ପ୍ରଗତିଶୀଳ ମସିହା, ନିର୍ଭୀକ I ନିର୍ଭୟ I ନିରପେକ୍ଷ
ଅପରାଧ

ଘର କଳିକଜିଆରେ ପୁଅ ହାଣିଲା ବାପାକୁ

ନର୍ଲା (ମନିସ)ପୁଅ କୂଳକୁ ପାଣି ଦେବ,ବଂଶ ରକ୍ଷା ହେବା ସହ ବୃଦ୍ଧ ଅବସ୍ଥାରେ ଟିକିଏ ସେବା ଯତ୍ନର ଆଶା ନେଇ ଜନ୍ମିତ ପୁଅକୁ ଦେହର ରକ୍ତ ନିଗାଡି,ତାର ଅଳି ଅଝଟକୁ ପୂରଣ କରି ଛୋଟରୁ ବଡ କରେ ବାପ। ହେଲେ ଏମିତି ପୁଅ ବି ଜନ୍ମ ହୋଇଛନ୍ତି ଯିଏ ନିଜର ଜନ୍ମଦାତା ବାପାକୁ ସାଧାରଣ କଳି କଜିଆରେ ଉଗ୍ରରୂପ ନେଇ ବିଭତ୍ସ ଭାବରେ ହତ୍ୟା କରିବାକୁ ପଛାଉ ନାହିଁ। 

 ଏଭଳି ଏକ ଜଘନ୍ୟ ହତ୍ୟାକାଣ୍ଡ ଘଟିଛି ନର୍ଲା ବ୍ଲକ ଅନ୍ତର୍ଗତ କରୁମେଲ ପଞ୍ଚାୟତର ପଞ୍ଚାୟତ ପଡାରେ । ଯାହାକୁ ନେଇ ଏ ଅଞ୍ଚଳରେ ଚାଞ୍ଚଲ୍ୟ ସୃଷ୍ଟି ହେବା ସହ ପିତା ପୁତ୍ର ଭଳି ପବିତ୍ର ସଂପର୍କ ଭିତରେ ଏଭଳି ଏକ ଘଟଣା ସମସ୍ତଙ୍କ ମନକୁ ଆନ୍ଦୋଳିତ କରିଛି । ଏକ ଆଦିବାସୀ କନ୍ଧ ପରିବାରର ନନ୍ଦକିଶୋର ମାଝୀ(୪୫)କୁ ତାର ପ୍ରଥମ ପତ୍ନୀଙ୍କ ପୁଅ ପୁରୁଷୋତ୍ତମ ମାଝୀ (୧୯) ଗତ ମଙ୍ଗଳବାର ସଂଧ୍ୟା ୭ଟା ସମୟରେ ଟାଙ୍ଗିଆ ଚୋଟ ମାରି ନିର୍ମମ ହତ୍ୟା କରିଛି । ବାପା ନନ୍ଦକିଶୋର ନିଜ ଘରେ ରାତ୍ରି ଭୋଜନ କରୁଥିବା ସମୟରେ ପୁଅ ବେକରେ ଟାଙ୍ଗିଆ ଚୋଟ ମାରି ଏହି ହତ୍ୟାକାଣ୍ଡ ଘଟାଇଛି । ତେବେ ଗତ ଦୁଇ ଦିନ ହେଲା ବାପ ପୁଅ ମଧ୍ୟରେ ପାରିବାରିକ କୌଣସି ଘଟଣାକୁ ନେଇ ଗଣ୍ଡଗୋଳ ହେଉଥିଲା ବୋଲି ନର୍ଲା ପୁଲିସ ସୂଚନା ଦେଇଛି । ଏ ସଂପର୍କରେ ମୃତକର ଦ୍ବିତୀୟ ପତ୍ନୀ ଗୁଆଦେଇ ମାଝୀ ନର୍ଲା ଥାନାରେ ନିଜ ସ୍ବାମୀଙ୍କୁ ହତ୍ୟା କରିଥିବା ଲିଖିତ ଅଭିଯୋଗ କରିଅଛି । ନର୍ଲା ପୁଲିସ ଘଟଣାସ୍ଥଳକୁ ସଦଳବଳେ ପହଞ୍ଚି ହତ୍ୟାକାରୀ ବ୍ୟବହାର କରିଥିବା ଟାଙ୍ଗିଆକୁ ଜବତ କରିଛି ହେଲେ ହତ୍ୟାକାରୀ ପୂଅ ଘଟଣା ଘଟାଇବା ପରେ ଘରୁ ଚମ୍ପଟ ମାରିଛି । ସନ୍ଧାନୀ କୁକୁର ସାହାଯ୍ୟରେ ପୁଲିସ ଘଟଣାର ଛାନଭିନ୍ କରୁଥିବା ଜଣାପଡିଛି । ପୁଲିସ ଶବକୁ ଜବତ କରି ମଦନପୁର ରାମପୁରକୁ ବ୍ୟବଚ୍ଛେଦ ପାଇଁ ପଠାଇବା ସହ ତଦନ୍ତ ଜାରୀ ରଖିଛି । ନର୍ଲା ଥାନା ସବ ଇନ୍ସପେକ୍ଟର କୃତ୍ତିବାସ ପୁଜାରୀ ଏହି ହତ୍ୟାକାଣ୍ଡର ତଦନ୍ତ କରୁଥିବା ଜଣାପଡିଛି।

ପ୍ରଦୀପ କୁମାର ଗଉଡ ନର୍ଲା ମସୀହା ପ୍ରତିନିଧି

Related posts

ପ୍ରେମିକାର ପ୍ରତାରଣା ସହିପାରିଲେନି ଯୁବକ , ହ୍ବାଟ୍‌ସଆପ୍‌ରେ ଷ୍ଟାଟସ୍ ଦେଇ କଲେ ଆତ୍ମହତ୍ୟା

Sunil Chandra Nayak

ରାଇରଙ୍ଗପୁର ଅବକାରୀ ଯନ୍ତାରେ ଦୁଇ ମଦ ମାଫିଆ,ସ୍କୁଟି ଓ ପେସନ ପ୍ରୋ ବାଇକ ସହ ୮୪ ଲି . ଦେଶୀ ମଦ ଜଵତ

masiha

ବିଶୋଇ ଥାନା ! ଅର୍ଦ୍ଧ ନିର୍ମାଧୀନ ଘର ଭିତରୁ ଜଣେ କ୍ଷତାକ୍ତ ଯୁବକର ମୃତଦେହ ଉଦ୍ଧାର; ପୋଲିସର ଛାନଭିନ୍; ସନ୍ଦେହରେ ଜଣେ ଅଟକ

Sunil Chandra Nayak

Leave a Comment

error: Content is protected !!