ଠାରେ ଅନୁଷ୍ଠିତ ହୋଇଯାଇଛି। ଦୁଇ ଦିନ ଧରି ଚାଲିଥିବା ଏହି କାର୍ଯ୍ୟକ୍ରମରେ ଅନୁଷ୍ଠାନର ପ୍ରତିଷ୍ଠାତା ରାଜେନ୍ଦ୍ର ପ୍ରସାଦ ପଣ୍ଡା ଙ୍କ ଅଧ୍ୟକ୍ଷତା ଓ ଟ୍ରଷ୍ଟି ରଶ୍ମିତା ପଣ୍ଡାଙ୍କ ମଞ୍ଚ ସଂଯୋଜନାରେ ଆୟୋଜିତ ଏହି କାର୍ଯ୍ୟକ୍ରମରେ ସହରର ବହୁ ଶିଶୁ ବିଭିନ୍ନ ପ୍ରତିଯୋଗିତା ଯଥା ନାଚ,ଗୀତ,କବିତା, ଚିତ୍ରାଙ୍କନ,ବାଦ୍ୟଯନ୍ତ୍ର, କୈାତୁକିଆ ପୋଷାକ,ଗଳ୍ପ ପଠନ,ମଡେଲିଂ ଆଦିରେ ଅଂଶଗ୍ରହଣ କରି ସେମାନଙ୍କ ପ୍ରତିଭାକୁ ପ୍ରଦର୍ଶିତ କରିଥିଲେ । ସେହିପରି ବିଶ୍ବ ମାତୃତ୍ଵ ଦିବସ ପାଳନ କରାଯାଇଥିଲା। ଏହି ଅବସରରେ ବିଭିନ୍ନ କ୍ଷେତ୍ରରେ ପାରଦର୍ଶିତା ଲଭିଥିବା ମହିଳା ମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ପ୍ରଫେସର ଡ଼ଃ କଲ୍ୟାଣୀ ମିଶ୍ର, ସମାଜସେବୀ କମଲ ଅଗ୍ରୱାଲ, ସୁକାନ୍ତ ଖୁଣ୍ଟିଆ, କୁଞ୍ଜ ବିହାରୀ ରାଉତ, ଗ୍ରେସି ଡାଭିଡ ପ୍ରମୁଖ ଯୋଗଦେଇ କାର୍ଯ୍ୟକ୍ରମ କୁ ପ୍ରଶଂସା କରିବା ସହ ବକ୍ତବ୍ୟ ରଖିଥିଲେ। ସେହିପରି ପ୍ରତିଯୋଗିତା ଗୁଡିକରେ ବିଚାରକ ଭାବେ ଜ୍ୟୋତି ପଣ୍ଡା, ରବର୍ଟ ହାଇଫିଲ, ବାବୁଲି ହରିପାଲ,ଶିବାନୀ ରାଣା, ଶ୍ଵେତା ରାଉତ, ହରି ସାମନ୍ତରାୟ, ଫକୀର ମୋହନ ପତି,ରାଧିକା ଛତ୍ରିଆ ଯୋଗ ଦେଇଥିଲେ । ସହ ଉଦ୍ଘୋଷିକା ଭାବେ ଅନ୍ଵେଷା ପଣ୍ଡା ଓ ତନିସ୍କା ସିଂ କାର୍ଯ୍ୟକ୍ରମ ପରିଚାଳନା କରିଥିଲେ ।କାର୍ଯ୍ୟକ୍ରମ ପରିଚାଳନାରେ ମାନୋସି ଘୋଷ,ଡେଭିକା ଘୋଷ, ଇସିକା ଘୋଷ, ଅର୍ଚ୍ଚନା ସାହୁ, କାମିନୀ ମହନ୍ତ,ସାନୁ, ସସ୍ମିତା ପ୍ରଧାନ ପ୍ରମୁଖ ସହଯୋଗ କରିଥିଲେ | ଶେଷରେ ଟ୍ରଷ୍ଟି ରଶ୍ମିତା ପଣ୍ଡା ଧନ୍ୟବାଦ ଅର୍ପଣ କରିଥିଲେ। 

ରାଉରକେଲା ରୁ କୁଞ୍ଜ ବିହାରି ରାଉତ ଙ୍କ ରିପୋର୍ଟ୍ 

Related posts

କାମରେ ଆସୁନି କୋଟିଏ ଟଙ୍କାର ପ୍ରକଳ୍ପ। ଭୂତକୋଠି ପାଲଟିଛି ପଥପ୍ରାନ୍ତ ସୁବିଧା କେନ୍ଦ୍ର

Sunil Chandra Nayak

ତେନ୍ତୁଳିଖୁଣ୍ଟି ବ୍ଲକ ୱାର୍ଡ ମେମ୍ବରସଂଘ ର ବିଧାୟକ ଙ୍କୁ ତିନି ଦାବୀ ସମାଧାନ ପାଇଁ ନିବେଦନ 

କର୍ମଚାରୀ ଭବିଷ୍ୟନିଧି ସଂଗଠନ ପକ୍ଷରୁ ପେନସନ ପ୍ରଦାନ

masiha

Leave a Comment

error: Content is protected !!