ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

ଲାଠୋର ବନ ବିଭାଗ ଦ୍ଵାରା ୪୦ କ୍ଵିଣ୍ଟାଲ ଖଇର ଗଣ୍ଡି ଜବତ 

ବଲାଙ୍ଗିର ଜିଲ୍ଲା ଲାଠୋର ରେଞ୍ଜ ଅଧୀନ ତୁରେକେଲା ରେଳ ଷ୍ଟେସନ ପାଖରେ ଥିବା ଏକ ନର୍ସରୀ ନିକଟରୁ ଶନିବାର ସନ୍ଧ୍ୟାରେ ବିପୁଳ ପରିମାଣରେ ଖଇର କାଠ ଗଣ୍ଡି ଲାଠୋର ବନ ବିଭାଗ ଜବତ କରିଛି l କାଠ ଗଣ୍ଡି ଗୁଡିକ କିଏ କେଉଁ ଠାକୁ ନେବା ପାଇଁ ରଖିଥିଲା ବନ ବିଭାଗ ତାର ଟେର ପାଉ ନାହିଁ l ନର୍ସରୀ ନିକଟରେ ବିପୁଳ ପରିମାଣରେ ଖଇର କାଠ ଗଣ୍ଡିକୁ କେହି କାଠ ମାଫିଆ ପାଳ ଢାଙ୍କି ରଖିଥିବା ନେଇ ଶନିବାର ସନ୍ଧ୍ୟାରେ ରେଞ୍ଜର ଶୈଳେଶ କୁମାର ବିଶି କୌଣସି ସୂତ୍ରରୁ ଖବର ପାଇଥିଲେ l ଘଟଣା ବିଷୟରେ ସେ ଅବଗତ ହେଲା ପରେ ଫରେଷ୍ଟର ଶାଗରିକା ସେଠଙ୍କୁ ଚଢ଼ାଉ କରି କାଠ ଜବତ କରିବା ପାଇଁ ନିର୍ଦ୍ଦେଶ ଦେଇଥିଲେ l ଫରେଷ୍ଟର ଙ୍କ ନେତୃତ୍ୱରେ ଏକ ଟିମ ତୁରେକେଲା ଷ୍ଟେସନ ନିକଟ ନର୍ସରୀ ରେ ପହଞ୍ଚି କାଠ ଜବତ କରିଥିଲେ ମଧ୍ୟ ଅଭିଯୁକ୍ତ କୁ ବନ ବିଭାଗ ଗିରଫ କରିପାରି ନାହିଁ l ତିନି ଗୋଟି ଟ୍ରାକ୍ଟର ଯୋଗେ ଉକ୍ତ କାଠକୁ ଲାଠୋର ବନ କାର୍ଯ୍ୟାଳୟ କୁ ଆଣି ଓଜନ କରିଥିଲେ l ସମୁଦାୟ କାଠର ଓଜନ ୪୦ କ୍ଵିଣ୍ଟାଲ ହୋଇଥିଲା l ପରେ ଲାଠୋର ରେଞ୍ଜ ଏକ ମାମଲା ରୁଜୁ କରି ତଦନ୍ତ ଜାରି ରହିଛି ବୋଲି ରେଞ୍ଜର ଶ୍ରୀ ବିଶି କହିଛନ୍ତି,ତେବେ ଏଥିପ୍ରତି ବନ ବିଭାଗ ସ୍ବତନ୍ତ୍ର ଦୃଷ୍ଟି ନଦେଲେ ଆଉ କିଛି ଦିନ ପରେ ଜଙ୍ଗଲ ମାନଙ୍କରୁ ଖଇର ଗଛ ଲୋପ ପାଇଯିବ ବୋଲି ଜଙ୍ଗଲ ପ୍ରେମୀ ମାନେ ପ୍ରକାଶ କରିଛନ୍ତି l 

ଦୁର୍ଯୋଧନ ବର୍ଗେ ଙ୍କ ରିପୋର୍ଟ୍ 

Related posts

ପିକ-ଅପ ଭ୍ୟାନ ଓ ମୋଟରସାଇକେଲ ଦୁର୍ଘଟଣା,୧ ମୃତ ୧ ଗୁରୁତ୍ତର 

Sunil Chandra Nayak

ସଇତାନ ସାଜିଲା ସ୍ବାମୀ….. ଟଙ୍କା ପାଇଁ ସ୍ତ୍ରୀଙ୍କୁ ହତ୍ୟା କରି ଜମିରେ ପୋତିଦେଲା

Sunil Chandra Nayak

ରେଲତ୍ତ୍ବେ ଚାକିରୀ ନାମରେ ୨୧ ଲକ୍ଷ ଟଙ୍କା ଠକେଇ ଗିରଫ

Sunil Chandra Nayak

Leave a Comment

error: Content is protected !!